thumbnail

କୁମାର ଉତ୍ସବ-2023ର ଶେଷ ସନ୍ଧ୍ୟା, 'ଫୁଲ ବଉଳବେଣୀ' ଗୀତରେ ଝୁମିଲେ ଦର୍ଶକ

By ETV Bharat Odisha Team

Published : Oct 30, 2023, 11:02 PM IST

ଜଗତସିଂହପୁର: କଳା ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ପରିଚିତ କୁମାର ଉତ୍ସଵ । ଏନେଇ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଉଦ୍‌ଯାପିତ ହୋଇଯାଇଛି କୁମାର ଉତ୍ସଵ । ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜୟ ପ୍ରକାଶ ମଇଦାନରେରେ ଅନୁଷ୍ଠିତ କୁମାର ଉତ୍ସଵ କାର୍ଯ୍ୟକ୍ରମର ଅନ୍ତିମ ଦିନରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଶାରଳା ସାହିତ୍ୟ ସଂସଦର ସଭାପତି ଡ. ପ୍ରଭାକର ସ୍ୱାଇଁ ଯୋଗ ଦେଇ କୁମାର ଉତ୍ସଵ ସମ୍ପର୍କରେ କହିଥିଲେ । ଏହାସହ ଜଗତସିଂହପୁରର ଝଙ୍କଡ଼ ମାଟି ସଂସ୍କୃତି ଓ ଇତିହାସର ମାଟି ଏବଂ ଓଡ଼ିଆ ଜାତିର ଅସ୍ମିତା କହିଲେ ଆଦିକବି ଶାରଳା ଦାସଙ୍କୁ ବୁଝାଏ ବୋଲି ମତବ୍ୟକ୍ତ କରିଥିଲେ । ଦୀର୍ଘ ୫ ଦିନ ଧରି ଚାଲୁଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ.......କୁମାର ପୂର୍ଣ୍ଣିମା ଉତ୍ସବ, ନାଚଗୀତରେ ମସଗୁଲ କୁମାରୀ

ତେବେ ଏହି କାର୍ଯ୍ୟକ୍ରମରେ ଶାରଳା ମନ୍ଦିରର ଘଣ୍ଟ ପାଟୁଆ ନୃତ୍ୟ ଦର୍ଶକଙ୍କୁ ବେସ ଆକୃଷ୍ଠ କରିଥିଲା । ସେହିପରି "କୁମାର ପୂର୍ଣ୍ଣମୀ ଜହ୍ନ ଗୋ ଫୁଲ ବଉଳବେଣୀ" ସଙ୍ଗୀତର ତାଳେତାଳେ ଦର୍ଶକ ଝୁମିଥିଲେ । ଭୁବନେଶ୍ୱରର ଏକ ଓଡ଼ିଶୀ ନୃତ୍ୟ ଟିମର ଦଶାବତାର ଦଶ ମହାବିଦ୍ୟା ଓ ମଙ୍ଗଳା ଚରଣ ନୃତ୍ୟ ବେଶ ଆକର୍ଷଣୀୟ ଥିଲା । ସେହିଭଳି ପାରାଦ୍ୱୀପ ସହରରେ ମଧ୍ୟ କୁମାର ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୫ଦିନ ଧରି ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପବାସୀ ଯୋଗ ଦେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ସଂସ୍କୃତିକ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.