ଭାତହାଣ୍ଡିରେ କାଳବୈଶାଖୀର ତାଣ୍ଡବ, ବଜ୍ରପାତରେ ଜଣଙ୍କ ମୃତ୍ୟୁ 4 ଗୁରୁତର - ଭାତହାଣ୍ଡିରେ କାଳବୈଶାଖୀର ତାଣ୍ଡବ
🎬 Watch Now: Feature Video
ବରଗଡ: ବରଗଡ ଜିଲ୍ଲା ଉପରେ ଦାଉ ସାଧୁଛି କାଳବୈଶାଖୀ । ବ୍ୟାପକ ଝଡତୋଫାନ ସହ କୁଆପଥର ବର୍ଷା । ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବ ସୂଚନା ଦିଆଯାଇ ୟୋଲୋ ଆଲର୍ଟ ଜାରି କରାଯାଇଥିଲା । ଜିଲ୍ଲା ପ୍ରଶାସନ ମଧ୍ୟ ଜନସାଧାରଣଙ୍କୁ ତଥା ଚାଷୀଙ୍କୁ ଏନେଇ ପୂର୍ବ ସୂଚନା ପ୍ରଦାନ କରିଥିଲେ । ବଜ୍ରପାତରୁ ବଞ୍ଚିବା ପାଇଁ ସତର୍କ କରାଇଥିଲେ । ମାତ୍ର ସନ୍ଧ୍ୟାରେ ହୋଇଥିବା ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ 4 ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ବଜ୍ରପାତରେ ମୃତ ବ୍ୟକ୍ତି ଜଣକ ନାଗପାଳି ଗାଁର ଜିତ ଥପା । ଗୁରୁତର ଆହତ ବ୍ୟକ୍ତିମାନେ ହେଲେ କାଦୋବାହାଲ ଗାଁ ର ସନ୍ତୋଷ ମହାରଣା , ଲିଙ୍ଗ ଚାଲାଣ ଏବଂ ଝିଲିମିଣ୍ଡା ଗାଁର ଗୋବିନ୍ଦ ପଧାନ ଓ ଗଙ୍ଗାଧର ଭୁଏ । କାଳବୈଶାଖୀ ଜୀବନ ନେଇଥିବା ବେଳେ ଅନ୍ୟପଟେ ଦୀର୍ଘ ଦୁଇ ଘଣ୍ଟା ଧରି ବର୍ଷା ସାଙ୍ଗକୁ ପ୍ରଚୁର କୁଆପଥର ମାଡରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛି ।
ଇଟିଭି ଭାରତ, ବରଗଡ