ପାରାଦ୍ବୀପ ବନ୍ଦରରୁ ମୃତଦେହ ଉଦ୍ଧାର

By

Published : May 2, 2023, 9:05 AM IST

thumbnail

ଜଗତସିଂହପୁର: ପାରାଦ୍ବୀପ ମାଛଧରା ବନ୍ଦରରେ ଅଘଟଣ । ମାଛଧରା ପୋତାଶ୍ରୟ ମଧ୍ୟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ଶ୍ରୀକ୍ଷେତ୍ର ନାମକ ମାଛ ଧରା ଟ୍ରଲରକୁ ଓ୍ବାଚମ୍ୟାନ ଭାବେ ଜଗି ରହିଥିବା ବେଳେ ଗତକାଲି ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । କେହି ତାଙ୍କୁ ହତ୍ୟା କରିଛନ୍ତି ନା ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଛି ତାହା ପୋଲିସର ତଦନ୍ତ ପରେ ଜଣାପଡିବ । ସୂଚନା ଅନୁଯାୟୀ ଏପ୍ରିଲ ୧୫ରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ମାଛଧରା ଉପରେ କଟକଣା ଥିବା ବେଳେ ଟ୍ରଲର ଗୁଡିକ ମାଛଧରା ବନ୍ଦରରେ ବନ୍ଧା ହୋଇ ରହିଛି । ଏହି ଦୁଇମାସ ମତ୍ସ୍ୟଜୀବୀମାନେ ନିଜନିଜ ଘରକୁ ଯାଇଥିବା ବେଳେ ଟ୍ରଲରଗୁଡିକୁ ଜଗି ରହିବା ପାଇଁ ଜଗୁଆଳି ନିୟୋଜିତ କରିଥାନ୍ତି । ତେବେ ଶ୍ରୀକ୍ଷେତ୍ର ନାମକ ଟ୍ରଲରର ଡ୍ରାଇଭର ନିଜ ଘରକୁ ଯାଇଥିବା ସମୟରେ ଟ୍ରଲରକୁ ଜଗି ରହିବା ପାଇଁ ଏହି ବୃଦ୍ଧ ଜଣଙ୍କୁ ନିୟୋଜିତ କରିଥିଲେ । ଗତ 4ଦିନ ହେବ ସେ ନିଖୋଜ ଥିବା ବେଳେ ଗତକାଲି ଓଡ୍ରାଫ ଟିମ୍‌ ପକ୍ଷରୁ ମାଛଧରା ପୋତାଶ୍ରୟ ମଧ୍ୟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ମୃତକ ଜଣଙ୍କ ତେଲେଗୁ ସଂପ୍ରଦାୟର ହୋଇଥିବା ବେଳେ ପରିଚୟ ମିଳିପାରିନି । ଏନେଇ ଖବର ପାଇଁ ପାରାଦ୍ବୀପ ମେରାଇନ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ  ଆରମ୍ଭ କରିଛି । ବୃଦ୍ଧଙ୍କ ମୃତ୍ୟୁ ପରେ ମାଛଧରା ବନ୍ଦରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ରାତ୍ରି ଜଗୁଆଳିଙ୍କ କିପରି ମୃତ୍ୟୁ ହେଲା ଏହାକୁ ନେଇ ପୋଲିସ ତଦନ୍ତ କରୁଛି ।    

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.