ଚାଲିଛି ମୃତଦେହ ଚିହ୍ନଟ, ଏମ୍ସରେ ଖୋଲିଲା ପଶ୍ଚିମବଙ୍ଗ ସରକାରଙ୍କ ହେଲ୍ପ ଡେସ୍କ

By

Published : Jun 5, 2023, 4:14 PM IST

Updated : Jun 5, 2023, 4:28 PM IST

thumbnail

ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଛି । ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ଭୁବନେଶ୍ୱର ଏମ୍ସରେ ସହାୟକ କେନ୍ଦ୍ର ଖୋଲା ଯାଇଥିବା ପଶ୍ଚିମବଙ୍ଗ ଏଡିଏମ ସୁମନ ମହାନ୍ତି ସୂଚନା ଦେଇଛନ୍ତି । ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ମୃତ ବ୍ୟକ୍ତିଙ୍କର ପରିବାର ବର୍ଗଙ୍କୁ ଚିହ୍ନଟ ପ୍ରକ୍ରିୟାରେ ସହାୟତା ଯୋଗାଇ ଦିଆଯାଉଛି । ବିଏମସି ସହ ଆଲୋଚନା କରି ବିଭିନ୍ନ ହସ୍ପିଟାଲରୁ ପଶ୍ଚିମବଙ୍ଗର ମୃତ ଯାତ୍ରୀଙ୍କ ତଥ୍ୟ ହାସଲ କରାଯାଇଛି । ସେହି ମୃତଦେହକୁ ଆମ୍ବୁଲାନ୍ସ ସହଯୋଗରେ ପଶ୍ଚିମବଙ୍ଗକୁ ପଠାଇବାର ସମସ୍ତ ବ୍ୟବସ୍ଥା କରାଯାଇଛି । ସେହିପରି ଲୋକମାନଙ୍କର ସହାୟତା ପାଇଁ ୱେବସାଇଟରେ ଫଟୋ ଏବଂ ସହାୟତା ନମ୍ବର ଦିଆଯାଇଛି ବୋଲି ଏଡିଏମ ସୁମନ ମହାନ୍ତି କହିଛନ୍ତି । 

ପ୍ରକାଶ ଥାଉକି, ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାରମ୍ବାର ପ୍ରଶ୍ନ ଉଠାଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଦୁର୍ଘଟଣାରେ କେବଳ ପଶ୍ଚିମବଙ୍ଗର ୬୨ ଜଣଙ୍କ ମୃତ୍ୟୁ ଘଟିଛି । ୨୦୬ ଜଣ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ୧୮୨ ଲୋକ ଏବେ ବି ନିଖୋଜ ଥିବା ମମତା କହିଛନ୍ତି । ତେବେ ମମତା ବାନାର୍ଜୀଙ୍କ ଅଭିଯୋଗକୁ ମୁଖ୍ୟ ଶାସନ ସଚିବ ଖଣ୍ଡନ କରିଛନ୍ତି ।

 

ଇଟିଭି ଭାରତ, ଭୁବନେଶ୍ବର 

Last Updated : Jun 5, 2023, 4:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.