ଓଡିଆ ଘର ହାଣ୍ଡିଶାଳର ଦୃଶ୍ୟ ସହ ପଖାଳ କଂସାର ମଜା ନେଉଛନ୍ତି ଗ୍ରାହକ - ପଖାଳ କଂସାର ମଜା ନେଉଛନ୍ତି ଗ୍ରାହକ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/640-480-18038658-thumbnail-4x3-jjj.jpg)
ଭୁବନେଶ୍ବର: ପ୍ରତି ଓଡ଼ିଆଙ୍କ ଆତ୍ମା ସହ ପଖାଳ ଜଡିତ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ମଲ୍ଟି ଭିଟାମିନ୍ ଯୁକ୍ତ ପଖାଳର ଉପାଦେୟତାକୁ ବିଶ୍ବ ଦରବାରରେ ପରିଚିତ କରିବା ପ୍ରତେକ ଓଡିଆଙ୍କ ଲକ୍ଷ୍ୟ । ବିଶେଷ ଭାବେ ଖରାଦିନ ଏହି ପଖାଳର ମହତ୍ଵ ଅଧିକ ଥିବାରୁ ପଖାଳ ଦିବସର ବିଶେଷତ୍ୱକୁ ନେଇ ହାଣ୍ଡିଶାଳରୁ ହୋଟେଲ ସବୁଠି ଥାଏ ପଖାଳର ଆସର ଓ ମହକ । ଆଉ ଏହି ମହକକୁ ରାଜଧାନୀବାସୀଙ୍କୁ ପରଷିଦେବା ପାଇଁ ୨୦ରୁ ଉର୍ଦ୍ଧ୍ବ ବ୍ୟଞ୍ଜନ ପ୍ରସ୍ତୁତ କରିଛି ହୋଟେଲ ଏମ୍ପାୟାର । ପଖାଳ କଂସା ସହ ରହିଛି ପଖାଳର ୨୦ରୁ ଊର୍ଦ୍ଧ୍ବ ବ୍ୟଞ୍ଜନ । ଓଡ଼ିଆ ଓ ଓଡ଼ିଆଣୀ ବେଶରେ ସଜେଇ ହୋଇ ପଖାଳ ପରସିଦେଉଛନ୍ତି ହୋଟେଲର କର୍ମଚାରୀ । ଓଡ଼ିଆ ବେଶ ପୋଷାକ ସହ ଓଡିଆ ଘର ହାଣ୍ଡିଶାଳର ଦୃଶ୍ୟ ଲୋକଙ୍କୁ ବେଶୀ ଆକର୍ଷଣ କରୁଛି । ପିତ୍ତଳ କଂସାକୁ କଦଳୀ ପାତ୍ରରେ ପରଷାଯାଇଥିବା ଆଳୁ ଭଜା, ଛୁଇଁ ଭଜା, ବଡ଼ିଚୁରା, ଆମ୍ବ ଚଟଣି, ପାମ୍ପଡ, ଶାଗ, ଭେଣ୍ଡି ଭଜା, ବାଇଗଣ ଭଜା, ମାଛ ଭଜା, ମାଛ ପୋଡା, ମାଛ ଛେଚା, ମାଛ ବେସର,ଚିଙ୍ଗୁଡି ସହ ପଖାଳ କଂସାଏ ଖାଇ ବେଶ ଆତ୍ମତୃପ୍ତି ଲାଭ କରିଛନ୍ତି ଗ୍ରାହକ ।
ଇଟିଭି ଭାରତ, ଭୁବନେଖଶ୍ବର