ନୂଆପଡାରେ ପାଳନ ହେଲା ଓଡିଶା ପୋଲିସ ପ୍ରତିଷ୍ଠା ଦିବସ

By

Published : Apr 1, 2023, 9:48 PM IST

thumbnail

ନୂଆପଡା: ସାରା ରାଜ୍ୟରେ ଧୁମଧାମରେ ପାଳନ ହେଉଛି ଓଡିଶା ପୋଲିସ ଦିବସ । 1936 ମସିହା ଏପ୍ରିଲ 1 ତାରିଖରେ ଓଡିଶା ପୋଲିସ ପ୍ରତିଷ୍ଠା ହୋଇଥିଲା । ତେବେ ନୂଆପଡା ଜିଲ୍ଲା ପୋଲିସ ପଡ଼ିଆ ଠାରେ 88ତମ ଜିଲ୍ଲା ସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଦିବସରେ ମୁଖ୍ୟ ଅତିଥି ଭାବରେ ନୂଆପଡା ପୋଲିସ ଆରକ୍ଷୀ ଅଧିକ୍ଷକ ଜି. ରାଘବେନ୍ଦ୍ର ରେଡ୍ଡି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୋଲିସ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଅତୁଳନୀୟ କାମକରି ସମାଜକୁ ସୁରକ୍ଷା ଯୋଗାଉଥିବା ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ମାନିତ କରିଛନ୍ତି ଆରକ୍ଷୀ ଅଧିକ୍ଷକ ଜି.ରାଘବେନ୍ଦ୍ର ରେଡ୍ଡି । ପୋଲିସ ସରକାରଙ୍କ ସମସ୍ତ ନିୟମକୁ ସମ୍ମାନ ଦେବା ସହ ଜନସାଧାରଣଙ୍କ ପାଇଁ ନିଷ୍ଠାପର ଭାବରେ କାର୍ଯ୍ୟ କରିବ । ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ସହ ମୌଳିକ ଅଧିକାର ଯୋଗାଇବାରେ ସହାୟକ ହେବ ବୋଲି ଅଧିକ୍ଷକ ଜି.ରାଘବେନ୍ଦ୍ର ରେଡ୍ଡି ଅଭିଭାଷଣରେ କହିଥିଲେ ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.