ETV Bharat / health

7 ଦିନରେ କମ୍ ହୋଇପାରିବ କି କୋଲେଷ୍ଟ୍ରଲ ? ଜାଣନ୍ତୁ କ'ଣ କହୁଛି ମେଡିକାଲ ସାଇନ୍ସ - TIPS TO REDUCE CHOLESTEROL

ସପ୍ତାହେ ଭିତରେ ଖରାପ କୋଲେଷ୍ଟ୍ରଲ କମ୍ ହୋଇପାରିବ କି ? ଜାଣନ୍ତୁ ଏନେଇ କ'ଣ କହୁଛି ମେଡିକାଲ ସାଇନ୍ସ

7 ଦିନରେ କୋଲେଷ୍ଟ୍ରଲ କମ୍ ହୋଇପାରିବ କି ?
7 ଦିନରେ କୋଲେଷ୍ଟ୍ରଲ କମ୍ ହୋଇପାରିବ କି ? (ETV Bharat)
author img

By ETV Bharat Health Team

Published : Nov 10, 2024, 12:54 PM IST

Bad Cholesterol: ଶରୀରରେ କୋଲେଷ୍ଟ୍ରଲ ବଢିଲେ ହାର୍ଟଆଟାକ୍, ଷ୍ଟ୍ରୋକ ଓ ଅନ୍ୟାନ୍ୟ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଆଶଙ୍କା ବୃଦ୍ଧି ପାଇଥାଏ । ଖରାପ ଜୀବନଶୈଳୀ ଓ ଅସ୍ବାସ୍ଥ୍ୟକର ଖାଦ୍ୟପେୟ ସେବନ ଯୋଗୁଁ ଆଜିକାଲି ଲକ୍ଷ ଲକ୍ଷ ଲୋକ ଏହି କୋଲେଷ୍ଟ୍ରଲ ସମସ୍ୟାରେ ପୀଡିତ । ତେଣୁ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବା ଅତି ଜରୁରୀ ।

ଯଦିଓ କୋଲେଷ୍ଟ୍ରଲ କମ୍ କରିବାର କୌଣସି ତତ୍କାଳ ଉପାୟ ନାହିଁ, ହେଲେ ନିଜ ଜୀବନଶୈଳୀ ବଦଳାଇ ସପ୍ତାହେ ମଧ୍ୟରେ କୋଲେଷ୍ଟ୍ରଲ ସ୍ତରରେ ପରିବର୍ତ୍ତନ ଆଣିବା ଆରମ୍ଭ କରିପାରିବେ । ଶରୀରରେ ଦୁଇ ପ୍ରକାର କୋଲେଷ୍ଟ୍ରଲ ରହିଛି, ଗୋଟିଏ ହେଲା ଖରାପ କୋଲେଷ୍ଟ୍ରଲ (Low density lipoproteins) ଓ ଅନ୍ୟଟି- ଭଲ କୋଲେଷ୍ଟ୍ରଲ (High density lipoproteins) । LDL ହ୍ରାସ ଓ HDLରେ ବୃଦ୍ଧି ପାଇଁ ସାଧାରଣତଃ ଜୀବନଶୈଳୀରେ ପରିବର୍ତ୍ତନ ସହ 3 ମାସ ଲାଗିଥାଏ ।

ଯଦି କୋଲେଷ୍ଟ୍ରଲ କମ୍ କରିବା ପାଇଁ ଔଷଧ ନିଆଯାଏ, ଏହାର ପ୍ରଭାବ ଦେଖାଯିବାକୁ 6ରୁ 8 ସପ୍ତାହରେ ଲାଗିଥାଏ । ତେବେ ନିଜର ଦିନଚର୍ଯ୍ୟାରେ ଛୋଟ ଛୋଟ ଅଭ୍ୟାସ ସାମିଲ କରି ଆପଣ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣ ସହ ହୃଦୟ ସ୍ବାସ୍ଥ୍ୟ ଠିକ୍ ରଖିପାରିବେ ।

କେମିତି କମାଇବେ କୋଲେଷ୍ଟ୍ରଲ:

ଯଦିଓ କୋଲେଷ୍ଟ୍ରଲ କମ୍ କରିବା ପାଇଁ ସମୟ ଲାଗେ ତଥାପି ସୁସ୍ଥ ଜୀବନଶୈଳୀ ଗ୍ରହଣ କରି 12 ସପ୍ତାହ ମଧ୍ୟରେ କୋଲେଷ୍ଟ୍ରଲ ସ୍ତରରେ ସୁଧାର ଦେଖାଯାଏ । ଏଥିପାଇଁ ନିୟମିତ ବ୍ୟାୟାମ ଓ ସନ୍ତୁଳିତ ଖାଦ୍ୟ ଆବଶ୍ୟକ । ଡାକ୍ତର ହୃଦରୋଗ ଆଶଙ୍କା କମ୍ କରିବା ପାଇଁ ଦରକାର ପଡିଲେ କୋଲେଷ୍ଟ୍ରଲ କମ୍ କରୁଥିବା ଔଷଧ ନେବାକୁ ପରାମର୍ଶ ଦେଇପାରନ୍ତି ।

ବିନା ଔଷଧରେ କେମିତି କମାଇବେ କୋଲେଷ୍ଟ୍ରଲ:

ହୃଦୟ ପାଇଁ ସ୍ବାସ୍ଥ୍ୟ ଆହାର: ସାଚୁରେଟେଡ ଫ୍ୟାଟ ଓ ଟ୍ରାନ୍ସ ଫ୍ୟାଟ ଯୁକ୍ତ ଖାଦ୍ୟପଦାର୍ଥ ଉପରେ ଧ୍ୟାନ ଦିଅନ୍ତୁ । ସବୁଜ ପତ୍ରଯୁକ୍ତ ପନିପରିବା, ପିସ୍ତାବାଦାମ, ବାଦାମ, ଚିଆ ସିଡ, ଅଖରୋଟ ଇତ୍ୟାଦି ସ୍ବାସ୍ଥ୍ୟକର ଆହାର ଗ୍ରହଣ କରିବା ଭଲ ।

ନିୟମିତ ଏକ୍ସରସାଇଜ: ସପ୍ତାହରେ ପାଞ୍ଚ ଦିନ ଅତିକମରେ 30 ମିନିଟ ଏକ୍ସରସାଇଜ କରିବା ଉଚିତ୍ । ଏକ୍ସରସାଇଜରେ ଦୌଡିବା, ସାଇକେଲିଂ କିମ୍ବା ସିଡି ଚଢିବା ଆଦି ସାମିଲ କରିପାରିବେ ।

ସୁସ୍ଥ ଓଜନ: ସନ୍ତୁଳିତ ଆହାର ଓ ନିୟମିତ ବ୍ୟାୟାମ ସୁସ୍ଥ ଓଜନ ବଜାୟ ରଖିବାରେ ସାହାଯ୍ୟ କରେ । ଯାହାଦ୍ବାରା କୋଲେଷ୍ଟ୍ରଲ ସ୍ତରରେ ସୁଧାର ଆସିଥାଏ ।

ଧୂମ୍ରପାନ ବର୍ଜନ: ଧୂମ୍ରପାନ ଛାଡିବା ଦ୍ବାରା ଭଲ କୋଲେଷ୍ଟ୍ରଲ ସ୍ତରରେ ସୁଧାର ଆସିଥାଏ । ହୃଦୟ ସୁସ୍ଥ ରହିଥାଏ ।

ମଦ୍ୟପାନ ଛାଡିବା: ସୁସ୍ଥ ରହିବାକୁ ଚାହୁଁଥିଲେ ମଦପାନ ଛାଡିବା ଉଚିତ୍ । ନଚେତ୍ କେବେ କ୍ବଚିତ୍ ପିଇବା ଉଚିତ୍ ।

Ref- https://www.uptodate.com/contents/high-cholesterol-and-lipids-beyond-the-basics

https://www.mayoclinic.org/diseases-conditions/high-blood-cholesterol/in-depth/reduce-cholesterol/art-20045935

ଏହା ମଧ୍ୟ ପଢନ୍ତୁ: ଏହି ପ୍ରକାର ଖାଦ୍ୟ ଖାଉଥିଲେ ବଢିପାରେ କ୍ୟାନ୍ସର ବିପଦ, ଏକ୍ସପର୍ଟ ଦେଲେ ଚେତାବନୀ

ଏହା ମଧ୍ୟ ପଢନ୍ତୁ: ହାସିମୋଟୋସ ରୋଗରେ ପୀଡିତ ଅର୍ଜୁନ କପୁର, ଜାଣନ୍ତୁ କ'ଣ ଏହି ରୋଗ

(Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.