ସ୍ବାଧୀନତା ଦିବସ ଅବସରରେ ଶହୀଦଙ୍କୁ ସମ୍ମାନ ଉଦ୍ଦେଶ୍ୟ, CITUର ଓପନ୍ ପବ୍ଲିକ୍ ମାରାଥନ

By

Published : Aug 14, 2023, 12:42 PM IST

thumbnail

ରାଉରକେଲା: ରାତି ପାହିଲେ ସାରା ଦେଶ ପାଳିବ ୭୭ତମ ସ୍ବାଧୀନତା ଦିବସ । ଏନେଇ ରାଉରକେଲାରେ CITU ଦ୍ୱାରା ଓପନ୍ ପବ୍ଲିକ୍ ମାରାଥନ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସବୁ ବର୍ଗର ଲୋକ ସାମିଲ ହୋଇ ସ୍ୱାଧୀନତା ଓ ବନ୍ଧୁତ୍ୱର ପ୍ରକୃତ ଭାବନାକୁ ପ୍ରଦର୍ଶନ କରିଥିଲେ । ଆଜି ରାଉରକେଲାର ସେକ୍ଟର 2ରେ ଥିବା ବିଜୁ ପଟ୍ଟନାୟକ ଛକରେ ଯୁବ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ କର୍ମଚାରୀ, ପୁରୁଷ, ମହିଳା ଉତ୍ସାହିତ ହୋଇ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଦେଶକୁ ସ୍ୱତନ୍ତ୍ର କରି ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦୂରଦୃଷ୍ଟି ସମ୍ପନ୍ନ ନେତାଙ୍କ ପାଇଁ ଆଜି ଏହି ଗଣଦୌଡ଼ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ମାରାଥନ ଆମବାଗାନ ଛକ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ଶେଷ ହୋଇଥିଲା । ସ୍ୱାଧୀନତା ଦିବସର ଦିନକ ପୂର୍ବରୁ ଏହି ମାରାଥନ୍ ଆୟୋଜନକୁ ନେଇ ବର୍ତ୍ତମାନ ପ୍ରଶଂସା ସାଉଁଟିଛି CITU । 

ଏହା ମଧ୍ୟ ପଢନ୍ତୁ- ସ୍ୱାଧୀନତା ଦିବସ ଅବସରରେ ଆଦିବାସୀ ସହିଦଙ୍କୁ ସମ୍ମାନ, CITU ପକ୍ଷରୁ ମଶାଲ ଶୋଭାଯାତ୍ରା

ଇଟିଭି ଭାରତ, ରାଉରକେଲା 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.