ଏନକ୍ଲୋଜରରୁ ବାହାରି ଶିମିଳିପାଳର ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଯମୁନା - SIMILIPAL TIGRESS YAMUNA
🎬 Watch Now: Feature Video
Published : Nov 9, 2024, 10:45 PM IST
ରାଇରଙ୍ଗପୁର: ଏନକ୍ଲୋଜରରୁ ବାହାରି ଶିମିଳିପାଳର ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଯମୁନା । ଆଜି ସକାଳ ସମୟରେ ଶିମିଳିପାଳ ଅଭୟାରଣ୍ୟର କବାଟଘାଇ ଠାରେ ଥିବା ଏନକ୍ଲୋଜରରୁ ଯମୁନା ବାହାରି ଘଞ୍ଚ ଜଙ୍ଗଲରେ ପ୍ରବେଶ କରିଛି । ଏନେଇ ଶିମିଳିପାଳ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଆଜି ସକାଳ ୧୦ଟା ସମୟରେ ବାଘୁଣୀ ଯମୁନାକୁ ଛାଡ଼ିବା ପାଇଁଁ ଏନକ୍ଲୋଜରର ଗେଟ୍ ଖୋଲା ଯାଇଥିଲା । ଗେଟ୍ ଖୋଲାଯିବା ପରେ ଯମୁନା ସେଠାରୁ ବାହାରି ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲା ।
ଏଠାରେ ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରର ଚନ୍ଦ୍ରଗିରି ଜିଲ୍ଲାର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଏକ ସ୍ବତନ୍ତ୍ର ଯନ୍ତା ଗାଡ଼ିରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରାୟ ୯୦୦ କିଲୋମିଟର ଯାତ୍ରା କରି ୨ ବର୍ଷ ୭ମାସ ବୟସର ବାଘୁଣୀ ଯମୁନାକୁ ଶିମିଳିପାଳ ଅଣାଯାଇଥିଲା । ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳ କବାଟଘାଇ ଠାରେ ପ୍ରସ୍ତୁତ ସଫ୍ଟ ଏନକ୍ଲୋଜରରେ ବାଘୁଣୀ ଯମୁନାକୁ ଛଡା ଯାଇଥିଲା । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଏକ ଟିମ ବାଘୁଣୀର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଥିବା ବେଳେ ଏନକ୍ଲୋଜର ଭିତରେ ପ୍ରଥମ କରି ଏକ ବାରହା ଶିକାର କରିଥିଲା ଯମୁନା । ତେବେ କିଛି ଦିନ ଶିମିଳିପାଳର ଜଳବାୟୁ ଓ ପରିବେଶ ସହିତ ଖାପ ଖୁଆଇ ରହିବା ପରେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଯମୁନାକୁ ଆଜି ଏନକ୍ଲୋଜରରୁ ଘଞ୍ଚ ଜଙ୍ଗଲକୁ ଛଡ଼ା ଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...ଶିମିଳିପାଳରେ ଯମୁନାର ପ୍ରଥମ ଶିକାର, ବାରହାକୁ କଲା ଆହାର ଏହା ମଧ୍ୟ ପଢ଼ନ୍ତୁ...ବଂଶ ବୃଦ୍ଧି ପାଇଁ ଆସିବେ ଆଉ ୫ ବାଘ, ପୂର୍ବରୁ କାହିଁକି ଫେଲ୍ ମାରିଥିଲା ପ୍ରକଳ୍ପ? ଜାଣନ୍ତୁ |
ଇଟିଭି ଭାରତ, ମୟୂରଭଞ୍ଜ