ଅମିନ ପରୀକ୍ଷାରେ ଦୁର୍ନୀତି ! ସରକାରଙ୍କୁ ଟାର୍ଗେଟ କଲେ ପରୀକ୍ଷାର୍ଥୀ - OSSSC EXAM IRREGULARITIES

By ETV Bharat Odisha Team

Published : 3 hours ago

thumbnail

STUDENTS PROTEST: କଟକ: ସାରା ରାଜ୍ୟରେ ଚାଲୁଥିବା ଆରଆଇ ଏବଂ ଅମିନ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ । ଏହି ଘଟଣାରେ ନ୍ୟାୟ ପାଇବା ପାଇଁ ଷ୍ଟୁଡେଣ୍ଟ୍ ଏଗେନଷ୍ଟ କରପ୍ସନ ସଂଗଠନ ପକ୍ଷରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶହଶହ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଛାତ୍ରଛାତ୍ରୀମାନେ ନେତାଜୀ ବସ ଟର୍ମିନାଲରେ ଥିବା ଲାଇବ୍ରେରୀ ନିକଟରୁ ବିରାଟ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଛନ୍ତି ।ପରୀକ୍ଷାର୍ଥୀ କହିଛନ୍ତି," ତୁରନ୍ତ ସରକାର ଏହି ପରୀକ୍ଷାକୁ ସମ୍ପୂର୍ଣ୍ଣ ବାତିଲ କରନ୍ତୁ । ଏହାଛଡା ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ପୂର୍ବରୁ କଳା ତାଲିକାଭୁକ୍ତ ଥିବାବେଳେ କିପରି ସେ ସଂସ୍ଥା ପରୀକ୍ଷା କରୁଛି । "

ଏହାବ୍ୟତୀତ କଟକ, ଭୁବନେଶ୍ୱର ଭଳି ସ୍ଥାନରେ ଘରୁ ଟଙ୍କା ନ ଆଣି ନିଜେ ଟ୍ୟୁସନ କରି ଏହି ପରୀକ୍ଷା ପାଇଁ ପାଠ ପଢିଥିଲେ ଛାତ୍ରଛାତ୍ରୀ । ପରୀକ୍ଷାରେ ଏପରି ଦୁର୍ନୀତି କରିବା ପରୀକ୍ଷାର୍ଥୀମାନଙ୍କୁ ଦେଇଛି ଶକ୍ତ ଝଟକା । କାହିଁକି ନା ଅନେକ ବର୍ଷ ଧରି ପାଠ ପଢି ଚାକରି କରିବା ପାଇଁ ସହର ରହିଛନ୍ତି ଏମାନେ । ହେଲେ ସରକାରଙ୍କ ଏଭଳି ପରୀକ୍ଷା ପରିଚାଳନା ନୀତି ପାଇଁ ଭବିଷ୍ୟତ ଅନ୍ଧାର ହୋଇଥିବା କହିଛନ୍ତି ଛାତ୍ରଛାତ୍ରୀ । ବର୍ତ୍ତମାନ  ଏହି ପରୀକ୍ଷାକୁ ବାତିଲ କରିବା ସହ ଆଉ ଥରେ ପରୀକ୍ଷା କରଯାଉ । ଏପରିକି ଭଲ ଅନୁଷ୍ଠାନରେ ପରୀକ୍ଷା କରାଯାଉ ବୋଲି ଦାବି କରିଛନ୍ତି ଛାତ୍ରଛାତ୍ରୀ । 

ଏହା ମଧ୍ୟ ପଢନ୍ତୁ....OSSSC ପରୀକ୍ଷାରେ ଅନିୟମିତତା ଅଭିଯୋଗ, ତର୍ଜମା ଚାଲିଛି କହିଲେ ମନ୍ତ୍ରୀ - Irregularities In Exam

ଇଟିଭି ଭାରତ,କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.