ETV Bharat / state

ପୁଣି ସନ୍ଦେହଘେରରେ ପୋଲିସ ! କନ୍ଧମାଳ ଜ୍ୟେଷ୍ଠ ବଣ୍ଡକି ମୃତ୍ୟୁ ମାମଲାରେ ଡିଜିପିଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ - Jyestha Bondaki death case - JYESTHA BONDAKI DEATH CASE

କନ୍ଧମାଳ ଜ୍ୟେଷ୍ଠ ବଣ୍ଡକି ମୃତ୍ୟୁ ଘଟଣାରେ ସନ୍ଦେହରେ ପୋଲିସର ଭୂମିକା । ପୋଲିସ ବିରୋଧରେ ମୃତକଙ୍କ ପରିବାରର ହତ୍ୟା ଅଭିଯୋଗ । ଡିଜି ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ।

କନ୍ଧମାଳ ଜ୍ୟେଷ୍ଠ ବଣ୍ଡକି ମୃତ୍ୟୁ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି
କନ୍ଧମାଳ ଜ୍ୟେଷ୍ଠ ବଣ୍ଡକି ମୃତ୍ୟୁ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି (ETV Bharat Odisha)
author img

By ETV Bharat Odisha Team

Published : Oct 5, 2024, 6:53 PM IST

କଟକ: କନ୍ଧମାଳ ଗୋଛାପଡାର ଜ୍ୟେଷ୍ଠ ବଣ୍ଡକି ମୃତ୍ୟୁ ମାମଲାରେ ହେବ କ୍ରାଇମବ୍ରାଞ୍ଚ ତଦନ୍ତ । ନିଜେ ପୋଲିସ ମହାନିର୍ଦ୍ଦେଶକ ଓ୍ବାବି ଖୁରାନିଆ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଶନିବାର ଦିନ ଜ୍ୟେଷ୍ଠଙ୍କ ମୃତଦେହ ସ୍ଥାନୀୟ ଅଞ୍ଚଳରୁ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା । ପୋଲିସ ଜ୍ୟେଷ୍ଠଙ୍କୁ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗ କରିଥିଲା ତାଙ୍କ ପରିବାର ସଦସ୍ୟ । ଏହି ମାମଲାରେ ଦୁଇ ଦିନ ତଳେ ଗୋଛାପଡା ଥାନାର 2ଜଣ ପୋଲିସ ଆଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା । ପୋଲିସ ବିରୋଧରେ ହତ୍ୟା ପରି ସଙ୍ଗୀନ ଅଭିଯୋଗ ଥିବା ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହେବାକୁ ଯାଉଛି ।

  • କ’ଣ ଥିଲା ପୁରା ଘଟଣା

କନ୍ଧମାଳ ଜିଲ୍ଲା ଗୋଛାପଡା ଅଞ୍ଚଳରେ ଘଟିଥିଲା ଏହି ଅଘଟଣ । ଜିଲ୍ଲାର ଏସି ଗତ ବୁଧବାର ଦିନ ଦୁଇଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ଏଥିସହ ଏହି ଘଟଣାରେ ତିନିଜଣ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟ ଏବଂ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ କନ୍ଧମାଲ ଏସପି ସୁଭେନ୍ଦୁ କୁମାର ପାତ୍ର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

  • ପୋଲିସ ବିରୋଧରେ ମୃତକଙ୍କ ପରିବାରର ହତ୍ୟା ଅଭିଯୋଗ

ଗତମାସ (ସେପ୍ଟେମ୍ବର) 26 ତାରିଖରେ ରେ ଗୋଚାପଡା ପୋଲିସ ଷ୍ଟେସନ ଅନ୍ତର୍ଗତ ଡାଙ୍ଗାନାମୁ ଘାଟ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହି ବ୍ୟକ୍ତିଜଣକ ଜ୍ୟୋଷ୍ଠ ବୋଣ୍ଡକି ବୋଲି ଚିହ୍ନଟ ହୋଇଥିଲେ । ମୃତକଙ୍କ ସାନଭାଇ ଅଭିଯୋଗ କରିଥିଲେ ଯେ, ତାଙ୍କ ଭାଇ ଏବଂ ତାଙ୍କ ବନ୍ଧୁ ମୋଟର ସାଇକେଲରେ କୌଣସି ଏକ ସ୍ଥାନକୁ ଯାତ୍ରା କରୁଥିଲେ । ପୋଲିସ ସେମାନଙ୍କୁ ପିଛା କରିଥିଲା । ଏପରିକି ପୋଲିସ ସେମାନଙ୍କୁ ଗୋଡ଼ାଇ ସେମାନଙ୍କ ଦୁଇ ଚକିଆ ଯାନକୁ ଯାନକୁ ପଛ ପଟୁ ଧକ୍କା ଦେଇଥିଲା । ଏହି ସମୟରେ ତାଙ୍କ ଭାଇ ଗାଡିରୁ ଖସି ପଡ଼ିଥିଲେ ଏବଂ ପୋଲିସ ତାଙ୍କୁ ମାଡ ମାରି ଘଟଣାସ୍ଥଳରେ ହତ୍ୟା କରିଥିଲା । କେବଳ ସେତିକି ନୁହେଁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ପୋଲିସ ଅଧିକାରୀମାନେ ମୃତଦେହକୁ ଘାଟରେ ପକାଇ ଦେଇ ଘଠଣାସ୍ଥଳରୁ ଚାଲିଯାଇଥିଲେ । ତେବେ ଏହାକୁ ପୋଲିସ ପକ୍ଷରୁ ଖଣ୍ଡନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :- ପାର୍ବଣ ଋତୁରେ ବାହାରକୁ ବାହାରୁଥିଲେ ହୋଇଯାଆନ୍ତୁ ସତର୍କ, ମାତିପାରନ୍ତି ଲୁଟେରା-ଅପରାଧୀ ଗ୍ୟାଙ୍ଗ - Crime during puja

ଏହା ମଧ୍ୟ ପଢନ୍ତୁ :- ପୋଲିସ ପଞ୍ଝାରେ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗ, ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ କରିଥିଲା ଚଢ଼ାଉ - Interstate lootera Gang

ଏହା ମଧ୍ୟ ପଢନ୍ତୁ :- ହର୍ଣ୍ଣ ବଜାଇବାକୁ ନେଇ ଡେଲିଭରି ବୟର ଉନ୍ମକ୍ତ କାଣ୍ଡ, PCR ଷ୍ଟାଫକୁ ଛୁରାମାଡ - delivery boy assault to constable

  • ସନ୍ଦେହରେ ପୋଲିସର ଭୂମିକା, ଖୋଳତାଡ କରିବ କ୍ରାଇମବ୍ରାଞ୍ଚ

ମାତ୍ର ପରେ ଏହି ଘଟଣାରେ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି (ଏସଓପି) ଅନୁସରଣ କରାଯାଇ ନଥିବାରୁ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଏହି ଘଟଣାକୁ ପୋଲିସ ଡିଜି ଅତି ଗୁରୁତ୍ବର ନେବା ସହ ନେଇଛନ୍ତି । ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ କ୍ରାଇମବ୍ରାଞ୍ଚ ତଦନ୍ତରେ ଜ୍ୟେଷ୍ଠ ବଣ୍ଡକିଙ୍କ ସନ୍ଦେହଜନକ ମୃତ୍ୟୁ କିପରି ହେଲା ତାହା ସ୍ପଷ୍ଟ ହୋଇପାରେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.