Watch: ବିଶ୍ବନେତାଙ୍କୁ ସାବରମତୀ ଆଶ୍ରମ କଥା ବୁଝାଇଲେ ମୋଦି

By ETV Bharat Odisha Team

Published : Sep 10, 2023, 2:09 PM IST

thumbnail

ନୂଆଦିଲ୍ଲୀ: ଜି-୨୦ ବୈଠକ ପାଇଁ ଦିଲ୍ଲୀରେ ଥିବା ବିଶ୍ବ ନେତୃବୃନ୍ଦ ଆଜି ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଝିପ୍ ଝିପ୍ ବର୍ଷାରେ ରାଷ୍ଟ୍ରପତି ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ଅନ୍ୟାନ୍ୟ ଜି-୨୦ ପ୍ରତିନିଧିମାନେ ବାପୁଙ୍କ ସମାଧି ସ୍ଥଳରେ ପହଞ୍ଚିଥିଲେ  । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତିଥିମାନଙ୍କୁ ଖଦୀ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ । ତେବେ ସ୍ବାଗତ ସ୍ଥଳରେ ଗାନ୍ଧୀଜୀଙ୍କ ସାବରମତି ଆଶ୍ରମର ଏକ ଚିତ୍ର ଦେଖିବାକୁ ମିଳିଥିଲା । ରାଜଘାଟକୁ ଆସୁଥିବା ବିଦେଶୀ ଅତିଥିମାନଙ୍କୁ ସ୍ବାଗତ କରିବା ସମୟରେ ମୋଦି ସମସ୍ତଙ୍କୁ ସାବରମତୀ ଆଶ୍ରମ ବିଷୟରେ ଅବଗତ କରାଇଥିଲେ । ଗାନ୍ଧୀଜୀଙ୍କ ଏହି ଆଶ୍ରମ ସହ ତାଙ୍କର ଜୀବନ କାହାଣୀ ଏବଂ ଅହିଂସା ବାର୍ତ୍ତା ବୁଝାଇଥିଲେ  ।

ଏହାମଧ୍ୟ ପଢନ୍ତୁ: UK PM At Akshardham: ଅକ୍ଷରଧାମ ମନ୍ଦିରରେ ପୂଜାର୍ଚ୍ଚନା କଲେ ଋଷି ସୁନକ

ପ୍ରଥମ ଥର ଭାରତର ଅଧ୍ୟକ୍ଷତାରେ ଜି-୨୦ ଶିଖର ସମ୍ମିଳନୀ ରାଜଧାନୀ ଦିଲ୍ଲୀ ଠାରେ ଆୟୋଜିତ ହୋଇଛି । ଆଜି ଏହି ସମ୍ମିଳନୀର ଅନ୍ତିମ ଦିନ । ଆଜିର ବୈଠକରେ ୱାନ ଫ୍ୟୁଚର ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା । ଏହାପୂର୍ବରୁ ସମସ୍ତ ବିଶ୍ବନେତାମାନେ ରାଜଘାଟରେ ପହଞ୍ଚି ଗାନ୍ଧୀଜୀଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଆଜିର ସମ୍ମିଳନୀ ପରେ ଜି-୨୦ ପ୍ରତିନିିଧିମାନେ ଦିଲ୍ଲୀରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ  । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.