ଏବେ ଆଉ ଖୋଲିବ ନାହିଁ ହୀରାକୁଦ ଗେଟ: ସର୍ବୋଚ୍ଚ ଯନ୍ତ୍ରୀ

By

Published : Aug 3, 2023, 6:53 PM IST

thumbnail

ଭୁବନେଶ୍ବର: ମହାନଦୀରେ ବନ୍ୟା ଜଳ ପ୍ରଭାହିତ ହେଉଛି । ଦିନ ଗୋଟେ ସୁଦ୍ଧା 8 ଲକ୍ଷ 80 ହଜାର କ୍ୟୁସେକ ଜଳ ପ୍ରଭାହିତ ହେଉଛି । ଦିନ 3 ଟା ସୁଦ୍ଧା ଏହା 9 ଲକ୍ଷରେ ପହଞ୍ଚିବ । ମହାନଦୀର ପିକ ଫ୍ଲଡ଼ ଡେଲଟା ହେଡ ମୁଣ୍ଡୁଳି ପାଖରେ 9 ଲକ୍ଷରୁ ସାଢେ 9 ଲକ୍ଷ ରହିବ । ସେଥିପାଇଁ ଆମେ ସମସ୍ତେ ସଜାଗ ଅଛୁ । ଅନ୍ୟପଟେ ବର୍ତ୍ତମାନ ଆଉ ହୀରାକୁଦର ଗେଟ ଖୋଲାଯିବ ନାହିଁ । ଏହି ସୂଚନା ଦେଇଛନ୍ତି ରାଜ୍ୟ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।  

ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, "ଫିଲ୍ଡରେ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ହୀରାକୁଦ ଉପର ମୁଣ୍ଡରେ ଛତିଶଗଡ଼ କ୍ୟାଚମେଣ୍ଟରେ ଅଧିକ ବର୍ଷା ହୋଇଥିବାରୁ ମହାନଦୀ ଫୁଲୁଛି । ତେଣୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ହେବ । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ପ୍ରାୟ 610 ମିଟର ରହିଛି । କ୍ରମାଗତ ଭାବେ ଏହାର ଜଳସ୍ତର ବୃଦ୍ଧି ପାଉଛି । ଆସନ୍ତାକାଲି 613ରୁ 614 ମିଟର ଜଳସ୍ତର ହେବ । ବର୍ତ୍ତମାନ ହୀରାକୁଦରୁ 2ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ତଳ ମୁଣ୍ଡରେ ପାଣି ପାସ ନ କରିବା ଯାଏଁ ହୀରାକୁଦର କୌଣସି ଗେଟ ଖୋଲାଯିବ ନାହିଁ । ମହାନଦୀର ପିକ ଫ୍ଲଡ ପ୍ରଭାହିତ ହେବା ପରେ ଗେଟ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ।"  

ଏହା ବି ପଢନ୍ତୁ-  Flood Threat: ବନ୍ୟା ସ୍ଥିତି ମୁକାବିଲା ନେଇ SRCଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ୭ ଜିଲ୍ଲାକୁ ଆଲର୍ଟ

ମହାନଦୀ ଅବବାହିକାରେ ଥିବା ୬ଟି ଜିଲ୍ଲାକୁ ସତର୍କ କରାଯାଇଛି । ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଉପରେ ସ୍ବତନ୍ତ୍ର ନଜର ରଖାଯାଉଛି । ନୟାଗଡ଼ ଓ କଟକରେ ପିକ ଫ୍ଲଡ ପାସ କରୁଛି । ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ପିକ ବନ୍ୟା ଜଳ ସେଠାରେ ପହଞ୍ଚିବାକୁ କାଲି ଅପରାହ୍ନ ହୋଇଯିବ । ବୈତରଣୀରେ ବନ୍ୟା ଜଳ ଖସୁଛି । ଆଖୁଆପଦାଠାରେ ପାଣି କମୁଛି । ବ୍ରାହ୍ମଣୀରେ ଜଳସ୍ତର ବଢୁଛି କିନ୍ତୁ କିଛି ସମୟ ପରେ ତାହା ସ୍ଥିର ଅବସ୍ଥାକୁ ଆସିବାର ସମ୍ଭାବନା ଦେଖାଯାଉଛି । ପୁରୀର କଣାସ, ଅସ୍ତରଙ୍ଗ, ଜଗତସିଂହପୁରର ଏର୍ସମା ଓ ଭଦ୍ରକର ଆଖୁଆପଦାରେ କିଛି ସ୍ଥାନରେ ତଳି ଅଞ୍ଚଳରେ ପାଣି ପଶିଛି । ମହାନଦୀର ନିମ୍ନ ଅବବାହିକାରେ ବର୍ଷା ନହେବା ଆଶ୍ବସ୍ତିକର ଖବର ବୋଲି ସେ କହିଛନ୍ତି ।  

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.