ଶ୍ରୀମନ୍ଦିର ରୋଶଶାଳାରୁ ବାହାରୁଥିବା ପେଜରୁ ବାହାରିବ ବିଶୁଦ୍ଧ ଜଳ, ଅତ୍ୟାଧୁନିକ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରିବ OBCC

🎬 Watch Now: Feature Video

thumbnail

ଭୁବନେଶ୍ବର: ଶ୍ରୀମନ୍ଦିର ରୋଶଶାଳାରୁ ବାହାରୁଥିବା ପେଜକୁ ସ୍ବତନ୍ତ୍ର ପଦ୍ଧତିରେ ବିଶୋଧନ କରାଯିବ । ଏହି ପେଜରୁ ବାହାର କରାଯିବ ବିଶୁଦ୍ଧ ଜଳ । ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଲାଗିବାକୁ ଥିବା ବିଭିନ୍ନ ବୃକ୍ଷରେ ଏହି ବିଶୁଦ୍ଧ ଜଳକୁ ବ୍ୟବହାର କରାଯିବ । ଓଡ଼ିଶା ସେତୁ ନିର୍ମାଣ ନିଗମ ଏହି ଅତ୍ୟାଧୁନିକ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରିବ । ଆସନ୍ତା ୩ ମାସ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖିଛି ଓବିସିସି । ଏହି ପ୍ରକଳ୍ପ ପାଇଁ ୨ କୋଟି ୪୨ ଲକ୍ଷ ୨୫ ହଜାର ୭୮୧ ଟଙ୍କା ବ୍ୟୟ ବରାଦ କରାଯାଇଛି । ତେବେ ଏହି ପ୍ରକଳ୍ପକୁ ସ୍ବାଗତ କରିଛନ୍ତି ସେବାୟତ ।

ପେଜ୍‌ ଦ୍ବାରା ପରିବଶ ଉପରେ କୁପ୍ରଭାବ ପଡୁଥିବା ବେଳେ ଏହାକୁ ହ୍ରାସ କରିବ ଏହି ପେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ । ଶ୍ରୀମନ୍ଦିର ରୋଶଶାଳାରୁ ଆସୁଥିବା ପେଜ ଭୂତଳ ରାସ୍ତା ଦେଇ ପ୍ଲାଣ୍ଟକୁ ଆସିବ । ବିଭିନ୍ନ ପ୍ରକ୍ରିୟାରେ ଏହି ପେଜ୍‌କୁ ବିଶୋଧିକରଣ କରାଯିବା ସହ ଏଥିରୁ ଜଳୀୟ ଅଂଶକୁ ଅଲଗା କରି ସ୍ବଛ ଜଳ ବାହାର କରାଯିବ । ତେବେ ଅବଶିଷ୍ଟ କଠିନ ପଦାର୍ଥକୁ ବଳକା ରଖାଯିବ ଏବଂ ସ୍ବଛ ଜଳକୁ ବୃକ୍ଷରେ ଦିଆଯିବ । ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ପାଖରେ ଥିବା ଦକ୍ଷିଣ ପାର୍ଶ୍ଵ ମଠ ପଛପଟେ ଏହି ପ୍ଲାଣ୍ଟ ପ୍ରସ୍ତୁତ କରାଯିବ । ବର୍ତ୍ତମାନ ଦକ୍ଷିଣ ପାର୍ଶ୍ଵ ମଠ ନିକଟରେ ପେଜ୍‌ ସଂଗ୍ରହ ଓ ବିଶୋଧିତ ହେଉଛି । ତେବେ ନୂଆ ପେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ ଉକ୍ତ ପ୍ରକଳ୍ପ ତୁଳନାରେ ଅତ୍ୟନ୍ତ ଅତ୍ୟାଧୁନିକ ହେବ ବୋଲି ଓବିସିସି ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.