ETV Bharat / state

ଗୋପାଳପୁର ବେଳାଭୂମିରେ ପ୍ରଥମ ଥର 'ବୋଇତ ବନ୍ଦାଣ ଉତ୍ସବ' - BOITA BANDANA RITUALS

ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବାକୁ ସ୍ବତନ୍ତ୍ର ପ୍ରୟାସ । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୧୫ରେ ଆୟୋଜିତ ହେବ 'ବୋଇତ ବନ୍ଦାଣ ଉତ୍ସବ' ।

Boita Bandana Rituals
Boita Bandana Rituals (ETV Bharat Odisha)
author img

By ETV Bharat Odisha Team

Published : Nov 10, 2024, 2:21 PM IST

ବ୍ରହ୍ମପୁର: ଚଳିତବର୍ଷ ଗୋପାଳପୁର ବେଳାଭୂମିରେ ହେବ 'ବୋଇତ ବନ୍ଦାଣ ଉତ୍ସବ' । କଳିଙ୍ଗର ଐତିହ୍ୟ ନୌବାଣିଜ୍ୟ ପରମ୍ପରା ସହ ଶହ ଶହ ବର୍ଷର ସେହି ପୁରାତନ ସାଧବ ପୁଅର ଗୌରବଗାଥାକୁ ମନେ ପକାଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଗୋପାଳପୁର ବେଳାଭୂମି ନିକଟବର୍ତ୍ତୀ ହରିପୁର ମୁହାଣରେ ଚଳିତବର୍ଷ ପ୍ରଥମଥର ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ ହେବାକୁ ଯାଉଛି । ଏନେଇ ବ୍ରହ୍ମପୁରଠାରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କାର୍ଯ୍ୟକ୍ରମର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।

  • ଗୋପାଳପୁରରେ ପ୍ରଥମ ବୋଇତ ବନ୍ଦାଣ:

ଚଳିତମାସ ୧୫ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏହି ଉତ୍ସବ ପରମ୍ପରା ଓ ରୀତିନୀତି ଅନୁସାରେ ଅନୁଷ୍ଠିତ ହେବ । ଓଡ଼ିଆ ଘରର ସେହି ପୁରାତନ ସଂସ୍କୃତି ଅନୁସାରେ ବନ୍ଦାପନା କାର୍ଯ୍ୟକ୍ରମ ହେବା ସହ ମୁହାଣରେ ୩ଟି ଡଙ୍ଗା ରଖାଯାଇ ବୋଟ ଜରିଆରେ ମୁହାଣ ଗୋଟିଏ ପାର୍ଶ୍ବରୁ ଅନ୍ୟ ପଟକୁ ପାର ହେବାର କାର୍ଯ୍ୟକ୍ରମ ରହିଛି । ଡଙ୍ଗାଗୁଡିକୁ ବୋଇତ ପରି ଆକର୍ଷଣୀୟ ଭାବେ ସଜ୍ଜା ଯିବ । ଏଥିସହ ଯେପରି ପୂର୍ବରୁ ସାଧବ ପୁଅମାନେ ନୌବାଣିଜ୍ୟ କରିବାକୁ ଗଲାବେଳେ ସାଧବାଣୀମାନେ ବନ୍ଦାପନା କରୁଥିଲେ ସେଭଳି କାର୍ଯ୍ୟକ୍ରମ ହେବ । ଭୋର ୫ଟାରୁ ପୂଜାର୍ଚ୍ଚନା ସହ ଏହି ଉତ୍ସବ ଆରମ୍ଭ ହେବ । ଏହା ସହିତ ଏହି ଉତ୍ସବରେ ପୁରାତନ କଥାବସ୍ତୁ ଅନୁଯାୟୀ ତଅପୋଇ (ସାଧବ ପୁଅଙ୍କ ଉଭଣୀ)ଙ୍କ ଚରିତ୍ର ମଧ୍ୟ ଦେଖିବାକୁ ମିଳିବ ।

Boita Bandana Rituals (ETV Bharat Odisha)
  • ନୌବାଣିଜ୍ୟ ଇତିହାସ ଓ ପରମ୍ପରା:

କଳିଙ୍ଗର ନୌବାଣିଜ୍ୟ ପରମ୍ପରାକୁ ନେଇ ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣ୍ଣମାରେ ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ ହେଉଥିାଏ । ସେହିକ୍ରମରେ ପ୍ରଥମ ଥର ପାଇଁ କଳିଙ୍ଗର ନୌବାଣିଜ୍ୟକୁ ନେଇ ଇତିହାସ ଓ କିମ୍ବଦନ୍ତୀର ସେହି ସ୍ମୃତିକୁ ମନେ ପକାଇ ଗୋପାଳପୁର ଠାରେ ବୋଇତ ବନ୍ଦାଣ ଉତ୍ସବ ପାଳନ ହେବ ବୋଲି ରାଜ୍ୟ ଖଣି ଓ ଇସ୍ପାତ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ବ୍ରହ୍ମପୁର ସହରର ସ୍ବତନ୍ତ୍ର ସର୍କିଟ୍ ହାଉସ ସଭାକକ୍ଷରେ ଆୟୋଜିତ ବୈଠକରେ ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାର, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ବହୁ ଅଧିକାରୀମାନଙ୍କ ଉପସ୍ଥିତିରେ ବୋଇତ ବନ୍ଦାଣ ଉତ୍ସବର ପ୍ରସ୍ତୁତି ନେଇ ଆଲୋଚନା କରାଯାଇଛି । ଉତ୍ସବ ଦିନ ନୌବାଣିଜ୍ୟ ପରମ୍ପରାକୁ ନେଇ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କର୍ମଶାଳା ଆୟୋଜିତ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ବୋଇତ ବନ୍ଦାଣ ଉତ୍ସବ ପୂର୍ଣ୍ଣମୀ ଦିନ ୧୦ଟା ଯାଏଁ ଚାଲିବ । ଏହା ପରେ କଳିଙ୍ଗର ନୌବାଣିଜ୍ୟ ପରମ୍ପରା ଶୀର୍ଷକ ଏକ କର୍ମଶଳା ଅନୁଷ୍ଠିତ ହେବ। ଏଥିରେ ସାହିତ୍ୟିକ, ଐତିହାସିକ, ସଂସ୍କୃତି ଗବେଷକ ଯୋଗ ଦେଇ ଗୋପାଳପୁର ବେଳାଭୂମି ସହ ନୌବାଣିଜ୍ୟ ବିଷୟ ଆଲୋଚନା କରିବାକୁ ସ୍ଥିର କରାଯାଇଛି ।

ଏହା ବି ପଢନ୍ତୁ...ବାଲିଯାତ୍ରା ବୁଲିବେ ୭ ଦେଶର ପର୍ଯ୍ୟଟକ, ଜଳପଥରେ ସ୍ୱାଗତ କରିବ ପ୍ରଶାସନଏହା ବି ପଢନ୍ତୁ...ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବାକୁ ସୁବର୍ଣ୍ଣପୁରରେ ନୌଚାଳନା ପ୍ରତିଯୋଗିତା
  • ନୌବାଣିଜ୍ୟକୁ ନେଇ ସ୍ମରଣିକା:

ଏହା ପୂର୍ବରୁ ନୌବାଣିଜ୍ୟ, ବୋଇତ ବନ୍ଦାଣକୁ ନେଇ ଲେଖକଙ୍କଠାରୁ ତଥ୍ୟଭିଭିକ ଲେଖା ସଂଗୃହୀତ ହେବ । ଏହାକୁ ନେଇ ଏକ ସ୍ମରଣିକା ପ୍ରକାଶ ପାଇବ । ଯାହା ପ୍ରତ୍ୟେକ ପାଠାଗାରକୁ ପ୍ରେରଣ କରାଯିବ ବୋଲି କୁହାଯାଇଛି। ବୈଠକରେ ବ୍ରହ୍ମପୁର ମହାନଗର ନିଗମର କମିଶନର ଭବାନୀ ମିଶ୍ର, ଗୋପାଳପୁର ବନ୍ଦରର ଉପସଭାପତି ଅଜୟ କୁମାର ମିଶ୍ର, ଗୋପାଳପୁର ଏଏସି ନିର୍ବାହୀ ଅଧ‌ିକାରୀ ପ୍ରମୋଦ କୁମାର ପାଢ଼ୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ‌।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.