ସମ୍ବଲପୁର: ହୀରାକୁଦ ଡ୍ୟାମ ହେଉଛି ଏସିଆର ଏବଂ ଦେଶର ଦୀର୍ଘତମ ମାଟି ବନ୍ଧ l ବିଦ୍ୟୁତ ଉତ୍ପାଦନ, ବନ୍ୟା ନିୟନ୍ତ୍ରଣ, ଜଳ ସେଚନ ଆଦି ଲକ୍ଷ୍ୟ ନେଇ ଏହି ବହୁମୁଖୀ ନଦୀ ବନ୍ଧ ଯୋଜନାର ପରିକଳ୍ପନା କରାଯାଇଥିଲା l ଏହି ଡ୍ୟାମଟି ଏବେ 60 ବର୍ଷରୁ ଅଧିକ ପୁରୁଣା ହୋଇ ସାରିଛି l ତେବେ ଏହି ଡ୍ୟାମର ସୁରକ୍ଷା ବର୍ତ୍ତମାନ କେମିତି ରହିଛି ?
ଯଦି କୌଣସି ଭୂମିକମ୍ପ ହେଲେ ଏହା ଭାଙ୍ଗି ଯିବନି ତ ? ଯଦି ନ ଭାଙ୍ଗୁଛି ତାହେଲେ ଏହା ଉପରେ କଣ ପ୍ରଭାବ ରହିବ ? ଏଥିପାଇଁ ଏବେ ଆସନ୍ତା 21 ତାରିଖରେ ଏକ ପାଞ୍ଚ ଜାଣିଆ ବିଶେଷଜ୍ଞ ଦଳ ହୀରାକୁଦ ଡ୍ୟାମ ଆସି ଏହାର ଅନୁଧ୍ୟାନ କରି ଏହାର ସୁରକ୍ଷା ନେଇ ଏକ ପାଇଲଟ ଷ୍ଟଡି ରିପୋର୍ଟ ସରକାରଙ୍କୁ ଦେବ ଓ ଏହା ଅନୁସାରେ ହୀରାକୁଦର ସୁରକ୍ଷା ଓ ନିରାପତ୍ତା ପାଇଁ ପ୍ରସ୍ତାବ ଦେବ l ଜୟପୁରର MNIT ( Malaviya National Institute of Technology )ର ଏକ ବିଶେଷଜ୍ଞ ଦଳ ଆସିବ l
ହୀରାକୁଦ ଡ୍ୟାମ୍ର ହେବ ନିରାପତ୍ତା ଯାଞ୍ଚ
- ଜୟପୁରର MNIT ସଂସ୍ଥା କରିବ ନିରାପତ୍ତା ଯାଞ୍ଚ
- ଆସନ୍ତା 21ରୁ 23 ତାରିଖ ଯାଏଁ ଯାଞ୍ଚ
- ମହାନଦୀ ବେସିନ୍ର ମୁଖ୍ୟ ଯନ୍ତ୍ରୀଙ୍କୁ ମଗାଗଲା ତଥ୍ୟ
- ବନ୍ୟା ସମୟର ପୂର୍ବ ଓ ପରବର୍ତ୍ତୀ ଜଳସ୍ଥିତି ସଂପର୍କିତ ତଥ୍ୟ ମାଗିଲେ
- ଜଳଭଣ୍ଡାରର ଡିଜାଇନ୍, ଡ୍ରଇଁ, କାର୍ଯ୍ୟଧାରା ସଂପର୍କିତ ତଥ୍ୟ ମାଗିଲେ
- 15 ତାରିଖ ସୁଦ୍ଧା ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ଯନ୍ତ୍ରୀ
- ଚିଠି ଲେଖି ତଥ୍ୟ ମାଗିଲେ ସେଚ ସଦନ ଡ୍ୟାମ୍ ନିରାପତ୍ତା ମୁଖ୍ୟ ଯନ୍ତ୍ରୀ
MNIT ର 4 ଜଣ ଓ ଚେନ୍ନାଇର ଜଣେ ପ୍ରଫେସର ଆସିବେ-
ଏଥିରେ MNIT ର 4 ଜଣ ଓ ଚେନ୍ନାଇର ଜଣେ ପ୍ରଫେସର ଆସିବେ l ଏଥିପାଇଁ ହୀରାକୁଦ ଡ୍ୟାମର ମୂଖ୍ୟ ଯନ୍ତ୍ରୀ ଙ୍କୁ ଚିଠି କରାଯାଇ 14 ପ୍ରକାର ତଥ୍ୟ ପ୍ରସ୍ତୁତ ରଖିବାକୁ କହିଛି l ଏନେଇ ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ସୁଶୀଲ କୁମାର ବେହେରା କହିଛନ୍ତି, "ଆମର ନ୍ୟାସନାଲ ସ୍ତରରେ ଗୋଟିଏ ନିଷ୍ପତ୍ତି ନିଆଯାଇଛି । ଦେଶରେ ଯେତିକି ଡ୍ୟାମ ଅଛି ଡ୍ୟାମ ଗୁଡାକର structural ସ୍ଥିତି, structure safety, ଆଉ safety against comic force ମାନେ earthquake ହେଲେ କଣ କ୍ଷୟକ୍ଷତି ହେବ ତାକୁ ଷ୍ଟଡି (ସର୍ଭେ) କରିବା ପାଇଁ ଗୋଟିଏ ଏକ୍ସପାର୍ଟ ପେନାଲ (ବିଶେଷଜ୍ଞ ଦଳ) ଗଠନ କରାହୋଇଛି l ସେଟା ଯେଉଁଟା କି ଆପଣ Malaviya National Institution of Technology ର ପ୍ରଫେସର ମାନେ ସେଥିରେ ଅଛନ୍ତି l ସେମାନେ ଆସନ୍ତା 21 ତାରିଖ ଦିନ ହୀରାକୁଦ ଡ୍ୟାମ ପରିଦର୍ଶନରେ ଆସିବେ ଆଉ ଆମର ଡ୍ୟାମ ଅଧିକାରୀଙ୍କ ସହିତ ବି ଆଲୋଚନା କରିବେ l ସେମାନେ କିଛି ଡାଟା ବି ମାଗିଛନ୍ତି ତାକୁ ଆମେ ପ୍ରସ୍ତୁତ କରୁଛୁ l ସେ ଡାଟା ନେଇକି ଅନାଲିସିସ କରିକି ତାଙ୍କର ରିପୋର୍ଟ ଟା ଜଣେଇବେ l ଅନାଲିସିସରେ କଣ ହେଲେ ସେଥିରେ ଆମକୁ ସଜେସନ ଦେଇପାରନ୍ତି ଯେ ଏହା କଲେ ତାର ଲଙ୍ଗଜିଭିଟି ବଢିବ କିମ୍ବା କହି ପାରନ୍ତି ଠିକ ଅଛି ବୋଲି l ତେଣୁ ସେମାନଙ୍କ ଡାଟା ଆମେ ରେଡି କରୁଛୁ l ସେମାନେ 21 ତାରିଖ ଆସିଲେ ସେମାନେ ଇନସ୍ପେକକ୍ସନ କରିକି ସେମାନଙ୍କ ରିପୋର୍ଟ ଦେବେ l"
ଏହି ଟିମ ତାର ଗସ୍ତ ପୂର୍ବରୁ 14 ପ୍ରକାର ଡାଟା ପ୍ରସ୍ତୁତ ରଖିବାକୁ ଡ୍ୟାମ କର୍ତ୍ତୃପକ୍ଷଙ୍କୁ ଚିଠି କରିଛି l ମୁଖ୍ୟତଃ କେଉଁ ଟାଇମରେ କେତେ ବର୍ଷା ର ପରିମାଣ ରହୁଛି କେବେ ବର୍ଷା ବନ୍ଦ ରହୁଛି ? ଅତୀତରେ ହୋଇଥିବା ବନ୍ୟା ର ତଥ୍ୟ, ଜଳ ଭଣ୍ଡାର ର ତଥ୍ୟ, ଗେଟ, ସ୍ପିଲ ୱେ କ୍ଷମତା, ସ୍ଥାନୀୟ ଅଞ୍ଚଳର ଭୁତତ୍ତ୍ୱ ଟେଷ୍ଟ ରିପୋର୍ଟ, ବାର୍ଷିକ ତାପମାତ୍ର ର ତାରତମ୍ୟତା ର ତଥ୍ୟ ପରି 14 ପ୍ରକାର ଡାଟା ମାଗିଛି ଏହି ଟିମ l ତେବେ ଏହି ଟିମ ର ଏହି ପାଇଲଟ ଷ୍ଟଡି ହୀରାକୁଦ ଡ୍ୟାମ ପାଇଁ ଶୁଭଙ୍କର ବୋଲି କହିଛନ୍ତି ମୂଖ୍ୟ ଯନ୍ତ୍ରୀ ସୁଶୀଲ କୁମାର ବେହେରା l