ପଥ ଉତ୍ସବ ମାଧ୍ୟମରେ ଭୋଟର ସଚେତନତା ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ

🎬 Watch Now: Feature Video

thumbnail

ଢେଙ୍କାନାଳ: ଜିଲ୍ଲାର କାମାକ୍ଷାନଗର ଠାରେ ଆଜି ପଥ ଉତ୍ସବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଅଧକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ ହେଲା ଯେଉଁମାଙ୍କୁ ୧୮ ବର୍ଷ ପୂରଣ ହୋଇଛି, ସେମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ଓ ଭୋଟର ତାଲିକରେ ସଂଶୋଧନ ଆଣିବା । ଏଥିରେ ଉପଖଣ୍ଡର୨ଟି ନିର୍ବାଚନ ମଣ୍ଡଳ ପରଜଙ୍ଗ ଓ କାମାକ୍ଷାନଗରର ନୂତନ ଭୋଟର ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କରାଯାଇଥିଲା । 

ଏହି ପଥ ଉତ୍ସବରେ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।ସହରର ହନୁମାନ ବଜାରଠାରୁ ଏକ ଶୋଭାଯାତ୍ରା  ବାହାରି ଜଗନ୍ନାଥ ବଜାର ଠାରେ ପହଞ୍ଚିଥିଲେ । ସେଠାରୁ ମାନବ ସୃଙ୍ଖଳ ଚେନ ସୃଷ୍ଟି କରାଯାଇଥିଲା ।ଏହା ପରେ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ନୃତ୍ୟ,ପଥପ୍ରାନ୍ତ ନାଟକ ,ରଙ୍ଗୋଲି ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟର ସଚେତନ କରିଥିଲେ । ଏହି କ୍ରଯ୍ୟକ୍ରମ ସକାଳ ୭ ଟା ରୁ ଆରମ୍ଭ ହୋଇ ସକାଳ ୧୦ଟା ଯାଏଁ ଜାରି ରିହିଥିଲା ।  ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର,ସହକାରୀ ଜିଲ୍ଲାପାଳ ମଦନମୋହନ ଜେନା ,ଦୀପକ କୁମାର ମିଶ୍ରଙ୍କ ସମେତ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ ।ଢେଙ୍କାନାଳ ସହରରେ ମଧ୍ୟ ପଥ ଉତ୍ସବ ଅନୁଷ୍ଠିତ ହୋଇଥିଲା l 

ଏହା ମଧ୍ୟ ପଢନ୍ତୁ...ଭୋଟର ସଚେତନା ପାଇଁ ପଥ ଉତ୍ସବ, ଫୋକସରେ ନୂଆ ମତଦାତା

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.