thumbnail

Mangal Alati, ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ

By

Published : Nov 13, 2022, 6:53 AM IST

Updated : Feb 3, 2023, 8:32 PM IST

ଜଗତର କଲ୍ୟାଣ ପାଇଁ ବିଶ୍ବ ନିୟନ୍ତାଙ୍କ ପାଖରେ କରାଯାଏ ମଙ୍ଗଳ ଆଳତୀ । ଯାହାର ମାହାତ୍ମ୍ୟ ବେଶ ଅଧିକ ରହିଛି । ସବୁ ଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଛି । ଏହାପରେ ନୀତି ଅନୁସାରେ ଘଣ୍ଟି, ଦୀପ ଓ ମନ୍ତ୍ରୋଚାରଣ ସହ କରାଯାଇଛି ପତିତପାବନ ମଙ୍ଗଳ ଆଳତୀ । ଏହି ସମୟରେ ନିକଟରେ ଠିଆ ହୋଇଥିବା ଭକ୍ତଙ୍କ ମୁଖରୁ ଓଁ ନମଃ ଭଗବତେ ବାସୁଦେବାୟ ଶୁଣିବାକୁ ମିଳୁଛି । ତେବେ ସକାଳୁ ସକାଳୁ ଏହି ଆଳତି ଦେଖିବା ଦ୍ବାରା ପୁରା ଦିନ ମଙ୍ଗଳମୟ ହୋଇଥାଏ ବୋଲି ବିଶ୍ବାସ ରହିଛି ।
Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.