ଥାଲେସେମିଆ ଶିଶୁକୁ ରାଜ୍ୟପାଳଙ୍କ ସହାନୁଭୂତି, ପ୍ରଦାନ କଲେ ଲକ୍ଷେ ଟଙ୍କା - Raghubar Das
🎬 Watch Now: Feature Video
Published : Jan 11, 2024, 5:37 PM IST
Odisha Governor provides an aid of 1 lakh: ବ୍ରହ୍ମପୁର: ଥାଲେସେମିଆ ରୋଗରେ ପୀଡ଼ିତ ଜଣେ ଶିଶୁ ପ୍ରତି ରାଜ୍ୟପାଳ ଦେଖାଇଲେ ସହାନୁଭୂତି । ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟପାଳ ରଘୁବର ଦାସ ମା' ତାରାତାରିଣୀ ମନ୍ଦିରରେ ମା'ଙ୍କୁ ଦର୍ଶନ କରି ଫେରୁଥିବା ବେଳେ ପୁରୁଷୋତ୍ତମପୁର ଅଞ୍ଚଳର ଏଭଳି ଥାଲେସେମିଆରେ ଆକ୍ରାନ୍ତ ଶିଶୁକୁ ନେଇ ତାଙ୍କ ବାପା ରାଜ୍ୟପାଳଙ୍କ କାର ନିକଟକୁ ଆସିଥିଲେ । ଏହି ଶିଶୁର ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ବେଙ୍ଗାଲୁରୁ ଯାଉଥିବା ନେଇ ଗୁହାରି କରିବା ପରେ ତାଙ୍କଠାରୁ ସବୁ ବିଷୟ ଶୁଣିବା ପରେ ରାଜ୍ୟପାଳ ଶିଶୁର ଚିକିତ୍ସା ପାଇଁ ସେଠାରେ ଉପସ୍ଥିତ ପ୍ରଶାସନର ଅଧିକାରୀଙ୍କୁ 1 ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ରାଜ୍ୟପାଳ ସେୟାର କରିଛନ୍ତି ।
ଏହା ବି ପଢନ୍ତୁ- ଗଞ୍ଜାମ ଗସ୍ତରେ ରାଜ୍ୟପାଳ, ମା' ତାରାତାରିଣୀଙ୍କୁ ଦର୍ଶନ କଲେ
ଇଟିଭି ଭାରତ, ବ୍ରହ୍ମପୁର