ETV Bharat / state

ଜୀବନ ପାଉଛି ଅଦରକାରୀ କାଠ, କଥା କହୁଛି ହାତ କାରିଗରୀ - KHANDAPARA CARPENTER PRASHANT

ନୟାଗଡ଼ ଖଣ୍ଡପଡ଼ା ଦିବ୍ୟାଙ୍ଗ କାଠ କାରିଗର ପ୍ରଶାନ୍ତ ମହାରଣା । ତାଙ୍କ ହାତର ସ୍ପର୍ଶରେ ନୂତନ ଜୀବନ ପାଉଛି ଅଦରକାରୀ କାଠ ।

Carpenter Prashant Maharana
Carpenter Prashant Maharana (ETV Bharat Odisha)
author img

By ETV Bharat Odisha Team

Published : Dec 22, 2024, 5:45 PM IST

ନୟାଗଡ଼: ପିଲାଟି ବେଳୁ ସେ ଦିବ୍ୟାଙ୍ଗ । ହେଲେ ତାଙ୍କ ହାତର ସ୍ପର୍ଶ ବାଜି ନିର୍ଜୀବ କାଠ ବି ଜୀବନ୍ତ ହୋଇଯାଉଛି । କାଠକୁ ସୁନ୍ଦର ସୁନ୍ଦର ରୂପ ଦେଇ ନିର୍ମାଣ କରୁଛନ୍ତି ବିଭିନ୍ନ ସାମଗ୍ରୀ । ନିର୍ଜିବ ବସ୍ତୁକୁ ସୁନ୍ଦରତାର ରୂପ ଦେବା ଜଣେ କାରିଗର ଦ୍ୱାରା ସମ୍ଭବ ହୋଇଥାଏ । ଆଉ ସେଭଳି ଜଣେ କାରିଗର ହେଉଛନ୍ତି ନୟାଗଡ଼ ଖଣ୍ଡପଡ଼ା ଅଞ୍ଚଳର କାଠ କାରିଗର ପ୍ରଶାନ୍ତ ମହାରଣା ।

ବାପାଙ୍କ ପାଖରୁ ଶିଖିଛନ୍ତି କାଠ କାମ:

ନୟାଗଡ ଜ଼ିଲ୍ଲା ଖଣ୍ଡପଡା ବିଜ୍ଞାପିତ ଅଞ୍ଚଳରେ ରହିଛି କାରିଗର ସାହି । ସେହି ଅଞ୍ଚଳରେ ବହୁ ପୂରାତନରୁ କାରିଗରମାନେ କାଠ କାମ କରିଆସୁଥିଲେ । ଯାହା ପରବର୍ତ୍ତୀ ସମୟରେ ସେ ସ୍ଥାନର ନାମ କାରିଗର ସାହି ରହିଥିଲା । କାରିଗର ସାହିରେ ପ୍ରାୟ ୪୦ ଘର ରହିଆସୁଛନ୍ତି । ସେହି ସାହିର ଜଣେ କାରିଗର ହେଉଛନ୍ତି ପ୍ରଶାନ୍ତ ମହାରଣା । ସେ ପିଲାବେଳୁ ଦିବ୍ୟାଙ୍ଗ । ତାଙ୍କର ଡାହାଣ ଗୋଡ଼ଟି ପୋଲିଓ ହୋଇଯାଇଥିଲା । ପ୍ରଶାନ୍ତଙ୍କ ବାପା କାଠ କାମ କରୁଥିଲେ ଏବଂ କାଠରେ ଘର ସଜ୍ଜା କାମ କରନ୍ତି । ବାପା ଘରସଜ୍ଜା କାମ କରୁଥିବା ବେଳେ ତାହାକୁ ଅନୁସରଣ କରୁଥିଲେ ପ୍ରଶାନ୍ତ । ବାପାଙ୍କ ଠାରୁ ଧୀରେ ଧୀରେ କାମ ଶିଖିଥିଲେ । ଆଉ ଆଜି ଶିଖିଥିବା କାରିଗରୀ କାମ ତାଙ୍କର ରୋଜଗାରର ପନ୍ଥା ପାଲଟିଛି ।

Carpenter Prashant Maharana (ETV Bharat Odisha)

ଅନ୍ୟକୁ ରୋଜଗାର ଦେଇଛନ୍ତି ପ୍ରଶାନ୍ତ:

ତେବେ ଖଣ୍ଡପଡା ଅଞ୍ଚଳରେ ଏହି ସୁନ୍ଦର କାଯ୍ୟ ପାଇଁ ବେଶ ଲୋକପ୍ରିୟତା ହାସଲକରିଛନ୍ତି ପ୍ରଶାନ୍ତ । କାଠକୁ ଆଣି ତାକୁ ଛୋଟ ଛୋଟ ଖଣ୍ଡରେ ପରିଣତ କରନ୍ତି ଆଉ ସେହି କାଠରେ ନିଜର ହାତର ଯାଦୁକୁ ପ୍ରୟୋଗ କରି ସେଥିରୁ ସେ କଣ୍ଡେଇ, କପ, ଗ୍ଲାସ, ଘୋଡା, ଅଶୋକସ୍ତମ୍ଭ, କଇଁଛ, ହରିଣ, ଜିରାଫ ସହ ବିଭିନ୍ନ ପ୍ରକାର ଜୀବଜନ୍ତୁ ପ୍ରଭୃତି ପ୍ରସ୍ତୁତ କରନ୍ତି । ନିଜେ ଏହି କାଯ୍ୟ କରିବା ସହିତ 15 ଜଣ ମହିଳା ଓ 15 ଜଣ ପୁରୁଷଙ୍କୁ ଶିକ୍ଷାଦାନ ଦେଇଥିଲେ । ଶିକ୍ଷାଦାନ ପାଇବା ପରେ ସମସ୍ତେ ଏବେ ନିଜର ଆର୍ଥିକ ସମ୍ବଳ ସୁଦୃଢ କରିବାରେ ଲାଗିପଡିଛନ୍ତି । ପ୍ରଶାନ୍ତ ନିଜେ ନିଜର ଆର୍ଥିକ ସମ୍ବଳକୁ ଦୃଢ କରିବା ସହିତ ସେହି ଅଞ୍ଚଳର ଅନେକ ଯୁବକ ଏବଂ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରାଇଛନ୍ତି । ପ୍ରଶାନ୍ତ ଯେଉଁ ଘର କରଣା ଜିନିଷ ପ୍ରସ୍ତୁତ କରନ୍ତି ତାକୁ ନେଇ ORMS ମାଧ୍ୟମରେ ବିଭିନ୍ନ ଷ୍ଟଲରେ ବିକ୍ରି କରନ୍ତି ।

home Decoration accessories From Wood
home Decoration accessories From Wood (ETV Bharat Odisha)

ମିଳିନି ସରକାରୀ ସହାୟତା:

ଏନେଇ ଦିବ୍ୟାଙ୍ଗ କାରିଗର ପ୍ରଶାନ୍ତ ମହାରଣା କହିଛନ୍ତି, ‘ପିଲା ବେଳେ ବାପା କାଠ କାମ କରୁଥିବା ବେଳେ ତାଙ୍କ ଠାରୁ ଶିଖିଥିଲି । ମୁଁ ନିଜେ କାମ କରିବା ସହ 30ରୁ 40 ଜଣ ପିଲାଙ୍କୁ ମଧ୍ୟ କାମ ଶିଖାଇଛି। ଏବେ କାଠ ମିଳିବା କଷ୍ଟ ହୋଇଯାଉଛି । ଆମକୁ ସରକାରୀ କିମ୍ବା ବେସରକାରୀ ସ୍ତରରେ କୌଣସି ସାହଯ୍ୟ ସହଯୋଗ ମିଳିନି। ଯଦି ସରକାରଙ୍କ ପକ୍ଷରୁ କିଛି ସହଯୋଗ ମିଳନା ତେବେ ମୁଁ ଆହୁରି ଆଗକୁ ବଢ଼ିପାରନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ପିଲାଦିନ ସ୍ମୃତି ସାଉଁଟୁଛି ବାଲିଯାତ୍ରା ପଡ଼ିଆ, ମନ କିଣୁଛି ବେଙ୍ଗ ବାଜାକୁ ମାଙ୍କଡ଼ ଡିଆଁ ଖେଳନା

ଏହା ମଧ୍ୟ ପଢ଼ନ୍ତୁ...ସୋଲ ଫୁଲରେ ଝଲସିବ ତିନି ରଥ, ପ୍ରସ୍ତୁତିରେ ଲାଗି ପଡିଛନ୍ତି ବୀର କିଶୋରଙ୍କ ପରିବାର - Sola wood flower for Ratha

ସେହିପରି କାରିଗର ଅଚ୍ୟୁତାନନ୍ଦ ମହାରଣାଙ୍କ କହିବା ଅନୁସାରେ, ଖଣ୍ଡପଡ଼ା ଅଞ୍ଚଳରେ ବହୁତ କାରିଗର ରହିଛନ୍ତି । ଭଲ କାରିଗରୀ ଜାଣିଛନ୍ତି । ହେଲେ କୌଣସି ପ୍ରକାର ସରକାରୀ ସୁବିଧା ମିଳିପାରୁନାହିଁ । ଫଳରେ ଘର ଚଳାଇବା ପାଇଁ କାରିଗରୀ କାଯ୍ୟକୁ ଛାଡି ବାହାରକୁ ଯାଇ ଅନ୍ୟ ସବୁ କାଯ୍ୟ କରୁଛନ୍ତି । ସେହିପରି ପ୍ରଶାନ୍ତଙ୍କ ଠାରୁ କାରିଗରୀ ତାଲିମ ନେଇଥିବା ସେହି ଅଞ୍ଚଳର ଜଣେ ମହିଳା ଗୀତାଞ୍ଜଳି କର କହିଛନ୍ତି ଯେ, ସେ ପ୍ରଶାନ୍ତଙ୍କ ଠାରୁ ଏକ ବର୍ଷ ତାଲିମ ନେଇଥିଲେ । ପରେ ପ୍ରଶାନ୍ତ ତାଙ୍କୁ କାମ ଯୋଗାଉଛନ୍ତି । ଏହି କାମ କରି ସେ ପରିବାର ଚଳାଉଛନ୍ତି । ସେହିପରି ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ପ୍ରଶାନ୍ତ ବହୁତ ଭଲ କାରିଗର । ସରକାରଙ୍କ ତରଫରୁ କୌଣସି ପ୍ରକାର ସୁବିଧା ସୁଯୋଗ ମିଳିପାରୁନାହିଁ ।ଯଦି ସୁବିଧା ସୁଯୋଗ ମିଳି ପାରିବ ତେବେ ସେ ଆହୁରି ଆଗକୁ ବଢ଼ିପାରିବେ ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.