thumbnail

By

Published : Jun 8, 2023, 8:39 PM IST

ETV Bharat / Videos

Viral Video: ସାମ୍ନାକୁ ଆସିଲା ଦୁର୍ଘଟଣା ବେଳର ଭୟଙ୍କର ଭିଡିଓ

ଭୁବନେଶ୍ବର: ସାମ୍ନାକୁ ଆସିଲା ବାହାନଗା ଟ୍ରେନ୍ ଟ୍ରାଜେଡି ଦୁର୍ଘଟଣା ବେଳର ଭିଡିଓ । ଜୁନ 2 ସଂଧ୍ୟାରେ ବାଲେଶ୍ବର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ସମେତ ଆଉ ଦୁଇଟି ଟ୍ରେନ ଦୁର୍ଘଟଣା ବେଳର ଭିଡିଓ ଏବେ ସୋସିଆଲ ମିଡିଆ ସମେତ ବିଭିନ୍ନ ୱେବସାଇଟରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଉଛି ଏକ ବଗିରେ ଯାତ୍ରୀ ନିଜ ନିଜ ସିଟରେ ବସିଛନ୍ତି । କିଛି ଯାତ୍ରୀ ଶୋଇଛନ୍ତି । ସଫେଇ କର୍ମଚାରୀ ଆସି ବଗି ସାନିଟାଇଜ କରୁଛନ୍ତି । ଏତିକି ବେଳେ ଟ୍ରେନ ଦୋହଲିବା ସହ ପ୍ରଚଣ୍ଡ ଶବ୍ଦ ହେଉଛି । ଯାତ୍ରୀ ଚିତ୍କାର କରୁଛନ୍ତି । ଆଉ ହଠାତ ଭିଡିଓଟି ଅନ୍ଧାର ହୋଇଯାଉଛି । ଆଉ ଏହା ପରେ ଘଟିଗଲା ଭୟଙ୍କର ଦୁର୍ଘଟଣା । ଚାଲିଗଲା 288 ଯାତ୍ରୀଙ୍କ ଜୀବନ । ଶତାଧିକ ଯାତ୍ରୀ  ଆହତ ହେଲେ । ଏହି ଦୁଃଖଦ ଘଟଣାକୁ ନେଇ ଏବେ ସାରା ଦେଶରେ ଜାରି ରହିଛି ତର୍କ ବିତର୍କ। ଘଟଣାର ସିବିଆଇ ତଦନ୍ତ କରୁଛି । ଏବେ ଅପେକ୍ଷା ଘଟଣା ପଛର ଅସଲ ସତ୍ଯ କଣ ?

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.