thumbnail

By ETV Bharat Odisha Team

Published : Dec 6, 2023, 10:18 PM IST

ETV Bharat / Videos

୨ ତାରିଖରେ ପ୍ରାଣ ହରାଇଥିଲେ ଯବାନ, ଆଜି ସରିଲା ଶେଷକୃତ୍ୟ

ଗଜପତି: ପାରଳାଖେମୁଣ୍ଡି ଉପକଣ୍ଠ କାଶୀନଗର ବ୍ଲକର ରାଣୀପେଣ୍ଠ ଗ୍ରାମରେ ଯବାନ ପି. ରବିକୁମାର(୩୬)ଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପି. ରବିକୁମାର ମଧ୍ୟପ୍ରଦେଶର ଗ୍ବାଲିୟରଠାରେ ସିଗ୍ନନାଲ ମ୍ୟାନ୍‌ ଭାବେ କାର୍ଯ୍ୟରତ ଥିଲେ । କୌଣସି ଏକ ସ୍ଥାନକୁ ଡ୍ୟୁଟିରେ ଯାଉଥିବା ସମୟରେ ଗତ ମାସ ନଭେମ୍ବର ୨୭ ତାରିଖରେ ଦୁର୍ଘଟଣାର ଶିକାର ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ଚଳିତ ମାସ ୨ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । ରବି କୁମାରଙ୍କ ମରଶରୀରକୁ ତାଙ୍କ ଗ୍ରାମ ରାଣୀପେଣ୍ଠକୁ ଆଣିବା ପାଇଁ ସୈନ୍ୟ ବିଭାଗ ପକ୍ଷରୁ ଚେଷ୍ଟା କରାଯାଇଥିଲେ ମଧ୍ୟ ପାଗ ଅନୁକୁଳ ନଥିବାରୁ ବିମାନ ଯୋଗେ ନିକଟସ୍ଥ ବିମାନ ବନ୍ଦର ଆନ୍ଧ୍ରର ବିଶାଖାପାଟଣାକୁ ଆଣିବା ସମ୍ଭପର ହୋଇନଥିଲା ।

ତେଣୁ ଆଜି ସକାଳ ସମୟରେ ଆନ୍ଧ୍ରର ଏଲୁରୁ ସହରକୁ ବିମାନ ଯୋଗେ ମୃତଦେହକୁ ଅଣାଯାଇ ସେଠାରୁ ସଡ଼କପଥରେ ତାଙ୍କ ଗ୍ରାମକୁ ଅଣାଯାଇଥିଲା । ଏଥିରେ ୫ ଦିନ ବିଳମ୍ବ ଘଟିଥିଲା । ଆଜି ସନ୍ଧ୍ୟା ୬ଟା ସମୟରେ ଯବାନଙ୍କ ମୃତ ଶରୀର ପାରଳାଖେମୁଣ୍ଡି ସହର ସୀମାନ୍ତରେ ପହଞ୍ଚିବାପରେ ରାଣୀପେଣ୍ଠ ଗ୍ରାମବାସୀ ହାତରେ ଜାତୀୟ ପତାକା ଧରି ରବିକୁମାର ଅମର ରହେ ସ୍ଲୋଗାନ ଦେଇ ବାଇକ ରାଲିରେ ବାହାରି ରାଣୀପେଣ୍ଠସ୍ଥିତ ତାଙ୍କ ବାସଭବନକୁ ନେଇଥିଲେ । ପରେ ନିଜ ଗାଁ ଶ୍ମଶାନରେ ଶହିଦ ରବିକୁମାରଙ୍କୁ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପୋଲିସ ବାହିନୀ ରାଷ୍ଟ୍ରୀୟ ମର୍ଯ୍ୟାଦା ଦେବାପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଶହୀଦ ଜବାନଙ୍କର ୩ ଭାଇ ରହିଥିବାବେଳେ ସେ ବିବାହିତ ଏବଂ ତାଙ୍କର କୌଣସି ସନ୍ତାନ ନଥିବା ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ଟ୍ରେନିଂ ବେଳେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, 2 ପାଇଲଟ ମୃତ

ଇଟିଭି ଭାରତ, ଗଜପତି 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.