ETV Bharat / state

ଗୀତ ଗାଇ ମନ ଜିଣିଲେ ଦୃଷ୍ଟିହୀନ ଛାତ୍ରଛାତ୍ରୀ, ସାଉଁଟିଲେ ପ୍ରଶଂସା - Visually Impaired Singers

ଭଗବାନ ଆଖି ଦେଇନାହାନ୍ତି । ହେଲେ କଣ୍ଠରେ ମା' ସରସ୍ବତୀ ବସିଛନ୍ତି । ଗୀତ ଗାଇ ମନ କିଣୁଛନ୍ତି ବାଲେଶ୍ବରର ଦୃଷ୍ଟିହୀନ ଛାତ୍ରଛାତ୍ରୀ ।

author img

By ETV Bharat Odisha Team

Published : 2 hours ago

VISUALLY IMPAIRED SINGERS
VISUALLY IMPAIRED SINGERS (ETV Bharat Odisha)

ବାଲେଶ୍ବର: କୁହାଯାଏ ଭଗବାନ ମଣିଷର ଗୋଟିଏ କିଛି ଅଭାବ ରଖିଲେ ଆଉ କିଛି ଅଧିକ ଦେଇଥାନ୍ତି । ଯେମିତି ଜଣେ ଦୃଷ୍ଟିହୀନ ମଣିଷର ଆଖି ସିନା ନଥାଏ ହେଲେ ସେହି ମଣିଷର ଅନ୍ୟାନ୍ୟ ଅଙ୍ଗ ବେଶ ସକ୍ଷମ ବା କ୍ଷିପ୍ର ହୋଇଥାଏ । ସେହିପରି ବାଲେଶ୍ୱର ସହରରେ ଥିବା ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏମିତି ପ୍ରତିଭା ରହିଛି ଯେ, ସେମାନେ ଯେଉଁଠି ବି ନିଜର କଳା ପ୍ରଦର୍ଶନ କରିଛନ୍ତି ସବୁଠି ପ୍ରଶଂସାର ପାତ୍ର ହୋଇଛନ୍ତି । ବିଦ୍ୟାଳୟର ପ୍ରାୟ ୧୦ ଜଣ ଛାତ୍ରଛାତ୍ରୀ ଏତେ ସୁନ୍ଦର ଭାବେ ଗୀତ ଗାଇ ପାରୁଛନ୍ତି ଯେ, ଉପସ୍ଥିତ ଜନତାଙ୍କ ମନ କିଣି ନେଉଛନ୍ତି । ଏମିତି ଗୀତ ଗାଇ ବାଲେଶ୍ୱର ତଥା ରାଜ୍ୟ ଏବଂ ରାଜ୍ୟ ବାହାରକୁ ମଧ୍ୟ ଏହି ଛାତ୍ରଛାତ୍ରୀମାନେ ଯାଇ ସେଠାରେ ନିଜର ପ୍ରତିଭା ପାଇଁ ପୁରସ୍କୃତ ମଧ୍ୟ ହୋଇଛନ୍ତି । କେବଳ ପାଠ ପଢା ନୁହେଁ ବରଂ ଏମିତି କଳା ପ୍ରଦର୍ଶନ କରି ଏହି ଛାତ୍ରଛାତ୍ରୀମାନେ ଗୌରବ ଆଣିଛନ୍ତି ।

ବଡ଼ ହେଲେ ମୁଁ ସିଙ୍ଗର ହେବି:

ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ କନିଷ୍ଠ ଛାତ୍ର ତଥା ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ବଂଶୀଧର ଦାସ କୁହିଛନ୍ତି, "ଛୋଟ ବେଳୁ ମୁଁ ସଙ୍ଗୀତ ଶିଖିଲିଣି । ଯେତେବେଳେ ପ୍ରଥମେ ମୁଁ ନୂଆ ଆସିଲି ସାର ମୋତେ ଗୀତ ଶିଖାଇଲେ । ତା'ପରେ ମୁଁ ଶିଖିଲି, ଏପର୍ଯ୍ୟନ୍ତ ବି ଗୀତ ଶିଖୁଛି ଗାଉଛି । ମୁଁ ବହୁତ ଜାଗାରେ ଗୀତ ଗାଇଛି । ଆମ ଗାଁ, ଆମ ପଞ୍ଚାୟତ ଅଫିସରେ ଗାଇଛି । ଲୋକମାନେ ପ୍ରଶଂସା କରନ୍ତି, ପଇସା ଦିଅନ୍ତି, ପ୍ରାଇଜ ବି ଦିଅନ୍ତି । କଣ୍ଠକୁ ସତେଜ ରଖିବା ପାଇଁ ଅଳଙ୍କାର ପ୍ରାକ୍ଟିସ କରେ । ଗୀତ ପାଇଁ ସକାଳେ ୮ରୁ ୯ଟା ଯାଏଁ ସମୟ ଦିଏ । ବଡ଼ ହେଲେ ମୁଁ ସିଙ୍ଗର ହେବି, ଷ୍ଟୁଡିଓରେ ଗୀତ ଗାଇବି, ଏତିକି ମୋର ସ୍ୱପ୍ନ ।"

ସକାଳ ୭ଟାରୁ ୯ଟା ଯାଏଁ ଗୀତ ଶିଖେ:

ସେହିପରି ଏହି ଟିମରେ ଅନ୍ୟମାନଙ୍କ ମଧ୍ୟରେ ଗୀତ ଗାଇ ପ୍ରଶଂସା ସାଉଁଟିଥିବା ଆଉ ଜଣେ ଛାତ୍ର ହେଉଛନ୍ତି ବାବି ଜେନା । ସଙ୍ଗୀତ ପରିବେଷଣକୁ ନେଇ ସେ କହିଛନ୍ତି, "ମୋର ଭବିଷ୍ୟତରେ ଲକ୍ଷ୍ୟ ଅଛି ଗୋଟେ ସିଙ୍ଗର ହେବା ପାଇଁ । ସକାଳ ୭ଟାରୁ ୯ଟା ଯାଏଁ ଗୀତ ଶିଖେ । ଆଉ ବାକି ପାଠପଢ଼ା ୧୦ଟାରୁ ୪ଟା ପର୍ଯ୍ୟନ୍ତ । ଯେଉଁ ଟାଇମରେ ଟିକେ ଫାଙ୍କା ପାଏ ସେହି ଟାଇମରେ ଟିକେ ଗୀତ ଗାଏ ।"

ଏହା ମଧ୍ୟ ପଢ଼ନ୍ତୁ...ହରେଇ ପାରିନି ଡାଉନ ସିଣ୍ଡ୍ରୋମ; ମନୋବଳ ଜିତାଇଛି ଦୁଇ ଦୁଇଟି ଗୋଲ୍ଡ ମେଡାଲ - Golden Boy with Down syndrome

ଏହା ମଧ୍ୟ ପଢ଼ନ୍ତୁ...ପାଟି ଫିଟୁନି କଥା କହୁଛି ତାଙ୍କ ହାତ କାରିଗରୀ, ଗଢୁଛନ୍ତି ସୁନ୍ଦର ଗଜାନନଙ୍କ ମୂର୍ତ୍ତି - Ganesh Puja 2024

ଏହା ମଧ୍ୟ ପଢ଼ନ୍ତୁ...ଦିବ୍ୟାଙ୍ଗ ଦେବୀଙ୍କୁ ମିଳିଲା ଦେବତା ପରି ସ୍ବାମୀ: ଫେସବୁକରୁ ପ୍ରେମ, କୋର୍ଟରେ ସାତ ଜନ୍ମର ସାଥି ହେଲେ ଲଭବାର୍ଡ - SAMBALPUR HANDICAP MARRIED

ପିଲାଙ୍କୁ ପାଇଁ ଗର୍ବିତ:

ଅନ୍ୟପଟେ ଦିବ୍ୟାଙ୍ଗମାନଙ୍କୁ ସଙ୍ଗୀତ ଶିଖାଉଥିବା ସଙ୍ଗୀତ ଗୁରୁ ସତ୍ୟରଞ୍ଜନ ମହାନ୍ତି ସଙ୍ଗୀତ ଶିଖାଇ ବେଶ ଗର୍ବ ଅନୁଭବ କରୁଥିବା କଥା କହିଛନ୍ତି । ସେ କହିଛନ୍ତି, "ସେମାନଙ୍କୁ ଥରେ ଦୁଇଥର କହିଦେଲେ ସେ ମନେ ରଖି ଦିଅନ୍ତି । ଗୋଟେ ମୋବାଇଲ ନମ୍ବର ବି ସିଏ ଗୋଟିଏ ଥର କିମ୍ବା ଦୁଇଥର କହିଲେ ମନେ ରଖିଦିଅନ୍ତି । ତାଙ୍କୁ ଯେତେବେଳେ ଗୀତ ଶିଖାଏ ତାଳ ସବୁ ତାଙ୍କୁ ଛୁଆଁଇ ଆମେ ତାଳ ଶିଖାଉ । ତାଳ କେତେ ମାତ୍ରା, ପାନ କେଉଁଠି ସମ କେଉଁଠି ସେସବୁ କୁହାଯାଏ । ସେମାନେ ବି ଅଧ୍ୟବସାୟ କରୁଛନ୍ତି, ମୁଁ ବି ତାଙ୍କୁ ପରିଶ୍ରମ କରି ଶିଖାଉଛି । ମୋର ସହଯୋଗୀ ଗୌରାଙ୍ଗ ପାତ୍ର ମଧ୍ୟ ଶିଖାଉଛନ୍ତି । ପିଲାମାନେ ଓଡିଶା, ଓଡିଶା ବାହାରେ କାର୍ଯ୍ୟକ୍ରମ କରିଛନ୍ତି । ଆମର କିଛି ପିଲା ରିଆଲିଟି ସୋ'ରେ ମଧ୍ୟ ଗାଇଛନ୍ତି । ମୁଁ ବହୁତ ଗର୍ବିତ । ଯେତେବେଳେ ଦୂରକୁ ଯାଇକି ବାହାରେ ଆମେ କାର୍ଯ୍ୟକ୍ରମ କରୁ ସେଇଠୁ ଯେଉଁ ପ୍ରଶଂସା ପାଆନ୍ତି ସେଥିରୁ ମୁଁ ବହୁତ ଖୁସି ପାଏ । ମୁଁ ଭାବୁଛି ଭଗବାନଙ୍କ ମୋ ଉପରେ ଆଶୀର୍ବାଦ ଥିଲା, ଫଳରେ ମୁଁ ଆସି ଏମାନଙ୍କୁ ସମଗୀତ ଶିଖାଇପାରୁଛି ।"

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.