ETV Bharat / sports

ବିଶ୍ବ କ୍ରିକେଟରେ ସବୁଠାରୁ ଅଧିକ ଦରମା ପାଉଛନ୍ତି ଏହି ଭାରତୀୟ କ୍ରିକେଟର; କୋଟିପତି କରିଛି BCCI - Indian Cricketers Highest Salary - INDIAN CRICKETERS HIGHEST SALARY

Highest Salary in International Cricket : ଭାରତୀୟ କ୍ରିକେଟରଙ୍କୁ କୋଟିପତି କରିଛି BCCI । ଦେଖନ୍ତୁ କେଉଁ ଭାରତୀୟ କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ଅଧିକ ଦରମା ପାଉଛନ୍ତି । ଅଧିକ ପଢ଼ନ୍ତୁ

Highest Salary in International Cricket
Highest Salary in International Cricket (ETV Bharat Odisha)
author img

By ETV Bharat Sports Team

Published : Oct 5, 2024, 7:58 PM IST

ହାଇଦ୍ରାବାଦ : ଭାରତରେ କ୍ରିକେଟ୍ କେବଳ ଖେଳ ନୁହେଁ; ଏହା ଏକ ଧର୍ମରେ ପରିବର୍ତ୍ତିତ ହେଲାଣି । କୌଣସି କ୍ରିକେଟ ଇଭେଣ୍ଟକୁ ବଡ଼ ପର୍ବ ଭଳି ପାଳନ କରୁଥିବା ଭାରତୀୟ କ୍ରିକେଟପ୍ରେମୀ ବେଳେବେଳେ କ୍ରିକେଟରଙ୍କୁ ବା କ୍ରିକେଟରଙ୍କ ପୋଷ୍ଟରକୁ ପୂଜା କରୁଥିବା ମଧ୍ୟ ଦେଖିବାକୁ ମିଳେ । ଏହା ହେଉଛି ଏକମାତ୍ର ଦେଶ, ଯେଉଁଠାରେ ପ୍ରାୟ ଅଧିକାଂଶ ପିଲା ଛୁଆବେଳୁ ଗୁଲି କ୍ରିକେଟ୍ ଖେଳିବାରେ ବଢ଼ିଛନ୍ତି । ଏହା ଏକ ଭାବନା ପାଲଟିଛି । ବିଶେଷକରି ବିଶ୍ବକପ୍‌ ଓ ଆଇପିଏଲ୍‌ ପରି ଇଭେଣ୍ଟକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରନ୍ତି ଏବଂ ପ୍ରତ୍ୟେକ ବିଜୟକୁ ପ୍ରଶଂସକମାନେ ବ୍ୟକ୍ତିଗତ ସଫଳତା ପରି ପାଳନ କରନ୍ତି । ତେବେ କ୍ରିକେଟ୍‌କୁ ସର୍ବାଧିକ ବେତନପ୍ରାପ୍ତ ବୃତ୍ତି ବୋଲି କହିବା ମଧ୍ୟ ଭୁଲ୍ ହେବ ନାହିଁ । ବିଶେଷ କରି ଭାରତରେ ଜଣେ କ୍ରିକେଟର କୌଣସି A ଗ୍ରେଡ୍‌ ସରକାରୀ ଅଧିକାରୀଙ୍କଠାରୁ କମ ସୁବିଧାସୁଯୋଗ ପାଆନ୍ତି ନାହିଁ, ବରଂ କେତେଗୁଣ ଅଧିକ ରୋଜଗାର ମଧ୍ୟ କରନ୍ତି ।

BCCIର ଗ୍ରେଡ୍‌ ଓ ଦରମା ସିଷ୍ଟମ :-

ପ୍ରାୟ ସମସ୍ତେ ଜାଣିଥିବେ ଯେ 'ବୋର୍ଡ ଅଫ୍ କଣ୍ଟ୍ରୋଲ ଫର କ୍ରିକେଟ୍ ଇନ୍ ଇଣ୍ଡିଆ' (ବିସିସିଆଇ) ହେଉଛି ବିଶ୍ବର ସବୁଠାରୁ ଧନୀ କ୍ରିକେଟ ବୋର୍ଡ । ହେଲେ ଅନେକ ଏହା ଜାଣନ୍ତି ନାହିଁ ଯେ ବିସିସିଆଇ ଏହାର କ୍ରିକେଟରଙ୍କୁ ଏକାଧିକ ଆୟର ଉତ୍ସ ଯୋଗାଇଥାଏ, ଯାହା ଏହି କ୍ରିକେଟରମାନଙ୍କୁ ପ୍ରତିବର୍ଷ କୋଟି କୋଟି ଟଙ୍କା ରୋଜଗାର କରିବାରେ ସାହାଯ୍ୟ କରିଥାଏ । ଭାରତୀୟ କ୍ରିକେଟରମାନେ ଖେଳୁଥିବା ପ୍ରତି ମ୍ୟାଚ୍ ବାବଦକୁ ମ୍ୟାଚ୍‌ ଫି' ବ୍ୟତୀତ ସେମାନଙ୍କ ଚୁକ୍ତିନାମାର ଅଂଶ ଭାବରେ ସେମାନଙ୍କୁ ବିସିସିଆଇ ବାର୍ଷିକ ଦରମା ମଧ୍ୟ ଦେଇଥାଏ । ରିପୋର୍ଟ ଅନୁଯାୟୀ, ଗ୍ରେଡ୍ A+ ଚୁକ୍ତିନାମାରେ ସ୍ବାକ୍ଷରିତ କ୍ରିକେଟରମାନଙ୍କୁ ବର୍ଷକୁ 7 କୋଟି ଟଙ୍କା ଦରମା ଦେଇଥାଏ ବିସିସିଆଇ । ଅନ୍ୟ କୌଣସି ଦେଶର କ୍ରିକେଟ ବୋର୍ଡ ସେହି ଦେଶର ଖେଳାଳିଙ୍କୁ ଏତେ ମାତ୍ରାରେ ଦରମା ପ୍ରଦାନ କରିନଥାଏ । ଅନ୍ୟପଟେ ବିସିସିଆଇର 'A' ଗ୍ରେଡରେ ଥିବା ଖେଳାଳିମାନେ ବାର୍ଷିକ 5 କୋଟି ଟଙ୍କା ଦରମା ପାଉଥିବାବେଳେ ଗ୍ରେଡ୍ 'B' ଏବଂ 'C' ଚୁକ୍ତିନାମାରେ ସ୍ବାକ୍ଷରିତ ଖେଳାଳିଙ୍କୁ ବାର୍ଷିକ ଯଥାକ୍ରମେ 3 କୋଟି ଓ 1 କୋଟି ଲେଖାଏଁ ଦରମା ଦେଇଥାଏ ଭାରତୀୟ କ୍ରିକେଟ ବୋର୍ଡ । ତେବେ ଏଠାରେ ଆମେ ଆପଣଙ୍କୁ ଏମିତି 4 ଭାରତୀୟ କ୍ରିକେଟରଙ୍କ ବିଷୟରେ କହିବୁ, ଯେଉଁମାନେ ସେମାନଙ୍କ ବୋର୍ଡଠାରୁ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଦରମା ପାଉଛନ୍ତି ।

Virat Kohli
ବିରାଟ କୋହଲି (ANI Photo)

ବିରାଟ କୋହଲି :-

ବିରାଟ କୋହଲି ବିଶ୍ବର ସବୁଠାରୁ ଧନୀ କ୍ରିକେଟରଙ୍କ ମଧ୍ୟରୁ ଜଣେ । କଠିନ ପରିଶ୍ରମ ସହିତ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଏକ ବିରାଟ ପରିଚୟ ସୃଷ୍ଟି କରିଛନ୍ତି । ସେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ 49 ଦିନିକିଆ ଶତକ ରେକର୍ଡ ଭାଙ୍ଗି ODIରେ ସର୍ବାଧିକ ଶତକ ହାସଲ କରିଥିବା କ୍ରିକେଟର ହୋଇଛନ୍ତି । ବିରାଟ କୋହଲି ଭାରତୀୟ ଦଳର ଅଧିନାୟକ ପଦ ଛାଡ଼ିବା ପରଠାରୁ ସେ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବେ ଦଳ ସହ ଅଛନ୍ତି । ପିଚ୍‌ରେ ତାଙ୍କର ବ୍ୟାଟିଂ କୌଶଳ ଏବଂ ଅତୁଳନୀୟ ଫିଲ୍ଡିଂ କ୍ଷମତା ପାଇଁ ବିସିସିଆଇ ତାଙ୍କୁ ଗ୍ରେଡ୍ A+ ଚୁକ୍ତିରେ ରଖିଛି । ତାଙ୍କର ଆଇପିଏଲ୍‌ ଓ ଅନ୍ୟ ବିଜ୍ଞାପନ ଜନିତ ରୋଜଗାର ବ୍ୟତୀତ ସେ ବିସିସିଆଇଠାରୁ ପ୍ରତି ମ୍ୟାଚ୍‌ ପାଇଁ ମ୍ଯାଚ୍‌ ଫି' ଓ ବାର୍ଷିକ 7 କୋଟି ଟଙ୍କା ଦରମା ପାଉଛନ୍ତି ।

Rohit Sharma
ରୋହିତ ଶର୍ମା (ANI Photo)

ରୋହିତ ଶର୍ମା :-

ବିଶ୍ବ କ୍ରିକେଟ୍‌ରେ 'ହିଟ୍‌ମ୍ୟାନ୍‌' ଭାବେ ପ୍ରସିଦ୍ଧ କ୍ରିକେଟର ତଥା ଭାରତୀୟ ଦଳର (ଟେଷ୍ଟ ଓ ଦିନିକିଆ) ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ତାଙ୍କର ଉତ୍କୃଷ୍ଟ ଖେଳ ଦକ୍ଷତା ଯୋଗୁଁ ଅନ୍ତର୍ଜାତୀୟସ୍ତରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏହି 36 ବର୍ଷୀୟ କ୍ରିକେଟର ଦଳକୁ ଅନେକ ଐତିହାସିକ ବିଜୟ ଭେଟି ଦେଇଛନ୍ତି । ସେ ଭାରତର 4 ଜଣ କ୍ରିକେଟରଙ୍କ ମଧ୍ୟରୁ ଜଣେ, ଯିଏକି 2023 ମସିହାରେ ବିସିସିଆଇ ସହ ଗ୍ରେଡ୍ A+ କାଟାଗୋରୀରେ ପୁନଃ-ଚୁକ୍ତି କରିଥିଲେ । ସେ ମଧ୍ୟ ବିସିସିଆଇଠାରୁ ପ୍ରତି ମ୍ୟାଚ୍‌ ପାଇଁ ମ୍ଯାଚ୍‌ ଫି' ଓ ବାର୍ଷିକ 7 କୋଟି ଟଙ୍କା ଦରମା ପାଉଛନ୍ତି ।

Jasprit Bumrah
ଜସପ୍ରୀତ ବୁମ୍‌ରା (AP Photo)

ଜସପ୍ରୀତ ବୁମ୍‌ରା :-

ଜସପ୍ରୀତ ବୁମ୍‌ରା ଭାରତୀୟ କ୍ରିକେଟ୍ ଦଳର ଆଉ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି । ତାଙ୍କୁ ବିଶ୍ବ କ୍ରିକେଟର ଜଣେ ଅଦ୍ବିତୀୟ ବୋଲର ଭାବେ ସମ୍ମାନିତ କରାଯାଏ । ଟି20 ବିଶ୍ବକପ୍‌ 2024ରେ ଭାରତ ବିଶ୍ବ ବିଜେତା ବନିବା ପରେ ବିରାଟ କୋହଲି ତାଙ୍କୁ ଜଣେ ସର୍ବଶ୍ରେଷ୍ଠ ବୋଲର କହି ସମ୍ବୋଧନ କରିଥିଲେ । ଏହି ଅଭିଜ୍ଞ କ୍ରିକେଟରଙ୍କୁ ବିସିସିଆଇ ଦ୍ବାରା 2023 ଆରମ୍ଭରେ ଗ୍ରେଡ୍ A+ ଚୁକ୍ତି ପ୍ରଦାନ କରାଯାଇଥିଲା । ଫଳରେ ସେ ମ୍ୟାଚ୍‌ ଫି' ବ୍ୟତୀତ ବାର୍ଷିକ ଅତିରିକ୍ତ 7 କୋଟି ଟଙ୍କା ଦରମା ପାଉଛନ୍ତି ।

Ravindra Jadeja
ରବିନ୍ଦ୍ର ଜାଡେଜା (ANI)

ରବିନ୍ଦ୍ର ଜାଡେଜା :-

ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଜଣେ ଘାତକ ସ୍ପିନର ଭାବରେ ପରିଗଣିତ କରାଯାଏ । 2023 ଦିନିକିଆ ବିଶ୍ବକପରେ ଭାରତର ଚମତ୍କାର ପ୍ରଦର୍ଶନ ପଛରେ ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ରହିଥିଲା । ସେ ବିଭିନ୍ନ ସମୟରେ ଭାରତ ପାଇଁ ମିଡିଲ ଅର୍ଡରରେ ବ୍ୟାଟ ସହିତ ସଂକଟମୋଚକ ମଧ୍ୟ ସାବ୍ୟସ୍ତ ହୋଇଛନ୍ତି । 2023 ପ୍ରାରମ୍ଭରେ ରବିନ୍ଦ୍ର ଜାଡେଜାଙ୍କୁ ବିସିସିଆଇ ଦ୍ବାରା ଗ୍ରେଡ୍ 'A'ରୁ ଗ୍ରେଡ୍ A+କୁ ପଦୋନ୍ନତି ଦିଆଯାଇଥିଲା । ସେ ମଧ୍ୟ ଆଇପିଏଲ୍‌ରୁ ସର୍ବାଧିକ ରୋଜଗାର କରୁଥିବା ଖେଳାଳିଙ୍କ ମଧ୍ୟରୁ ଜଣେ । ଜାଡେଜା ଅନ୍ୟ A+ ଚୁକ୍ତିପ୍ରାପ୍ତ ଖେଳାଳିଙ୍କ ଭଳି ବିସିସିଆଇଠାରୁ ପ୍ରତି ବର୍ଷ 7 କୋଟି ଟଙ୍କା ଦରମା ପାଉଛନ୍ତି ।

ପ୍ରକାଶ ଥାଉ, ବିସିସିଆଇର ଗ୍ରେଡ୍ 'A+' ଚୁକ୍ତିନାମାରେ ସ୍ବାକ୍ଷରିତ କ୍ରିକେଟରମାନେ ଅନ୍ତର୍ଜାତୀୟ ମ୍ୟାଚ୍‌ ଫି' ବାବଦରେ ପ୍ରତି ଟେଷ୍ଟ ମ୍ୟାଚ୍‌ ପାଇଁ 15 ଲକ୍ଷ, ପ୍ରତି ଦିନିକିଆ ମ୍ୟାଚ୍‌ ପାଇଁ 6 ଲକ୍ଷ ଓ ପ୍ରତି ଟି20 ମ୍ୟାଚ୍‌ ପାଇଁ 3 ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.