thumbnail

SCO meet: ଗୋଆରେ ପହଞ୍ଚିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ

By

Published : May 4, 2023, 5:20 PM IST

ପାନାଜୀ: ଗୋଆରେ ପହଞ୍ଚିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରୀ । ଭାରତରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (SCO)ର ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ସେ ଭାରତ ଆସିଛନ୍ତି । ଆଜି ଓ ଆସନ୍ତାକାଲି (4 ଓ 5 ତାରିଖ) ଦୁଇ ଦିନ ଏହି ସମ୍ମିଳନୀରେ ଗୋଆରେ ଆୟୋଜିତ ହେଉଛି । 

SCO ପ୍ରତିରକ୍ଷା ମନ୍ତ୍ରୀ ସମ୍ମିଳନୀ ନୂଆଦିଲ୍ଲୀରେ ଆୟୋଜିତ ହୋଇଥିଲା । ଏହି ଅବସରରେ ଚୀନ ପ୍ରତିରକ୍ଷା ମନ୍ତ୍ରୀ ଲି.ଶାଙ୍ଗଫୁଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କର ବୈଠକ ହୋଇଥିଲା । ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ସହ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଏହି ଆଲୋଚନାରେ ମୁଖ୍ୟାଂଶ ଭାବେ ସ୍ଥାନ ପାଇଥିଲା । ଏବେ ଗୋଆରେ ଆୟୋଜିତ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ବିଦେଶ ମନ୍ତ୍ରୀ ଜୟଶଙ୍କର ନିଜ ଚୀନ ପ୍ରତିପକ୍ଷଙ୍କ ସହ ମଧ୍ୟ ଆଲୋଚନା କରିବେ । ଏହି ସମ୍ମିଳନୀରେ ଋଷ, ଚୀନ, ପାକିସ୍ତାନ ସମେତ ଅନ୍ୟ ସମସ୍ତ ଏସସିଓ ସଦସ୍ୟ ରାଷ୍ଟ୍ର ଅଂଶଗ୍ରହଣ କରୁଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.