Modi Craze: ବର୍ଷାରେ ଭିଜି ମୋଦିଙ୍କୁ ସ୍ବାଗତ, ରାସ୍ତାକଡ଼ରେ ଜମିଲା ପ୍ରବଳ ଭିଡ଼ - ପ୍ରବଳ ବର୍ଷାରେ ମୋଦିଙ୍କୁ ସ୍ବାଗତ
🎬 Watch Now: Feature Video
ଲକ୍ଷ୍ନୌ: ଉତ୍ତରପ୍ରଦେଶ ଗୋରଖପୁରବାସୀଙ୍କ ମଧ୍ୟରେ ଆଜି ଦେଖିବାକୁ ମିଳିଛି ମୋଦି କ୍ରେଜ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଗତ ଲାଗି ଲୋକେ ବର୍ଷାକୁ ବି ଖାତିର କରିନାହାନ୍ତି । ପ୍ରବଳ ବର୍ଷା ସତ୍ତ୍ବେ ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ଲାଗି ରାସ୍ତାକଡ଼ରେ ଲଗାଇଛନ୍ତି ଭିଡ଼ । ଆଜି ପ୍ରଧାନମନ୍ତ୍ରୀ ଗୋରଖପୁର ଗସ୍ତରେ ଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାରକେଡ ଯାଉଥିବା ସମୟରେ ଲୋକେ ପାଟି କରି ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ କରିଥିଲେ ।
ଏହି ସମୟରେ ପ୍ରବଳ ବର୍ଷା ହେଉଥିବା ବେଳେ ରାସ୍ତାଘାଟ ମଧ୍ୟ ଦେଖାଯାଉନଥିଲା । ହେଲେ ଲୋକେ ବର୍ଷାକୁ ଖାତିର କରିନଥିଲେ । ରାସ୍ତାର ଦୁଇ ପାର୍ଶ୍ବରେ ଠିଆ ହୋଇ ହାତ ହଲାଇ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଟିକିଏ ଝଲକ ପାଇଁ ଏପରି ଭାବେ ବର୍ଷାରେ ବି ଅପେକ୍ଷା କରିଥିଲ ଗୋରଖପୁରବାସୀ । ସୂଚନା ଥାଉ କି ମୋଦି ଏହି ଗସ୍ତରେ ଗୀତା ପ୍ରେସର 100 ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେଇଥିବା ବେଳେ ଗୋରଖପୁର-ଲକ୍ଷ୍ନୌ ବନ୍ଦେ ଭାରତ ଏକ୍ସପ୍ରେସର ମଧ୍ୟ ଶୁଭାରମ୍ଭ କରିଛନ୍ତି ।