thumbnail

By ETV Bharat Odisha Team

Published : Jan 1, 2024, 5:01 PM IST

ETV Bharat / Videos

ନବବର୍ଷରେ ଶ୍ରୀମନ୍ଦିରରେ ରାଜ୍ୟପାଳ, ବିଶ୍ବର ମଙ୍ଗଳ ପାଇଁ କଲେ ପ୍ରାର୍ଥନା

Governor Raghubar Das at Puri Sri Mandir: ପୁରୀ: ୨୦୨୩କୁ ବିଦାୟ ଦେଇ ଆସିଛି ନବବର୍ଷ ୨୦୨୪ । ସାରା ବିଶ୍ବବାସୀ ଏହି ଦିବସକୁ ଧୁମଧାମର ସହିତ ପାଳନ କରିଛନ୍ତି । ବର୍ଷର ପ୍ରଥମ ଦିନରେ ମହାପ୍ରଭୁଙ୍କ କରୁଣା ଲାଭ କରିବା ପାଇଁ ସପରିବାର ସହିତ ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି ରାଜ୍ୟପାଳ ରଘୁବର ଦାସ । ମହାପ୍ରଭୁଙ୍କ ଦର୍ଶନ ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଓଡ଼ିଶା ଏବଂ ଭାରତର ଉନ୍ନତି କାମନା କରିବା ସହ ସମସ୍ତଙ୍କୁ ଇଂରାଜୀ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି ।

ଆଜି ପୂର୍ବାହ୍ନରେ ରାଜ୍ୟପାଳ ରଘୁବର ଦାସ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତ ତାଙ୍କୁ ସ୍ବାଗତ କରିବା ସହ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ପ୍ରଥମେ ରାଜ୍ୟପାଳ ପତିତପାବନଙ୍କୁ ଦର୍ଶନ କରି ବାଇଶି ପାହାଚ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ରତ୍ନସିଂହାସନରେ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ ସହ ଓଡ଼ିଶା ବାସୀଙ୍କର ସୁଖ, ସମୃଦ୍ଧି ଓ ଉନ୍ନତି ନେଇ ପ୍ରାର୍ଥନା କରିଥିଲେ । ପରେ ବିଭିନ୍ନ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ସହ ଆଶିଷ ଲାଭ କରିଥିଲେ। ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟପାଳ କହିଛନ୍ତି ପୁରୀ ହେଉଛି ଓଡ଼ିଶାର ଆଧ୍ୟାତ୍ମିକ ରାଜଧାନୀ ।  

ଏହା ବି ପଢନ୍ତୁ- ନୂଆ ବର୍ଷରେ ଶ୍ରୀମନ୍ଦିରରେ ନୂଆ ନିୟମ, ମହାପ୍ରଭୁଙ୍କ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ଏହାର ବିକାଶ ହେବା ଉଚିତ । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏଦିଗରେ କାର୍ଯ୍ୟ କରିବାକୁ ମତ ଦେଇଛନ୍ତି ରାଜ୍ୟପାଳ‌। ପୁରୀକୁ ଏକ ଆନ୍ତର୍ଜାତୀୟ ସାଂସ୍କୃତିକ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେଉଛନ୍ତି ଗରିବଙ୍କ ଠାକୁର । ତେଣୁ ଓଡ଼ିଶାରେ ଥିବା ଗରିବ ଲୋକମାନଙ୍କର ଉନ୍ନତି ସହ ରାଜ୍ୟର ଉତ୍ତରୋତ୍ତର ଉନ୍ନତି ହେଉ ବୋଲି ସେ ରାଜ୍ୟପାଳ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.