ସାନମହେଶ୍ୱର ଧାନ ମଣ୍ଡିରେ ଦିଆଯାଉନି ଗନିବେଗ, ଚାଷୀ ଅସନ୍ତୁଷ୍ଟ - paddy mandi problem
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Dec 19, 2023, 6:24 AM IST
ନୂଆପଡା: ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ପ୍ରାଥମିକ କୃଷି ସମବାୟ ସମିତି(ପେକ୍ସ)ଅଧୀନସ୍ତ ସାନମହେଶ୍ୱର ଧାନ ମଣ୍ଡିରେ ଚାଷୀ ଅସନ୍ତୋଷ ଦେଖା ଦେଇଛି । ଚାଷୀ ଧାନ ବିକ୍ରି କରିବା ପାଇଁ RMC, ପେକ୍ସ, ମିଲର୍ସଙ୍କ ଜରିଆରେ ଗନିବେଗ ଯୋଗାଇ ଦେବାର ସରକାରୀ ନିୟମ ରହିଛି । ଯାହାକି ନୂଆପଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଧାନ କ୍ରୟ ବୈଠକରେ ଗନିବେଗ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ବି ଦେଇଛନ୍ତି । ହେଲେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିରି କରି ଚାଷୀଙ୍କୁ ଗନିବେଗ ଦିଆଯାଉନାହିଁ । ତେବେ ନିଜ ଖର୍ଚ୍ଚରେ ଗନିବେଗ ବଜାରରୁ କିଣି ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ । ଫଳରେ ସାନମହେଶ୍ୱର ଧାନ ମଣ୍ଡିରେ ଚାଷୀ ଅସନ୍ତୋଷ ବ୍ୟକ୍ତ କରି ଅଭିଯୋଗ କରିଛନ୍ତି । ଏହାସହ କଟନୀ ଛଟନୀକୁ ନେଇ ଚାଷୀ ଅସନ୍ତୋଷ ପ୍ରକଟ କରିଛନ୍ତି । ଧାନ ମଶ୍ଚର ଅଛି କହି ମନ ମୁତାବକ 3ରୁ 4 କିଲୋଗ୍ରାମ କଟନୀ ଛଟନୀ କରାଯାଉଥିବା ଅଭିଯୋଗ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ.....ଧାନମଣ୍ଡି ଅବ୍ୟବସ୍ଥା: ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି
ଚଳିତ 2023 ଖରିଫ ବର୍ଷରେ ସାନମହେଶ୍ୱର ଧାନମଣ୍ଡିରେ ମା' ପଖାନ ତଲେନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଧାନ କ୍ରୟ କରୁଥିବା ବେଳେ,ଏହି ମଣ୍ଡିରେ 505 ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜିକୃତ ହୋଇଛନ୍ତି । ସୋମବାର ଯାଏଁ 161 ଜଣ ଚାଷୀ ଧାନ ବିକ୍ରି କରି ସାରିଛନ୍ତି । 13 ହଜାର 228 କୁଇଣ୍ଟାଲ ଧାନ କ୍ରୟ କରିବା ପାଇଁ ଟାର୍ଗେଟ ରହିଛି ଏହି ସ୍ୱୟଂ ସହାୟକ ଗୋଷ୍ଠୀ ।ବର୍ତ୍ତମାନ ସୁଧା 6 ହଜାର 500 କୁଇଣ୍ଟାଲ ଧାନ କ୍ରୟ କରିସାରିଛି ମହିଳା SHG ଗ୍ରୁପ୍ । ଅପରପକ୍ଷେ ଧାନ ମଣ୍ଡି ଶୃଙ୍ଖଳା ସହକାରେ ଚାଲିଥିବା ମହିଳା SHG ଗ୍ରୁପ୍ର ସମ୍ପାଦିକା କୁନ୍ତୀ ଶବର କହିଛନ୍ତି ।
ଇଟିଭି ଭାରତ, ନୂଆପଡା