ବାର୍ଷିକ ଉତ୍ସବରେ ବିଧାୟକ ଗାଇଲେ ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର, ଝୁମିଲେ ଛାତ୍ରଛାତ୍ରୀ - ଗୀତ ଗାଇଲେ ବିଧାୟକ

🎬 Watch Now: Feature Video

thumbnail

By

Published : Feb 17, 2023, 9:34 AM IST

ପାରାଦ୍ୱୀପ: ପାରାଦ୍ୱୀପ ମହାବିଦ୍ୟାଳୟର 48 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଯୋଗଦେଇଥିଲେ ବିଧାୟକ । ଏହି ଅବସରରେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଏକ ସୁନ୍ଦର ଓଡିଆ ଗୀତ ଗାଇଛନ୍ତି । ବିଧାୟକଙ୍କ ଗୀତର ତାଳେତାଳେ ଝୁମିଥିଲେ ଛାତ୍ରଛାତ୍ରୀ ।  

ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟଙ୍କ ଗୀତକୁ ନେଇ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଥିଲା। ପାରାଦ୍ୱୀପର ପ୍ରାଚୀନ ଶିକ୍ଷାନୁଷ୍ଠାନ ପାରାଦ୍ୱୀପ ମହାବିଦ୍ୟାଳୟରେ ଗୁରୁବାର 48 ତମ ବାର୍ଷିକ ଉତ୍ସବ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଯୋଗ ଦେଇ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।  

ଏନେଇ ବିଧାୟକ ମଞ୍ଚରେ କହିଥିଲେ, "ସଜ ସଜ ପ୍ରେମ ଦିବସ ବା ଭଲେଣ୍ଟାଇନ ଡେ ଯାଇଛି । ତେବେ ସମସ୍ତ ଛାତ୍ର ମାନଙ୍କ ପକ୍ଷରୁ ସୁନ୍ଦର ଗୀତ ଗାଉଛି । " ଏହାଶୁଣି ବିଧାୟକଙ୍କୁ ଛାତ୍ରମାନ ଉତ୍ସାହିତ କରିଥିଲେ । ପରେ ବିଧାୟକ ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର... ଗୀତ ଗାଇଥିଲେ । ଯାହାକୁ ନେଇ ତାଳି ବୃଷ୍ଟି ହୋଇଥିଲା । 

ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ନଗରପାଳ ବସନ୍ତ କୁମାର ବିଶ୍ବାଳ, ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅକ୍ଷୟ କୁମାର ପଲାଇ,ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ଼ ସସ୍ମିତା ଶତପଥୀ, ପ୍ରମୁଖ ଉପସ୍ଥିତ ଥିଲେ । ବିଧାୟକଙ୍କ ସୁଲଳିତ କଣ୍ଠରେ ସଙ୍ଗୀତ ପରିବେଷଣ ଉପସ୍ଥିତ ଦର୍ଶକ ବେଶ ଝୁମିଥିଲେ । ପାରାଦ୍ୱୀପ ମହାବିଦ୍ୟାଳୟର ଏହି ବାର୍ଷିକ ଉତ୍ସବରେ ସାଂସଦ ରାଜଶ୍ରୀ ମଲ୍ଲିକ ଯୋଗଦେଇ ଶିକ୍ଷାର ବିକାଶ ଦିଗରେ ସମସ୍ତଙ୍କ ସହଯୋଗ ଲୋଡିଥିଲେ। ପାରାଦ୍ୱୀପ ମହାବିଦ୍ୟାଳୟ ଏକ ପୁରାତନ ଶିକ୍ଷାନୁଷ୍ଠାନ,ଏହାର ବିକାଶ ପାଇଁ ପାରାଦ୍ୱୀପ ପୋର୍ଟ ଠାରୁ ଆରମ୍ଭ କରି ବିଭିନ୍ନ ଶିଳ୍ପାନୁଷ୍ଠାନ ସହଯୋଗ କରିବା ଆବଶ୍ୟକ ବୋଲି ସାଂସଦ ରାଜଶ୍ରୀ ମଲ୍ଲିକ କହିଥିଲେ। 

ଏହା ମଧ୍ୟ ପଢନ୍ତୁ: ବରଗଡରେ ବୀଭତ୍ସ ହତ୍ୟାକାଣ୍ଡ, ଝରଣାରେ ଗାଧେଇବାକୁ ଯାଇଥିବା ମହିଳାଙ୍କୁ ନିର୍ମମ ହତ୍ୟା

ବିଧାୟକ ଆହୁରି ମଧ୍ୟ କହିଥିଲେ, "ଆନନ୍ଦ ଉଲ୍ଲାସରେ ବାର୍ଷିକ ଉତ୍ସବ ପାଳିତ ହୋଇଛି । ଛାତ୍ରଛାତ୍ରୀମାନେ ମଧ୍ୟ ବେଶ ଖୁସି ରହିଛନ୍ତି । ମହାବିଦ୍ୟାଳୟର ଉନ୍ନତିକରଣ କାମ ଜାରି ରହିଛି । ଏହାସହ ସାଂସଦ ରାଜଶ୍ରୀ ମଲ୍ଲିକ ଯୋଗ ଦେଇଥିବା ବେଳେ ସେ ମଧ୍ୟ ମହାବିଦ୍ୟାଳୟର ଉନ୍ନତି ପାଇଁ ପ୍ରତିଶୃତି ଦେଇଛନ୍ତି । ଆଗାମୀ ଦିନରେ କଲେଜର ଆହୁରି ଉନ୍ନତି କରାଯିବ ।"

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.