ସମ୍ପୂର୍ଣ୍ଣ ଫଳାଫଳ ଆସିବା ପରେ ତର୍ଜମା କରିବୁ: ମୁଖ୍ୟମନ୍ତ୍ରୀ ବୋମ୍ମାଇ

🎬 Watch Now: Feature Video

thumbnail

By

Published : May 13, 2023, 12:58 PM IST

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିର ତମାମ କାର୍ଯ୍ୟକର୍ତ୍ତାଙ୍କ ଉଦ୍ୟମ ସତ୍ତ୍ବେ ମଧ୍ୟ ଆମେ ସଫଳତା ପାଇନାହୁଁ । ସମ୍ପୂର୍ଣ୍ଣ ଫଳାଫଳ ସରିବା ପରେ ଆମେ ବିସ୍ତୃତ ବିଶ୍ଳେଷଣ କରିବୁ । ଲୋକସଭା ନିର୍ବାଚନରେ ​​ପୁନର୍ବାର କ୍ଷମତାକୁ ଆସିବାକୁ ଆମର ପ୍ରୟାସ ଭାବରେ ଆମେ ଏହି ଫଳାଫଳକୁ ଗ୍ରହଣ କରୁଛୁ ବୋଲି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ । ବୋମ୍ମାଇଙ୍କ ନେତୃତ୍ବରେ ଦଳ ଚଳିତ ନିର୍ବାଚନ ଲଢିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ରାଜ୍ୟରେ ବଡ ଚେହେରା କୁହାଯାଉଥିବା ବି.ଏସ ୟାଦ୍ଦୁରୋପ୍ପା ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ବଶବରାଜ ବୋମ୍ମାଇ ମୁଖ୍ୟମନ୍ତ୍ରୀ ଆସନ ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ବରେ ଦଳ ଏହି ନିର୍ବାଚନ ଲଢିଥିଲେ ସୁଦ୍ଧା ସମସ୍ତ ଦାବି ଭୁଲ ପ୍ରମାଣିତ ହୋଇଛି । ରାଜ୍ୟରେ ଦଳ କ୍ଷମତା ହରାଇଛି । ଜନାଦେଶକୁ ଏପରି ଭାବେ ଗ୍ରହଣ କରିବା ସହ ପୁରା ତର୍ଜମା ହେବ ବୋଲି ମୁଖ୍ୟମନ୍ତ୍ରୀ ବୋମ୍ମାଇ କହିଛନ୍ତି । ଶୁଣନ୍ତୁ ବୋମ୍ମାଇଙ୍କ ପ୍ରତିକ୍ରିୟା 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.