thumbnail

By ETV Bharat Odisha Team

Published : Sep 9, 2023, 1:00 PM IST

ETV Bharat / Videos

Watch: ବାଇଡେନଙ୍କୁ କୋଣାର୍କ ଚକ୍ର ଦେଖାଇଲେ ମୋଦି

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀରେ ଝଲସୁଛି ଓଡ଼ିଶାର ଐତିହ୍ୟ କୋଣାର୍କ ଚକ୍ର । ଭାରତ ମଣ୍ଡପମର ସ୍ବାଗତ ସ୍ଥଳରେ କୋଣାର୍କ ଚକ୍ର ଶୋଭା ପାଉଛି । ସେହି ସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦି ଛିଡା ହୋଇ ବିଶ୍ବ ନେତୃବୃନ୍ଦଙ୍କୁ ସ୍ବାଗତ କରିଛନ୍ତି । ଏହି କ୍ରମରେ ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପାଛୋଟି ନେଇଥିଲେ । ଏତିକି ବେଳେ ମୋଦି ବାଇଡେନଙ୍କୁ ପ୍ରଚ୍ଛଦପଟ୍ଟରେ ଥିବା ଗୌରବଶାଳୀ ଐତିହ୍ୟ କୋଣାର୍କ ଚକ୍ରକୁ ଦେଖାଇଥିଲେ ଏବଂ ଏହାର ମହତ୍ତ୍ବ ବୁଝାଇଥିଲେ । ଜି-୨୦ ବୈଠକ ପାଇଁ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟମାନେ ଏବେ ଦିଲ୍ଲୀରେ ଅଛନ୍ତି । ଭାରତର ଅଧ୍ୟକ୍ଷତାରେ ଆଜିଠୁ ଭାରତ ମଣ୍ଡପମଠାରେ ସମ୍ମିଳନୀ ଆରମ୍ଭ ହୋଇଛି । ଆସନ୍ତାକାଲି ଯାଏଁ ସମ୍ମିଳନୀ ଚାଲିବାକୁ ଥିବାବେଳେ ଆଜି ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଦେଶୀ ଅତିଥିମାନଙ୍କ ପାଇଁ ନୈଶ୍ୟଭୋଜିର ଆୟୋଜନ କରିଛନ୍ତି  ।  

ଏହାମଧ୍ୟ ପଢନ୍ତୁ: G 20 Summit: ପିଲାଙ୍କ ଗହଣରେ ସମୟ ଅତିବାହିତ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

ଜି୨୦ ସମ୍ମିଳନୀ ପାଇ ସମଗ୍ର ରାଜଧାନୀରେ ପୋଲିସ ଛାଉଣୀ ହୋଇଛି । ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ସହିତ ଦିଲ୍ଲୀକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସଜାଯାଇଛି । ଅର୍ଦ୍ଧାସାମରିକ ବାହିନୀ, ପୋଲିସ ଓ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ସହର ଉପରେ ନଜର ରଖିଛନ୍ତି । ଏହାସହିତ ବାୟୁସେନାର ଲଢୁଆ ବିମାନଙ୍କୁ ମଧ୍ୟ ରାଜଧାନୀ ସୀମାରେ ମୁତୟନ କରାଯାଇଛି । ୩ ଦିନ ପାଇଁ ଦିଲ୍ଲୀର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ କାର୍ଯ୍ୟାଳୟ ବନ୍ଦ ରଖାଯାଇଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.