ଆଗାମୀ 24 ମାସରେ ସାରା ରାଜ୍ୟରେ ଉପଲବ୍ଧ ହେବ 5G ସେବା: ଅଶ୍ୱିନୀ ବୈଷ୍ଣବ

By

Published : Jan 5, 2023, 6:04 PM IST

Updated : Feb 3, 2023, 8:38 PM IST

thumbnail

ଭୁବନେଶ୍ବର: ରାଜ୍ୟରେ ଆଜି 5G ସେବାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପ୍ରାଥମିକ ପର୍ଯ୍ୟାୟରେ କେବଳ ଟ୍ବିନ୍‌ ସିଟିରେ ଏହି ଅତ୍ୟାଧୁନିକ ମୋବାଇଲ ନେଟୱର୍କ ସେବା ଯୋଗାଇ ଦିଆଯାଇଛି । ଆଗାମୀ ଦିନରେ ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟର ଅନ୍ୟ ପ୍ରାନ୍ତରେ ବି 5G ସେବା ଆରମ୍ଭ କରିବାକୁ ଯୋଜନ କରାଯାଇଛି । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୫୧୦ ବେସ୍‌ ଟ୍ରାନ୍ସିଭର ଷ୍ଟେସନ ବା ଟାୱାର ସ୍ଥାପନ ହୋଇଛି । କେବଳ ରିଲାଏନ୍ସ ଜିଓ ନୁହେଁ, ଏୟାରଟେଲ୍‌ ମଧ୍ୟ ରାଜ୍ୟରେ 5G ସେବା ଆରମ୍ଭ କରିବ । ଏହାକୁ ନେଇ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ୨୦୨୪ ଡିସେମ୍ବର ୩୧ ତାରିଖ ସୁଦ୍ଧା ସାରା ରାଜ୍ୟରେ 5G ସେବା ଉପଲବ୍ଧ ହେବ । ସେହିଭଳି ଡିସେମ୍ବର ୩୧ ୨୦୨୩ ସୁଦ୍ଧା ସାରା ରାଜ୍ୟରେ ୮ଟି ସଫ୍ଟୱେୟାର ପାର୍କ ସ୍ଥାପନ ହେବ । ୨୦୨୪ ଅଗଷ୍ଟ ୧୫ ତାରିଖ ସୁଦ୍ଧା ରାଜ୍ୟର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ 5g ଟାୱାର ସ୍ଥାପନ ହେବ । ଅଶ୍ବିନୀ ବୈଷ୍ଣବ କହିଛନ୍ତି, "ଆଜି ରାଜ୍ୟର ୪.୫ କୋଟି ଲୋକେ 5G ସେବା ଉପହାର ପାଇଛନ୍ତି । ଏହାଦ୍ବାରା ଅନେକ ସମ୍ଭାବନା ସୃଷ୍ଟି ହେବ । ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବପ୍ନ ରହିଛି ।" 5G ସେବା 4G ସେବାଠାରୁ ୧୦ ଗୁଣା ଅଧିକ ସ୍ପିଡ ରହିବ । ଅଧିକରୁ ଅଧିକ ଏହା ୧୦GBPS ପର୍ଯ୍ୟନ୍ତ ଇଣ୍ଟରନେଟ ଚାଲିବ । 4G ନେଟୱର୍କରେ ଅଧିକରୁ ଅଧିକ ୧୦୦ MBPS ଇଣ୍ଟରେନେଟ ସ୍ପିଡ୍‌ ରହିଥାଏ । ତେବେ ମୋବାଇଲ ସବସ୍କ୍ରାଇବରଙ୍କୁ 5G ନେଟୱର୍କରେ ପ୍ରତି ସେକେଣ୍ଡ ୬୦୦ MBPS ସ୍ପିଡ୍‌ ମିଳିବ । କିନ୍ତୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ସ୍ପିଡ୍‌ ୨୦୦ରୁ ୩୦୦ MBPS ସ୍ପିଡ୍‌ ରହିବ ।

Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.