thumbnail

ଅଯୋଧ୍ୟାରେ ଉଜ୍ଜ୍ବଳା ହିତାଧିକାରୀଙ୍କ ଘରେ ମୋଦି; କଥା ହେଲେ, ଚା' ପିଇଲେ

By ETV Bharat Odisha Team

Published : Dec 30, 2023, 9:03 PM IST

PM Modi meets Ujjwala beneficiary in Ayodhya: ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶନିବାର) ଅଯୋଧ୍ୟା ଗସ୍ତ କରିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ହିତାଧିକାରୀ ମୀରା ମାଞ୍ଝୀଙ୍କ ଘରେ ପହଞ୍ଚିଥିଲେ । ପରିବାରର ସଦସ୍ୟଙ୍କ ସହିତ ଆଲୋଚନା କରିଥିବା ବେଳେ ଚା' ମଧ୍ୟ ପିଇଥିଲେ । ଅଯୋଧ୍ୟାରେ ଏହି ପରିବାରର ସଦସ୍ୟଙ୍କ ଘରକୁ ପ୍ରଧାନମନ୍ତ୍ରୀ କାହିଁକି ଯାଇଥିଲେ ସେ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ । ମିଳିଥିବା ସୂଚନା ଅନୁସାରେ ବିଜେପି ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଉଜ୍ଜ୍ବଳା ଯୋଜନାରେ ଇତିମଧ୍ୟରେ ୧୦ କୋଟି ହିତାଧିକାରୀ ଉପକୃତ ହୋଇଛନ୍ତି । ଏହି ପରିବାରଙ୍କଠାରେ ୧୦କୋଟି ପୂର୍ଣ୍ଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ହିତାଧିକାରୀଙ୍କୁ ଭେଟି ଏହି ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି । ସୂଚନା ଥାଉ କି ୨୦୧୬ ମେ ପହିଲାରେ ଉଜ୍ଜ୍ବଳା ଯୋଜନା ଆରମ୍ଭ ହୋଇଥିବା ବେଳେ ବିପିଏଲ କାର୍ଡଧାରୀଙ୍କୁ ଏଲପିଜି ଗ୍ୟାସ ବଣ୍ଟନ କରିବା ଲାଗି ଲକ୍ଷ୍ୟ ରହିଥିଲା । ମୋଦି ଭେଟିଥିବା ହିତାଧିକାରୀ ଜଣକ ଦଳିତ ସମ୍ପ୍ରଦାୟର । ସେ ନିଜ ଶାଶୁ, ଶ୍ବଶୁର, ସ୍ବାମୀ ଓ ସନ୍ତାନଙ୍କ ସହିତ ରାମନଗରି ଦଳିତ କଲୋନିରେ ରୁହନ୍ତି ।  

ଏହା ବି ପଢନ୍ତୁ- ଅଯୋଧ୍ୟା ଧାମ ଷ୍ଟେସନ ଲୋକାର୍ପିତ: ଦେଶରେ ଗଡିଲା ପ୍ରଥମ ଅମୃତ ଭାରତ ଟ୍ରେନ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.