ମା' ତାରିଣୀଙ୍କ ପୀଠରେ ମହାଆଡ଼ମ୍ବରେ ପାଳନ ହେଲା ପଣା ସଂକ୍ରାନ୍ତି - ପଣା ସଂକ୍ରାନ୍ତି
🎬 Watch Now: Feature Video
ନୂଆପଡ଼ା: ମହାବିଷୁବ ସଂକ୍ରାନ୍ତି ଅବସରରେ ଗାଁ ଠୁ ସହର ଚଳଚଞ୍ଚଳ ହୋଇ ଉଠିଛି । ନୂଆପଡ଼ା ଜିଲ୍ଲା ତୁକୁଳା ଗ୍ରାମ ମାଲପଡା ମା' ତାରିଣୀ ପୀଠ ଠାରେ ରୀତିନୀତି ଅନୁଯାୟୀ ପଣା ସଂକ୍ରାନ୍ତି ପୂଜା ଅନୁଷ୍ଠିତ ହୋଇଯାଇଛି । ଘଣ୍ଟ ଶଙ୍ଖ ବାଜା ବଜାଇ ମା'ଙ୍କୁ ଆହ୍ବାନ କରି ତୁକୁଳା ମାଲପଡା ଠାରୁ ଏକ ଶୋଭାଯାତ୍ରା ବାହାରିଥିଲା । ଏହି ପରିପ୍ରେକ୍ଷୀରେ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ମା'ଙ୍କ ଆଶିଷ ଲାଭ କରିଛନ୍ତି । ବିଭିନ୍ନ ପ୍ରକାର ଫୁଲ ଫଳ ମିଷ୍ଠାନ୍ନ ଭୋଗରାଗ ଅର୍ପଣ କରି ବିଶ୍ବ ଶାନ୍ତି ପାଇଁ ପ୍ରାର୍ଥନା କରାଯାଇଛି । ପଣା ସଂକ୍ରାନ୍ତି ଅବସରରେ ବିଭିନ୍ନ ପ୍ରକାରର ଫଳ, ମିଷ୍ଠାନ୍ନ, ମହୁ, ଦହି ମିଶ୍ରିତ ସୁସ୍ବାଦିଷ୍ଠ ପଣା ପ୍ରସାଦ ମାଆଙ୍କୁ ଭୋଗ ଲାଗି ପରେ ସମସ୍ତେ ପାନ କରିଥିଲେ । ଦୀର୍ଘ ୨୦ ବର୍ଷ ଧରି ତୁକୁଳା ଗ୍ରାମରେ ମା' ତାରିଣୀ ପୀଠରେ ଆଡ଼ମ୍ବର ସହକାରେ ପଣା ସଂକ୍ରାନ୍ତ ପାଳମ କରାଯାଇଛି । ଇଟିଭି ଭାରତ, ନୂଆପଡ଼ା