ବାଲିଯାତ୍ରାରେ ରାସ୍ତା କଡ଼ରେ ବସିବେ ନାହିଁ ଉଠା ବ୍ୟବସାୟୀ: ଜିଲ୍ଲାପାଳ - CUTTACK BALI YATRA

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 9, 2024, 9:54 PM IST

କଟକ: ବାଲିଯାତ୍ରା ସମୟରେ ଫୁଟପାଥରେ ବସି ପାରିବେ ନାହିଁ ଉଠା ଦୋକାନୀ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବାଲିଯାତ୍ରା ସମୟରେ ଫୁଟପାଥରେ କୌଣସି ଉଠାଦୋକାନୀ ବ୍ୟବସାୟ କରିବା ନେଇ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ନିଷେଧାଦେଶ ଜାରି କରିଛନ୍ତି । ଜୋବ୍ରା ଠାରୁ ଚହଟା, ଉପର ଏବଂ ତଳ ବାଲିଯାତ୍ରା ପଡିଆ ଏବଂ ଏହାର ଆଖପାଖ ରାସ୍ତାରେ ଉଠା ଦୋକାନୀମାନଙ୍କୁ ବ୍ୟବସାୟ କରିବା ପାଇଁ ନିଷେଧ କରାଯିବ ।

ସେମାନଙ୍କ ଜୀବନ ଜୀବିକା ଯେପରି ପ୍ରଭାବିତ ନହୁଏ ସେଥି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ତଳ ବାଲିଯାତ୍ରା ପଡିଆରେ ସେମାନଙ୍କ ବ୍ୟବସାୟ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରାଯାଇଛି । ତେବେ ନିର୍ଦ୍ଦେଶ ଜାରି ହେବା ଦିନଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଉଠା ଦୋକାନୀମାନେ ଆବଶ୍ୟକ ୟୁଜର ଫି ଦେଇ ନିର୍ଦ୍ଧାରିତ ସ୍ଥାନରେ ବ୍ୟବସାୟ କରିପାରିବେ ।ଏହି ନିୟମର ଖିଲାପ କଲେ ସମ୍ପୃକ୍ତ ବ୍ୟକ୍ତି ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ ।

ସେ ଆହୁରି ମଧ୍ୟ କହିଛନ୍ତି,"ତଳ ବାଲିଯାତ୍ରା ପଡିଆରେ ଉଠା ଦୋକାନୀମାନଙ୍କୁ ସ୍ଥାନ ଦେବା ପାଇଁ ଉପଜିଲ୍ଲାପାଳ କଟକ ସଦରଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି । ଏଥିସହ ଗାଡି ଚଳାଚଳ ଏବଂ ଚଲାପଥକୁ ଅବରୋଧମୁକ୍ତ କରିବା ପାଇଁ ଆରଆଇ, ସହକାରୀ ଆରଆଇ ଏବଂ ଅମିନମାନଙ୍କୁ ନେଇ ଦୁଇଟି କମିଟି ଗଠନ କରାଯାଇଛି । ପୋଲିସ ଓ କଟକ ମହାନଗର ନିଗମ କର୍ମଚାରୀମାନଙ୍କ ସହାୟତାରେ ଫୁଟପାଥ୍ ଓ ରାସ୍ତାକଡରେ ବସୁଥିବା ଦୋକାନୀମାନଙ୍କୁ ଦିନରେ ଓ ରାତିରେ ଉଠାଇ ରାସ୍ତାକୁ ଅବରୋଧ ମୁକ୍ତ କରାଯିବ ।"

ଏହା ମଧ୍ୟ ପଢନ୍ତୁ...ଉଭୟ ପଡ଼ିଆରେ ହେବ ବାଲିଯାତ୍ରା, ରାସ୍ତା ଉପରେ ବସିବେ ନାହିଁ ବୁଲା ବିକାଳୀ: ହାଇକୋର୍ଟ 

ଇଟିଭି ଭାରତ, କଟକ 
 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.