ପାର୍ଲାମେଣ୍ଟରେ ଓଡ଼ିଶା ପ୍ରଶ୍ନ: ଭୁବନେଶ୍ବର-ହାଇଦ୍ରାବାଦ ବନ୍ଦେ ଭାରତ ଟ୍ରେନ୍ ଦାବି କଲେ ବିଜେଡି ସାଂସଦ - undefined
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Dec 5, 2023, 12:45 PM IST
ରାଜ୍ୟସଭା (ନୂଆଦିଲ୍ଲୀ): ସଂସଦର ଶୀତ ଅଧିବେଶନରେ ରାଜ୍ୟସଭାରେ ଉଠିଲା ଓଡ଼ିଶା ସ୍ବାର୍ଥ ସଂପର୍କିତ ପ୍ରସଙ୍ଗ। ଭୁବନେଶ୍ବର ଏବଂ ହାଇଦ୍ରାବାଦ ମଧ୍ଯରେ 'ବନ୍ଦେ ଭାରତ ଟ୍ରେନ' ଚଲାଇବା ପାଇଁ ଆଜି (ମଙ୍ଗଳବାର) ରାଜ୍ୟସଭାରେ ଦାବି କରିଛନ୍ତି ବିଜେଡି ସାଂସଦ ମୁଜିବୁଲ୍ଲା (ମୁନ୍ନା) ଖାନ୍। ସେ କହିଛନ୍ତି ଯେ, ଭୁବନେଶ୍ବର ଏବଂ ହାଇଦ୍ରାବାଦ ହେଉଛି ଦୁଇଟି ବଡ଼ ହବ୍। ତେଣୁ ଏହି ଦୁଇ ସହର ମଧ୍ଯରେ ଟ୍ରେନ ଯୋଗାଯୋଗକୁ ଅଧିକ ତ୍ବରାନ୍ବିତ କରାଯିବା ଆବଶ୍ୟକ। ଭୁବନେଶ୍ବର ଏବଂ ହାଇଦ୍ରାବାଦ ମଧ୍ଯରେ ବନ୍ଦେ ଭାରତ ଟ୍ରେନ୍ ଚାଲିଲେ, ସାତ ଘଣ୍ଟା କମ୍ ସମୟରେ ମଧ୍ୟରେ ପହଞ୍ଚି ହେବ। ବର୍ତ୍ତମାନ ଭୁବନେଶ୍ବରରୁ ଟ୍ରେନରେ ହାଇଦ୍ରାବଦକୁ ଯିବା ପାଇଁ ପାଖାପାଖି 18 ଘଣ୍ଟାରୁ 20 ଘଣ୍ଟା ଲାଗୁଛି। ଯଦି ବନ୍ଦେ ଭାରତ ଟ୍ରେନ ଚାଲିବ, ତାହାଲେ ଏହି ସମୟ ଆଉ ସାତ ଘଣ୍ଟା ହ୍ରାସ ପାଇବ। ଏହାସହ ଓଡ଼ିଶାରେ ରେଳ ସେବା ସଂପ୍ରସାରଣ ପାଇଁ ଦାବି କରିଛନ୍ତି ବିଜେଡି ସାଂସଦ ମୁନ୍ନା ଖାନ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
TAGGED:
bank