thumbnail

By

Published : Dec 26, 2022, 2:19 PM IST

Updated : Feb 3, 2023, 8:37 PM IST

ETV Bharat / Videos

ବୀର ବାଲ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ, ମନ ମୋହିଲା ପିଲାଙ୍କ ସଙ୍ଗୀତ ପରିବେଷଣ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀସ୍ଥିତ ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଅନୁଷ୍ଠିତ ବୀର ବାଲ ଦିବସରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ କୁନି କୁନି ପିଲାଙ୍କ ସଙ୍ଗୀତ ପରିବେଶଣ ସହ ତବଲା ବଜାଇବା ମନ ମୋହିଛି । ଆଜି ଦେଶ ପ୍ରଥମ ବୀର ବାଲ ଦିବସ ପାଳନ କରୁଛି । ଏହି ଦିବସ ଆମକୁ କହିବ ଭାରତ କଣ । ଭାରତର ପରିଚୟ କଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ବୀର ସାହିବଜାଦେଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ବୀର ସାହିବଜାଦେ କାହାର ଧମକୁ ଡରି ନାହାନ୍ତି । କାହା ଆଗରେ ମୁଣ୍ଡ ନୁଆଇଁ ନାହାନ୍ତି । ସାହିବଜାଦେଙ୍କ ବଳିଦାନରେ ଆମ ପାଇଁ ବଡ ଉପଦେଶ ରହିଛି । ଆମକୁ ଏକାଠୀ ହୋଇ ବୀର ବାଳ ଦିବସ ସନ୍ଦେଶକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବାକୁ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.