thumbnail

By

Published : Jul 5, 2023, 2:22 PM IST

ETV Bharat / Videos

ଅଗରକରଙ୍କ 10 ବର୍ଷ କାର୍ଯ୍ୟକାଳରେ ଭାରତ ଆହୁରି ଆଗକୁ ଯିବ: ଦିନେଶ ମୋଙ୍ଗିଆ

କଟକ: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅଜିତ ଅଗରକର ଭାରତୀୟ ସିନିୟର ଦଳରର ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତ ହୋଇଛନ୍ତି । ଗତକାଲି ବିଧିବଦ୍ଧ ଭାବରେ ବିସିସିଆଇ ତାଙ୍କ ନାମ ଘୋଷଣା କରିଛି । ତାଙ୍କ ସହ ଖେଳିଥିବା ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ ମୋଙ୍ଗିଆ ତଥା ଓଡ଼ିଶା କ୍ରିକେଟ ମୁଖ୍ୟ କୋଚ୍‌ ଅଜିତଙ୍କ ନୂତନ ପଦବୀକୁ ନେଇ  ପ୍ରତିକ୍ରିୟା ରଖିଛନ୍ତି । ସେ ଜଣେ ଦକ୍ଷ କ୍ରିକେଟର । ଆଉ ତାଙ୍କ ସମୟରେ ଭାରତୀୟ ବୋଲିଂ ଦିଗ ବେଶ ମଜଭୁତ ରହିଥିଲା ।  ତାଙ୍କର ଏହି ନୂଆ ଦାୟିତ୍ବ ନିଶ୍ଚୟ ରୂପେ ଭାରତୀୟ ଦଳକୁ ଆହୁରି ଆଗକୁ ନେବ । କ୍ରିକେଟରେ ଦଳ ଚୟନ ପ୍ରକ୍ରିୟା ବେଶ କଷ୍ଟଦାୟକ ହୋଇଥାଏ । ତେବେ ଚେତନ ଶର୍ମାଙ୍କ ପରେ ଚୟନ କମିଟି ଅଧ୍ୟକ୍ଷତାରେ ସଫଳ ହେବେ ଅଜିତ ଅଗରକର । ଆଗମୀ ଦିନରେ ବିଶ୍ୱକପରରେ ମଧ୍ୟ ଭାରତୀୟ ଦଳ ବେଶ ଭଲ ପଦର୍ଶନ କରିବ ବୋଲି କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ ମୋଙ୍ଗିଆ । ତେବେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତୀୟ କ୍ରିକେଟର ଆହୁରି ଉନ୍ନତି କରିବ ବୋଲି କହିଛନ୍ତି । ଶୁଣନ୍ତୁ ଅଧିକ ଅଜିତଙ୍କୁ ନେଇ କଣ କହିଲେ ଦିନେଶ...

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.