ବର୍ଷାରେ ବେହାଲ ବ୍ରହ୍ମପୁର: ଘରେ ଆଣ୍ଠୁଏ ଲେଖାଏଁ ନର୍ଦ୍ଦମା ପାଣି, ଚିନ୍ତାରେ ଲୋକେ - ଓଡ଼ିଶା ପାଣିପାଗ

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 22, 2023, 7:48 AM IST


ବ୍ରହ୍ମପୁର: ଅସରାଏ ବର୍ଷାରେ ଉବୁ଼ୁ଼ୁଡୁବୁ ବ୍ରହ୍ମପୁର ସହର । ମୁଖ୍ୟ ରାସ୍ତା ଉପରେ ଚାଲୁଛି ନାଳନର୍ଦ୍ଦମା ପାଣି । ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସହରବାସୀ । ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ଦେଖାଦେବା ଘଟଣା ଏକ ପ୍ରମୁଖ ସମସ୍ୟା ଭାବରେ ଗତ କିଛି ବର୍ଷ ଧରି ଲାଗି ରହିଛି । ବର୍ତ୍ତମାନ ମହାନଗର ନିଗମ ପକ୍ଷରୁ ଏହାର ସମାଧାନ ପାଇଁ ରାସ୍ତାଗୁଡ଼ିକୁ ପ୍ରଶସ୍ଥ କରାଯିବା ସହ ନାଳନର୍ଦ୍ଦମା ଗୁଡ଼ିକର ମରାମତି କରାଯାଉଛି । ହେଲେ ବ୍ରହ୍ମପୁର ସହରର ଗାନ୍ଧୀନଗର ଅଞ୍ଚଳରେ ଅସରାଏ ବର୍ଷା ହେଲେ ଘରେ ଘରେ ଆଣ୍ଠୁଏ ଲେଖାଏଁ ନର୍ଦ୍ଦମା ପାଣି ପଶି ଲହଡ଼ି ଖେଳୁଛି । ଘରର ଆସବାବପତ୍ର ମଧ୍ୟ ନର୍ଦ୍ଦମା ଜଳରେ ଭାସୁଥିବା ଦେଖିବାକୁ ମିଳିଛି । ଏଭଳିକି ଅନେକ ସମୟରେ ବର୍ଷା ପାଣିରେ ସାପ ଭଳି ଜନ୍ତୁ ପଶି ଆସୁଥିବା କହିଛନ୍ତି ସ୍ଥାନୀୟ ଲୋକେ । ତେବେ ଘର ମଧ୍ୟରୁ ପାଣି ନିଷ୍କାସନ ପାଇଁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଥିବା କହିଛନ୍ତି ସ୍ଥାନୀୟ ଲୋକେ ।

ଏହାମଧ୍ୟ ପଢନ୍ତୁ..ଦାଉ ସାଜୁଛି ଡ୍ରେନେଜ ସମସ୍ୟା, ବର୍ଷା ଦିନେ ଜଳବନ୍ଦୀ କେନ୍ଦୁଝର ସହରବାସୀ

ବର୍ଷା ପୂର୍ବରୁ ନାଳନର୍ଦ୍ଦମାଗୁଡ଼ିକର ସଠିକ୍ ଭାବରେ ସଫେଇ ହେଉନି । ବର୍ଷା ହେଲେ ବାରମ୍ବାର ଘରେ ପାଣି ପଶୁଥିଲେ ସୁଦ୍ଧା ଏହାର ସ୍ଥାୟୀ ସମାଧାନ କରାଯାଉନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.