ପାରାମିଲେଟେରୀ ନିଯୁକ୍ତି ପାଇଲେ ଅଗ୍ନିବୀର, ଯବାନ ଓ ତାଙ୍କ ପରିବାରକୁ ବ୍ରହ୍ମପୁରରେ ସମ୍ବର୍ଦ୍ଧନା - ଯବାନ ଓ ତାଙ୍କ ପରିବାରକୁ ବ୍ରହ୍ମପୁରରେ ସମ୍ବର୍ଦ୍ଧନା
🎬 Watch Now: Feature Video
Published : Sep 17, 2023, 9:44 PM IST
ବ୍ରହ୍ମପୁର: ଭାରତୀୟ ସେନା ଓ ପାରାମିଲେଟେରୀରେ ନିଯୁକ୍ତି ପାଇଥିବା ଯବାନ ଓ ତାଙ୍କ ପରିବାରକୁ ବ୍ରହ୍ମପୁରରେ ସମ୍ବର୍ଦ୍ଧନା । ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି ବ୍ରହ୍ମପୁର ସହରରେ ରହି ତାଲିମ ନେଉଥିଲେ ୨୩ ଜଣ ଭାରତୀୟ ନୌସେନା ଅଧିକାରୀ । ଏହାସହ ୨୬ ଜଣ ଦେଶର BSF, CRPF ଏବଂ CISF ଭଳି ପାରାମିଲେଟେରୀ ଫୋର୍ସରେ ନିଯୁକ୍ତି ପାଇଥିବା ଯବାନ ଟ୍ରେନିଂ ନେଉଥିଲେ । ଏହି ସମସ୍ତ ଯବାନ ଏବଂ ତାଙ୍କ ପରିବାର ବର୍ଗଙ୍କୁ ଏହି ଅବସରରେ ସହରରେ ସାମନ୍ତରାୟ ଏକୋଡମୀ ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି । ଦେଶ ମାତୃକାର ସେବା କରିବା ପାଇଁ ନିଜର ସନ୍ତାନ ଓ ସନ୍ତତିଙ୍କୁ ଉଚିତ୍ ଶିକ୍ଷା ପ୍ରଦାନ କରୁଥିବା ସେମାନଙ୍କ ପିତା ମାତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ଗତ କିଛି ବର୍ଷ ଧରି ଧାରାବାହିକ ଭାବରେ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଦେଶର ସେନା ଓ ଅର୍ଦ୍ଧସାମରିକ ବାହିନୀ ସମେତ ପୋଲିସ ସେବାର ଗୁରୁତ୍ବପୂର୍ଣ୍ଣ ପଦବୀ ପାଇଁ ଏହି ଏକୋଡମୀରେ ସ୍ବତନ୍ତ୍ର ଭାବରେ ତାଲିମ ପ୍ରଦାନ କରାଯାଇ ଆସୁଛି । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଅଗ୍ନିବୀର ନୌସେନାରେ କୃତକାର୍ଯ୍ୟ ହୋଇ ଅନେକ ଯୁବକ ଯୁବତୀଙ୍କ ତାଲିମ ଆରମ୍ଭ ହୋଇଛି ।
ଇଟିଭି ଭାରତ, ବ୍ରହ୍ମପୁର