ଅନ୍ଧାରରେ ଝାଡ଼ଖଣ୍ଡର ଓଡ଼ିଆ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ବହି ଯୋଗାଇ ଦେଉନାହାନ୍ତି ଓଡ଼ିଶା ସରକାର - ଝାଡ଼ଖଣ୍ଡର ଓଡ଼ିଆ ଛାତ୍ରଛାତ୍ରୀଙ୍କ ସମସ୍ୟା

🎬 Watch Now: Feature Video

thumbnail

By

Published : May 4, 2023, 11:01 PM IST

ରାଞ୍ଚି: ଝାଡ଼ଖଣ୍ଡର ବିଭିନ୍ନ ସ୍କୁଲ୍‌ରେ ଓଡ଼ିଆ ପଢ଼ିବାକୁ ବହି ଯୋଗାଇ ଦେଉ ନାହାନ୍ତି ଓଡ଼ଶା ସରକାର । ନିକଟରେ ୮୦ଟି ସ୍କୁଲ୍‌କୁ ଅପଗ୍ରେଡ୍‌ କରିଛନ୍ତି ଝାଡ଼ଖଣ୍ଡ ସରକାର । ଛାତ୍ରଛାତ୍ରୀଙ୍କୁ ଗୁଣାବତ୍ତା ଶିକ୍ଷା ଦେବା ଝାଡ଼ଖଣ୍ଡ ସରକାରଙ୍କ ଲକ୍ଷ୍ୟ ରହିଛି । ଏହି କ୍ରମରେ ଝାଡ଼ଖଣ୍ଡରେ ଥିବା କୋହ୍ଲନ ସ୍କୁଲ୍‌ଗୁଡିକରେ ଓଡ଼ିଆ ପାଠ୍ୟକ୍ରମ ସାମିଲ ହୋଇଛି । ଯାହା ଓଡ଼ିଶା ସରକାରଙ୍କ ଭରସାରେ ଚାଲିଛି । କିନ୍ତୁ ଓଡ଼ିଶା ସରକାର ଦୀର୍ଘ ବର୍ଷ ହେଲା ଛାତ୍ରଛାତ୍ରୀଙ୍କ ପାଇଁ ବହି ଯୋଗାଇ ଦେଉନାହାନ୍ତି । ଏହାକୁ ନେଇ ଖୋଦ୍‌ ଗଣଶିକ୍ଷା ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଥିଲେ ।   

ପ୍ରତ୍ୟେକ ବର୍ଷ ଓଡ଼ିଶା ସରକାର ଝାଡ଼ଖଣ୍ଡରେ ଓଡ଼ିଆ ଭାଷାଭାଷୀ ସାହିତ୍ୟିକ ସଂସ୍ଥା ଉତ୍କଳ ସମ୍ମିଳନୀ ଜରିଆରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ବହି ଯୋଗାଇ ଦେଉଥିଲେ । ଏହାପରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଏହି ବହି ସବୁ ସରକାରୀ ବା ବେସରକାରୀ ସ୍କୁଲ୍‌କୁ ବଣ୍ଟନ ହୁଏ  । ଝାଡ଼ଖଣ୍ଡ ପଡ଼ୋଶୀ ରାଜ୍ୟ ହୋଇଥିବାରୁ, ଏଠାରେ ଅଧିକାଂଶ ଓଡ଼ିଆ ଭାଷାଭାଷୀ ବସବାସ କରନ୍ତି । କିନ୍ତୁ ଗତ ଦୁଇ ବର୍ଷ ହେଲା ପିଲାଏ ଏଠାରେ ଓଡ଼ିଆ ପଢ଼ିବା ପାଇଁ ସ୍କୁଲ୍‌ରେ ତ ଆଡିମିଶନ ନେଉଛନ୍ତି, କିନ୍ତୁ ବହି ନମିଳିବାରୁ ଏମାନଙ୍କ ପାଠପଢ଼ା ସମସ୍ୟା ଦେଖା ଦେଇଥାଏ  ।  

ଏଭଳି ସ୍କୁଲ୍‌ରେ ପାଠ ପଢ଼ୁଥିବା ପିଲାଙ୍କୁ  ସମସ୍ତ ବିଷୟ ପାଇଁ ହିନ୍ଦି ବହି ସହଜରେ ମିଳି ଯାଉଛି  । ଯାହା ଦ୍ବାରା ଏମାନେ ଅନୁବାଦ କରି ପାଠ ପଢ଼ୁଛନ୍ତି  । କିନ୍ତୁ ଏମାନଙ୍କ ସାହିତ୍ୟ ବହି ସମସ୍ୟାରର କୌଣସି ବିକଳ୍ପ ବାହାରି ପାରୁନାହିଁ  । ଯାହା ଫଳରେ ପିଲାଏ ଓଡ଼ିଆ ପାଠ ପଢ଼ିବାରୁ ବଞ୍ଚିତ ହେଉଛନ୍ତି  । ଏଥିଯୋଗୁଁ ଏଠାରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ସମସ୍ୟା ବିଷୟରେ ନକହିବା ଭଲ  । ସ୍ଥିତି ଏଭଳି ରହିଛି ଯେ, ୧୯୯୫ ପରଠୁ ଏଠାରେ ସିଲାବସ୍‌ରେ କୌଣସି ପରିବର୍ତ୍ତନ ହୋଇନି  । ପୁରୁଣା ବର୍ଷର ବହିର ଜେରକ୍ସ କପି ବାହାର କରି ପାଠ ପଢ଼ୁଛନ୍ତି ପିଲାଏ ।  

ଏହାକୁ ନେଇ କୋହ୍ଲଣରେ ବସବାସ କରୁଥିବା ଓଡି଼ଆ ସମାଜ ଏହାକୁ ନେଇ ଓଡ଼ିଶା ସରକାରଙ୍କୁ ଅବଗତ କରିଥିଲେ । ଏହାପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ବହି ତ ମିଳି ଯାଉଛି, କିନ୍ତୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ବହି ମିଳୁନି  । ଫଳରେ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ସ୍କୁଲ୍‌ରେ ନାମ ଲେଖାଇବାର ପରିଣାମ ଭୋଗିବାକୁ ପଡ଼ୁଛି ।  

କହ୍ଲୋଣ ଅଞ୍ଚଳରେ ମୋଟ ୧୬୬ଟି ସରକାରୀ ତଥା ବେସରକାରୀ ଓଡ଼ିଆ ସ୍କୁଲ୍‌ ରହିଛି । ପୂର୍ବାଞ୍ଚଳରେ ୩୭, ପଶ୍ଚିମାଞ୍ଚଳରେ ୩୯  ଓ  ସଢ଼େଇକଳାରେ ୪୦ଟି ଓଡ଼ିଆ ସ୍କୁଲ୍‌ ରହିଛି । ଏହି ସବୁ ଅଞ୍ଚଳରେ ଥିବା ଓଡ଼଼ିଆ ସ୍କୁଲ୍‌ର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଓଡ଼ିଶା ସରକାର ୧୨ ହଜାର ୯୯୦ ଓଡ଼ିଆ ସାହିତ୍ୟ ବହି ପଠାଇଛନ୍ତି । ଏହାଦ୍ବାରା ପୂର୍ବାଞ୍ଚଳକୁ ୬ ହଜାର ୩୧୯  ସଢ଼େଇ କଳା ପାଇଁ ୩ ହଜାର ୩୩୩ ଓ ବାକି ବହି ପଶ୍ଚିମାଞ୍ଚଳରେ ଉପଲବ୍ଧ  କରାଯାଇଛି  । କିନ୍ତୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ସମସ୍ୟାର ଏଯାଏଁ କୌଣସି ସମାଧାନ ବାଟ ବାହାରି ପାରିନି ।  ଫଳରେ ଝାଡ଼ଖଣ୍ଡରେ ଓଡ଼ିଆ ସାହିତ୍ୟ ଲୋପ ପାଇ ଯିବାକୁ ବସିଛି  । 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.