ରାତି ପାହିଲେ ନୂଆଁଖାଇ, ଶୁଣନ୍ତୁ ଲୋକକବି ହଳଧର ନାଗଙ୍କ ପ୍ରସ୍ତୁତ କବିତା - ନୂଆଁଖାଇ 2023
🎬 Watch Now: Feature Video
Published : Sep 19, 2023, 9:19 AM IST
ସୁବର୍ଣ୍ଣପର: ରାତି ପାହିଲେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଅଭାବ ବେଳାରେ ଭାବର ତିହାର ସେ ନୂଆଁଖାଇ । ଏ ନେଇ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା । ଶୁଭ ଲଗ୍ନ ଅନୁସାରେ ନୁଆଁଖାଇ ପର୍ବ ପାଳନ ହେବ । ଏହି ତିହାରର ଐତିହାସିକ ତଥ୍ୟ, ସାମାଜିକ, ସାଂସ୍କୃତିକ, ଆର୍ଥିକ ଜନଶୃତିକୁ ନେଇ କବିତା ମାଧ୍ୟମରେ ଉପସ୍ଥାପନ କରିଛନ୍ତି ପଶ୍ଚିମ ଓଡ଼ିଶାର କୋଶଳୀ କବି ପଦ୍ମଶ୍ରୀ ହଳଧର ନାଗ । ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ଲୋକସଂସ୍କୃତି ଉପରେ ଆଧାରିତ ବିଭିନ୍ନ ପର୍ବ ପର୍ବାଣୀ ଭିତରେ ନବାର୍ଣ୍ଣ ଏକ ସ୍ବତନ୍ତ୍ର ପରିଚୟ ରଖି ଆସିଛି । ବିଶେଷ କରି ଏହି ପର୍ବରେ ସାମାଜିକ ସଦଭାବ ଓ ଭାତୃଭାବର ପରିପ୍ରକାଶ ହୋଇଥିବା ଦେଖିବାକୁ ମିଳେ । ଏକ ଧର୍ମୀୟ ଭାବକୁ ନେଇ ଚାଷୀ ବର୍ଷର ଉତ୍ପାଦିତ ପହିଲି ଶସ୍ୟକୁ ନିଜ ନିଜ ଇଷ୍ଟ ଦେବଦେବୀଙ୍କ ପାଖରେ ଅର୍ପଣ କରିବା ପରେ ସପରିବାର ବେଶ ଆନନ୍ଦ ଉତ୍ସାହର ସହିତ ନବାର୍ଣ୍ଣ ପାଳନ କରିଥାନ୍ତି । ଏହି ପର୍ବରେ ଜୁହାର ଭେଟ ,ଖେଳକୁଦ ,ଖାଇବା ପିଇବା ପରି ଅନେକ କାର୍ଯ୍ୟକ୍ରମ କରାଯାଏ । ନୂଆଁଖାଇ ଖାଲି ଯେ ଖାଇବା ପିଇବା ,ଖେଳକୁଦ ତଥା ମଜାମଜଲିସର ପର୍ବ ନୁହେଁ । ଏହି ପର୍ବରେ ପୂର୍ବ ଶତ୍ରୁତାକୁ ଭୂଲି ଲୋକେ ଜୁହାର ଭେଟ ମାଧ୍ୟମରେ ସମାଜରେ ଭାତ୍ରୃଭାବ ଓ ଶାନ୍ତି ପ୍ରତିଷ୍ଠା କରିଥାନ୍ତି । ଲୋକ ସଂସ୍କୃତିକୁ ନେଇ ଗାଁରୁ ସହର ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥାଏ । ବିଭିନ୍ନ ଲୋକ ସଂଗୀତ ,ଲୋକଗୀତରେ ଗାଁ ଦାଣ୍ଡ ଉଛୁଳି ଉଠେ । ଏକ ଭାବର ପର୍ବ ଭାବେ ଲୋକକବି ହଳଧର ନାଗ ନିଜ କବିତା ମାଧ୍ୟମରେ ନୂଆଁଖାଇ ପର୍ବର ଉପସ୍ଥାପନ କରିଛନ୍ତି । ଶୁଣନ୍ତୁ ଲୋକକବିଙ୍କ ମୁହଁରୁ...
ଏହା ବି ପଢନ୍ତୁ...ନୂଆଁଖାଇ ପାଇଁ ସମଲେଶ୍ୱରୀ ମନ୍ଦିରରେ ପ୍ରସ୍ତୁତି ଚୂଡ଼ାନ୍ତ
ଇଟିଭି ଭାରତ, ସୁବର୍ଣ୍ଣପୁର