ବୈବାହିକ ଜୀବନକୁ ସଫଳ କରିବା ଲାଗି ପ୍ରେମ ସହ ପରସ୍ପର ପ୍ରତି ସମ୍ମାନ ଓ ବୁଝାମଣା ଅତ୍ୟନ୍ତ ଜରୁରୀ । ବିବାହ ପରେ ସମୟ ସହିତ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଏହି ତାଳମେଳ ତିଆରି ହେବାକୁ ଲାଗେ । କିନ୍ତୁ ବେଳେବେଳେ ତାଳମେଳ ଓ ସନ୍ତୁଳନ ନ ରହିପାରିବା ଯୋଗୁଁ ସମ୍ପର୍କରେ ମନୋମାଳିନ୍ୟ, ତିକ୍ତତା ଘରେ କରେ । କଥା ଏତେ ବିଗିଡିଯାଏ ଯେ, ଚାହିଁଲେ ମଧ୍ୟ ଉଭୟ ନିଜ ଭିତରେ ଏହି ରାଗ ଅଭିମାନ, ଭୁଲ୍ ବୁଝାମଣା ଦୂର କରିପାରନ୍ତି ନାହିଁ ଓ ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଯାଏ । ସବୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ତ ଝଗଡା ହୁଏ, ହେଲେ ଏହାର ପ୍ରଭାବ ଦାମ୍ପତ୍ୟ ଜୀବନରେ ନ ପଡିବା ଉଚିତ୍ । ଯଦି ଆପଣ ନିଜ ଦାମ୍ପତ୍ୟ ଜୀବନକୁ ସବୁବେଳେ ହସଖୁସି ଭରା ରଖିବାକୁ ଚାହୁଁଛନ୍ତି ତେବେ ଏହି 5ଟି ଟିପ୍ସ ପାଳନ କରନ୍ତୁ ।
ପ୍ରେମ ଓ ପ୍ରଶଂସା:
ସ୍ବାମୀ-ସ୍ତ୍ରୀ ସବୁବେଳେ ପରସ୍ପର ପ୍ରତି ନିଜର ପ୍ରେମ ବ୍ୟକ୍ତ କରିବା ଉଚିତ୍ । କେହି କିଛି ଭଲ କାର୍ଯ୍ୟ କଲେ ତା'ର ପ୍ରଶଂସା କରିବା । ଆପଣଙ୍କ ସାଥୀ ଯେଉଁଥିରେ ଖୁସି ହୁଅନ୍ତୁ ତାହାକୁ ନିଜ ଦାମ୍ପତ୍ୟ ଜୀବନର ଅଂଶ କରିବା ଉଚିତ । ନୂଆ ନୂଆ ବାହାଘର ସମୟରେ କେଉଁସବୁ ଜିନିଷ ଆପଣ ଦୁହିଁକୁ ପରସ୍ପରର ନିକଟତର କରିଥିଲା ତାହା ଭାବନ୍ତୁ ଏବଂ ପୁଣିଥରେ ନିଜ ଜୀବନରେ ଯୋଡନ୍ତୁ ।
ଯେମିତିକି- ଏକାଠି ବସି ଖାଇବା, ଦୂରରେ ଥିଲେ ପରସ୍ପରକୁ କଲ୍-ମେସେଜ କରି ହାଲ୍ଚାଲ୍ ବୁଝିବା ଇତ୍ୟାଦି । ଏସବୁ ପୁରୁଣା ଅଭ୍ୟାସ ଆପଣାଇ ପୁଣିଥରେ ନିଜ ସମ୍ପର୍କରେ ମଧୁରତା ଭରି ପାରିବେ ।
ସମୟ ଦେବା:
ଆଜିର ଧାଁ ଦୌଡ ଜୀବନରେ ସମସ୍ତେ ବ୍ୟସ୍ତ । ଚାକିରି ଓ ପରିବାରର ଦାୟିତ୍ବ ଭିତରେ ନିଜ ଜୀବନସାଥୀ ସହ ରୋମାଣ୍ଟିକ ସମୟ କାଟିବା ମୁସ୍କିଲ ହୋଇପାରେ । ତଥାପି ଏସବୁ ଭିତରେ ନିଜ ଜୀବନସାଥୀ ପାଇଁ ସମୟ ବାହାର କରନ୍ତୁ । ବେଳେବେଳେ ବାହାରେ ଡିନର, ଡେଟ୍ କିମ୍ବା କୌଣସି ସ୍ଥାନକୁ ଟ୍ରିପ୍ ପାଇଁ ପ୍ଲାନ କରନ୍ତୁ । ଦୁହିଁଙ୍କ ମଧ୍ୟରେ ସମ୍ପର୍କ ମଜଭୁତ ରହିବା ସହ ଜୀବନରେ ମଧୁରତା ଆସିବ ।
ସମ୍ପର୍କରେ ଅହଙ୍କାର ନ ଆଣିବା:
ସ୍ବାମୀ-ସ୍ତ୍ରୀର ସମ୍ପର୍କ ସାରା ଜୀବନ ପାଇଁ । ତେଣୁ କେବେ ଦୁହିଁଙ୍କ ଭିତରେ ପାଟିତୁଣ୍ଡ କିମ୍ବା ମନୋମାଳିନ୍ୟ ହେଲେ ନିଜ ଜୀବନସାଥୀ ଆଗରେ ମୁଣ୍ଡ ନୁଆଁଇବାରେ କିଛି ଭୁଲ୍ ନାହିଁ । କେବେ ବି ସମ୍ପର୍କରେ ଅହଂ ଭାବ ନ ଆଣନ୍ତୁ । ସବୁବେଳେ ନିଜ କଥାରେ ଅଟଳ ରହିବା, ଅନ୍ୟର କଥା ନ ଶୁଣିବା କେବଳ ବ୍ୟକ୍ତିଗତ ନୁହେଁ ବୃତ୍ତିଗତ ଜୀବନକୁ ମଧ୍ୟ କ୍ଷତି ପହଞ୍ଚାଏ । ଏହା ଅହଙ୍କାରର ସଙ୍କେତ । ତେଣୁ ସ୍ବାମୀ ହୁଅନ୍ତୁ କି ସ୍ତ୍ରୀ, ଏହି ଅଭ୍ୟାସକୁ ଛାଡି ସମ୍ପର୍କରେ ପ୍ରେମ ଓ ସମ୍ମାନ ବଢାଇବାକୁ ଚେଷ୍ଟା କରନ୍ତୁ ।
ପରସ୍ପର ପ୍ରତି ବିଶ୍ବାସ:
ଯଦି ସମ୍ପର୍କରେ ବିଶ୍ବାସ ନଥାଏ ତେବେ ତିଷ୍ଟି ପାରେ ନାହିଁ । ନିଜ ଜୀବନସାଥୀକୁ ବାରମ୍ବାର ସନ୍ଦେହ କରିବା ତାଙ୍କ ମନରେ ନିରାଶା ଓ ଘୃଣା ସୃଷ୍ଟି କରିପାରେ । ତେଣୁ ସବୁବେଳେ ନିଜ ସାଥୀ ଉପରେ ବିଶ୍ବାସ କରନ୍ତୁ । ଏଥିସହ ପରସ୍ପର ମଧ୍ୟରେ ସବୁ ସୁଖ ଦୁଃଖ ସେୟାର କରନ୍ତୁ । ବିଶ୍ବାସ ଓ ବୁଝାମଣା ରହିଲେ ସମ୍ପର୍କ ମଜଭୁତ ହୁଏ । ବୈବାହିକ ଜୀବନ ସୁଖମୟ ରହେ ।
ସମ୍ପର୍କରେ ସମ୍ମାନ ଜରୁରୀ:
ସମ୍ପର୍କରେ ପ୍ରେମ ଭଳି ସମ୍ମାନ ମଧ୍ୟ ଅତି ଜରୁରୀ । ସବୁ ସମ୍ପର୍କରେ ଏମିତି ଏକ ମୋଡ ଆସେ ଯେତେବେଳେ ଆପଣଙ୍କ ପାର୍ଟନରଙ୍କୁ ଆପଣଙ୍କ ବ୍ୟବହାର ଖୁବ୍ କଷ୍ଟ ଦିଏ । ସବୁ ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ଝଗଡା ହୁଏ । ହେଲେ ଏହାର ପ୍ରଭାବ ସମ୍ପର୍କ ଉପରେ ଦୀର୍ଘସ୍ଥାୟୀ ନ ହେଉ । ତେଣୁ ମନୋମାଳିନ୍ୟ ସ୍ଥିତିରେ ମଧ୍ୟ ପରସ୍ପର ପ୍ରତି ସମ୍ମାନ ବଜାୟ ରଖନ୍ତୁ । ଏମିତି କିଛି ଅସମ୍ମାନ କିମ୍ବା ପୀଡାଦାୟକ କଥା ନ କୁହନ୍ତୁ ଯାହା ଜୀବନ ସାରା ମନରେ ଛାପ ଛାଡିଯିବ । ଏସବୁ ଜିନିଷ ପ୍ରତି ଧ୍ୟାନ ଦେଲେ ସମ୍ପର୍କ ମଜଭୁତ ହୁଏ ।
ଏହା ମଧ୍ୟ ପଢନ୍ତୁ: ଦାଗ-ବ୍ରଣ ହୋଇଯିବ ଦୂର, ଘରେ ବନାନ୍ତୁ ଅମୃତଭଣ୍ଡା ଫେସ ପ୍ୟାକ୍ ଏହା ମଧ୍ୟ ପଢନ୍ତୁ: ସୁଖୀ ଦାମ୍ପତ୍ୟ ଜୀବନରେ ବିଷ ଭରିଦିଏ ଏହି 8ଟି ଜିନିଷ - Mistakes that ruin a marriage ଏହା ମଧ୍ୟ ପଢନ୍ତୁ: ଭାରତର ଏପରି 7 ରହସ୍ୟମୟ ସ୍ଥାନ, ନାଁ ଶୁଣିଲେ ଡରନ୍ତି ଲୋକେ |