ETV Bharat / entertainment

ତାଜା ହେଲା ପ୍ରି-ୱେଡିଂ ସ୍ମୃତି, ଅଭିଷେକଙ୍କ ସହ 'ରୋକା' ଉତ୍ସବ ମନେ ପକାଇଲେ ଐଶ୍ବର୍ଯ୍ୟା - ABHISHEK PROPOSAL TO AISHWARYA

ପୁଣି ଚର୍ଚ୍ଚାରେ ବଲିଉଡର ଚର୍ଚ୍ଚିତ ବଚ୍ଚନ ପରିବାର । ୧୭ ବର୍ଷ ପରେ ତାଜା ହୋଇଛି ଅଭିଷେକ-ଐଶ୍ବର୍ଯ୍ୟା ବିବାହ । ଚାଟ୍ ସୋ'ରେ ପ୍ରି ୱେଡିଂ 'ରୋକା' ସେରିମୋନୀ ।

author img

By ETV Bharat Odisha Team

Published : 2 hours ago

ABHISHEK PROPOSAL TO AISHWARYA
ABHISHEK PROPOSAL TO AISHWARYA (ETV Bharat Odisha)

ହାଇଦ୍ରାବାଦ: ପ୍ରି-ୱେଡିଂ ସ୍ମୃତିକୁ ମନେ ପକାଇଲେ ଐଶ୍ବର୍ଯ୍ୟା । କିଭଳି ତାଙ୍କ ବିବାହର 'ରୋକା' ସମାରୋହ ଆଶ୍ଚର୍ଯ୍ୟଜନକ ଭାବେ ହୋଇଥିଲା ତାହାକୁ ବର୍ଣ୍ଣନା କରିଛନ୍ତି ।ଭାରତୀୟ ସିନେମା ଜଗତର ଦୁଇ ହିଟ୍ ଯୋଡ଼ି ଐଶ୍ବର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କୁ ଦର୍ଶକ ଢେରସାରା ଭଲପାଇବା ଦେଇଛନ୍ତି । 2007 ଏପ୍ରିଲ 20 ତାରିଖରେ ଐଶ୍ବର୍ଯ୍ୟା ଏବଂ ଅଭିଷେକ ବିବାହ ବନ୍ଧନରେ ବାନ୍ଧି ହୋଇ ନିଜର ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ । ବଲିଉଡ୍ ଇତିହାସର ବହୁ ଘଟଣା ମଧ୍ୟରୁ ସେମାନଙ୍କ ବାହାଘର ଅନ୍ୟତମ । ତେବେ ଉଭୟଙ୍କ ବିବାହ ପୂର୍ବରୁ ହୋଇଥିବା 'ରୋକା" ସମାରୋହ କିପରି ଆଶ୍ଚର୍ଯ୍ୟ ଥିଲା ତାହା ଅନେକ ଜାଣିନାହାନ୍ତି । ଏନେଇ ଏକ 'ଚାଟ୍ ଶୋ'ରେ ଖୁଲାସା କରିଛନ୍ତି ନିଜେ ଐଶ୍ବର୍ଯ୍ୟା ରାୟ ।

'ରୋକା' ସମାରୋହ କ'ଣ ?

'ରୋକା' ସମାରୋହ ହେଉଛି ଉତ୍ତର ଭାରତରେ ବିବାହ ପୂର୍ବର ଏକ ପ୍ରଥା । ଯାହା ଦୁଇ ପରିବାର ମଧ୍ୟରେ ଆନୁଷ୍ଠାନିକ ଭାବେ ହୋଇଥାଏ । ଏହା ବିବାହ ପ୍ରସ୍ତୁତିର ପ୍ରାରମ୍ଭ ଅଟେ । ହେଲେ ଐଶ୍ବର୍ଯ୍ୟା ନିଜ 'ରୋକା' ସମାରୋହ ବିଷୟରେ ଆଗରୁ ଜାଣିନଥିଲେ । ଅଭିଷେକଙ୍କ ପ୍ରସ୍ତାବ ପରେ ହଠାତ୍ 'ରୋକା' ସମାରୋହ ତାଙ୍କୁ ଏବଂ ତାଙ୍କ ପରିବାରକୁ ଭାବପ୍ରବଣ କରିଥିବା ସେ କହିଛନ୍ତି ।

ଐଶ୍ବର୍ଯ୍ୟା-ଅଭିଷେକଙ୍କ 'ରୋକା' ସମାରୋହ କିପରି ଥିଲା ?

ଏକ 'ଚାଟ୍ ଶୋ'ରେ ଯୋଗଦେଇ ଐଶ୍ବର୍ଯ୍ୟା ରାୟ ନିଜର ବିବାହ ପୂର୍ବରୁ ହୋଇଥିବା 'ରୋକା' ସମାରୋହର ସ୍ମୃତିକୁ ମନେ ପକାଇଛନ୍ତି । ଅଭିଷେକ ବଚ୍ଚନଙ୍କ ବିବାହ ପ୍ରସ୍ତାବ ପରେ ହଠାତ୍ କିପରି ଆଶ୍ଚର୍ଯ୍ୟଜନକ ଭାବେ ଏହା ଅନୁଷ୍ଠିତ ହୋଇଥିଲା ତାହା ବଖାଣିଛନ୍ତି । ଏଥିପାଇଁ ଆଗାମୀ କୈଣସି ନିଷ୍ପତ୍ତି ହୋଇନଥିବା ସେ କହିଛନ୍ତି । ସେ କହିଛନ୍ତି," ମୁଁ ଜାଣିନଥିଲି ଯେ ତାହାକୁ 'ରୋକା' ସମାରୋହ କୁହାଯାଏ । ଆମେ ଦକ୍ଷିଣ ଭାରତୀୟ, ତେଣୁ ମୁଁ ଜାଣେ ନାହିଁ 'ରୋକା' କ’ଣ ? ହଠାତ୍ ଅଭିଷେକଙ୍କ ଘରୁ ଆମ ପାଖକୁ ଏକ ଫୋନକଲ୍ ଆସିଲା । ଅଭିଷେକ କହିଲେ ଆମେ ସମସ୍ତେ ତୁମ ଘରକୁ ଆସୁଛୁ । ମୁଁ ବାପାଙ୍କୁ ଅଟକାଇ ପାରିବି ନାହିଁ । ଆମେ ରାସ୍ତାରେ ଯାଉଛୁ । ଯାହାଶୁଣି ମୁଁ ପୁରା ଆଶ୍ୟର୍ଯ୍ୟ ହୋଇଗଲି । ଯାହା 'ରୋକା' ସମାରୋହକୁ ଆହୁରି ଆଶ୍ଚର୍ଯ୍ୟଜନକ କରିଥିଲା । "

ଏହା ମଧ୍ୟ ପଢନ୍ତୁ ....ବିବାଦୀୟ ବୟାନ, ତେଲେଙ୍ଗାନା ମନ୍ତ୍ରୀଙ୍କ ବିରୋଧରେ ମାନହାନୀ ମାମଲା - Nagarjuna Files Defamation Case

ଏହା ମଧ୍ୟ ପଢନ୍ତୁ ....ଫିଲ୍ମ ସୁଟିଂରେ ପଶିଲା ମାଓ ଭୟ, ଅଧାରେ ଅଟକିଲା ‘ରାଣ୍ଡି ପୁଅ ଅନନ୍ତା’ ସୁଟିଂ - Odia Film Shooting Cancel

ଏହା ମଧ୍ୟ ପଢନ୍ତୁ .... ଦର୍ଶକଙ୍କୁ ଦଶହରା ଭେଟି, ଓଡ଼ିଆ ଚଳଚ୍ଚିତ୍ର 'ଦୁର୍ଗା' କହିବ ନାରୀର ସଂଘର୍ଷ କାହାଣୀ - Durga Release

'ବାପା ଘରେ ନଥିଲେ'

ଐଶ୍ବର୍ଯ୍ୟା ଆହୁରି ମଧ୍ୟ କରିଛନ୍ତି,"ଏହି ସମୟରେ ମୋ ବାପା କୃଷ୍ଣରାଜ ରାୟ ଘରେ ଅନୁପସ୍ଥିତି ଥିଲେ । ସେ ସହର ବାହାରକୁ ଯାଇଥିଲେ । ଯାହାଫଳରେ ତାଙ୍କୁ ଫୋନ୍ ମାଧ୍ୟମରେ ଅଂଶଗ୍ରହଣ କରିବାକୁ ପଡିଥିଲା । ବଚ୍ଚନ ପରିବାର ଯେତେବେଳେ ଆମ ଘରେ ପହଞ୍ଚିଥିଲେ ମୋ ମା’ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ । " ଦୁଇ ପରିବାରର ମିଳନ ପରେ 2007 ମସିହା ଏପ୍ରିଲ 20 ତାରିଖରେ ଐଶ୍ବର୍ଯ୍ୟା ଏବଂ ଅଭିଷେକ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଯାହା ଦୁଇ ପରିବାର ମଧ୍ୟରେ ଥିବା ଭଲ ପାଇବାକୁ ପ୍ରକାଶ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.