ETV Bharat / state

ମାଣ୍ଡିଆ ଦିବସରେ ଶ୍ରୀ ଅନ୍ନ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ - SHREE ANNA INTERNATIONAL CONFERENCE

ଦୁଇଦିନିଆ ଶ୍ରୀଅନ୍ନ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ । ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ । ଅଂଶଗ୍ରହଣ କରିଛନ୍ତି କୃଷକ, ମହିଳା ଓ ଛାତ୍ରଛାତ୍ରୀ ।

ମାଣ୍ଡିଆ ଦିବସରେ ଶ୍ରୀ ଅନ୍ନ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ମାଣ୍ଡିଆ ଦିବସରେ ଶ୍ରୀ ଅନ୍ନ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ (ETV Bharat odisha)
author img

By ETV Bharat Odisha Team

Published : Nov 10, 2024, 2:10 PM IST

ଭୁବନେଶ୍ବର: ମାଣ୍ଡିଆ ଦିବସରେ ଆରମ୍ଭ ହେଲା ଦୁଇଦିନିଆ ଶ୍ରୀଅନ୍ନ ଅନ୍ତର୍ଜାତୀୟ ସମ୍ମିଳନୀ । ଭୁବନେଶ୍ବରରେ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ-୨୦୨୪’କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଦୁଇଦିନିଆ ସମ୍ମିଳନୀ ଆସନ୍ତାକାଲି ଶେଷ ହେବ । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେ.ଭି ସିଂହଦେଓ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅନ୍ୟ ବରିଷ୍ଠ ଅଧିକାରୀମାନେଙ୍କ ସମେତ ସାମାଜିକ ସଂଗଠନ, ସ୍ଵୟଂ ସହାୟିକା ଗୋଷ୍ଠୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି ।

  • ଓଡ଼ିଶାର କୃଷି ଐତିହ୍ୟକୁ ସୁରକ୍ଷା ଓ ପୁଷ୍ଟି ପୋଷକତା ବୃଦ୍ଧି ଲକ୍ଷ୍ୟ

ଫସଲଗୁଡ଼ିକ ଜଳବାୟୁ ପରିବର୍ତ୍ତନ, ଚିରନ୍ଧନ ଚାଷ ପଦ୍ଧତିରେ ସହାୟତା ଏବଂ ପୌଷ୍ଟିକତା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏଥିମଧ୍ୟରୁ ଅନେକ ଫସଲ ମରୁଡ଼ି ସହନଶୀଳ ଏବଂ କୀଟନାଶକକୁ ପ୍ରତିରୋଧ କରିବାର କ୍ଷମତା ରଖିଥାଏ । ଓଡ଼ିଶାର ପାରମ୍ପରିକ ଶସ୍ୟଗୁଡିକ ଏହି ଫସଲ ସହିତ ଜଡ଼ିତ, ଯାହା ଯେକୌଣସି ପରିବେଶରେ ଖାପଖୁଆଇ ଭଲଭାବେ ବଢ଼ିପାରେ । ଏହି ସବୁ ଖାଦ୍ୟକୁ ସଂରକ୍ଷଣ କରିବା ଦ୍ବାରା କେବଳ ଓଡ଼ିଶାର କୃଷି ଐତିହ୍ୟକୁ ସୁରକ୍ଷା ନୁହେଁ ବରଂ ପୁଷ୍ଟି ପୋଷକତା ବୃଦ୍ଧି କରିବାରେ ସହାୟକ ହେବା ନେଇ ସମ୍ମିଳନୀରେ ମତ ପ୍ରକାଶ ପାଇଛି ।

  • ଅଂଶଗ୍ରହଣ କରିଛନ୍ତି କୃଷକ, ମହିଳା ଓ ଛାତ୍ରଛାତ୍ରୀ

ସମ୍ମିଳନୀ ମାଧ୍ୟମରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ, ନୀତି ନିର୍ଦ୍ଧାରକ, ଅଣୁ, କ୍ଷୁଦ୍ର ଓ ମଧ୍ଯମ ଉଦ୍ୟୋଗୀ, ଗବେଷଣା ପ୍ରତିଷ୍ଠାନ, ସ୍ବାସ୍ଥ୍ୟ ଅନୁଷ୍ଠାନ, ହୋଟେଲ ଆସୋସିଏସନ୍, ସେଫ୍ ସଂଗଠନ, ବ୍ଲଗର୍ ଏବଂ ଛାତ୍ରଙ୍କ ସମେତ ବହୁ ହିତକାରୀଙ୍କୁ ସାମିଲ୍ କରାଯାଇ ଶ୍ରୀଅନ୍ନ ଏବଂ ବିସ୍ମୃତ ଖାଦ୍ୟକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ଏଥିରେ ଶ୍ରୀ ଅନ୍ନ, ବିଲୁପ୍ତପ୍ରାୟ ଶସ୍ୟ ଓ ଖାଦ୍ୟ ସହିତ ଜଡ଼ିତ କୃଷକ ସମ୍ପ୍ରଦାୟଙ୍କ ଦ୍ବାରା ଅଭିନବ ତଥା ଚିରନ୍ଧନ କୃଷି ପଦ୍ଧତି, ଜୈବ ବିବିଧତା ସଂରକ୍ଷଣକୁ ପ୍ରାଧାନ୍ୟ, ବ୍ୟବସାୟିକରଣ ସୁଯୋଗ ଏବଂ ନୀତିଗତ ଦୃଷ୍ଟିକୋଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।

ମାଣ୍ଡିଆ ଦିବସରେ ଶ୍ରୀ ଅନ୍ନ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ମାଣ୍ଡିଆ ଦିବସରେ ଶ୍ରୀ ଅନ୍ନ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ (ETV Bharat odisha)
ମାଣ୍ଡିଆ ଦିବସରେ ଶ୍ରୀ ଅନ୍ନ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ମାଣ୍ଡିଆ ଦିବସରେ ଶ୍ରୀ ଅନ୍ନ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ (ETV Bharat odisha)

ଏହା ମଧ୍ୟ ପଢନ୍ତୁ:- ‘ମାଣ୍ଡିଆ’ ନେବ କି ଛତୁଆ ସ୍ଥାନ ? ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ - Odisha Govt to provide millet

ଏହା ବି ପଢନ୍ତୁ-Odisha Assembly: ନିମ୍ନମାନର ଛତୁଆ ନେଇ ଗୃହରେ ଉଦବେଗ, ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ, ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି - LOW QUALITY Chhatua

ଏହା ବି ପଢନ୍ତୁ- ଛତୁଆ ପ୍ୟାକେଟରୁ ବାହାରୁଛି ଚୋକଡ, କାଠିକୁଟା, ଉଚ୍ଚସ୍ତରୀୟ ତଦନ୍ତ ଦାବି - Low quality chhatua

ଏହି ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେଭି ସିଂହଦେଓ,ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, କୃଷି ସଚିବ ଅରବିନ୍ଦ ପାଢୀ, ସ୍ୱାମୀନାଥନ ଫାଉଣ୍ଡେସନର ଅଧ୍ୟକ୍ଷ ସୌମ୍ୟା ସ୍ୱାମୀନାଥନ ,ନୀତି ଆୟୋଗର ସଦସ୍ୟ ଖାଦ୍ୟ ଓ କୃଷି ସଂଗଠନ, ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ, ‘ଏସିଆ-ପାସିଫିକ ଆସୋସିଏସନ ଅଫ୍ ଏଗ୍ରିକଲଚରାଲ ରିସର୍ଚ୍ଚ’ ଇନଷ୍ଟିଚ୍ୟୁସନର ସଦସ୍ୟମାନେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.