thumbnail

By ETV Bharat Odisha Team

Published : Jan 1, 2024, 6:29 AM IST

ETV Bharat / Videos

ନୂଆ ବର୍ଷରେ ବୌଦ୍ଧରେ ଜମିଲା ବଣଭୋଜିର ଆସର

Boudh New Year Celebration: 

ବୌଦ୍ଧ: ଜିଲ୍ଲାର ବିଭିନ୍ନ ପିକନିକ ସ୍ପଟରେ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ବଣଭୋଜି ସହିତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଶୀତୁଆ ସକାଳର କୁହୁଡିଆ ପରିବେଶ ମଧ୍ୟରେ ପୁରୁଣା ବର୍ଷକୁ ବିଦାୟ ଦେବା ସହିତ ନୂତନ ବର୍ଷକୁ ସ୍ବାଗତ କରି ଜିଲ୍ଲାର ବିଭିନ୍ନ ପିକନିକ ସ୍ପଟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଜିଲ୍ଲାର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଅଞ୍ଚଳ ବର୍ତ୍ତମାନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । 

ଜିଲ୍ଲାର କୁମ୍ଭିଦରହଠାରୁ ନେଇ ଲତାଝରଣ ଓ ଶୀତଳପାଣିଠାରୁ ନେଇ ଖଣ୍ଡିକନପା ପର୍ଯ୍ୟନ୍ତ ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଅଞ୍ଚଳ ବର୍ତ୍ତମାନ ପର୍ଯ୍ୟଟକଙ୍କୁ ଖୁବ ଆକର୍ଷିତ କରୁଛି । ଆଜି ଡିସେମ୍ବର ମାସର ଶେଷ ଦିନରେ ପୁରୁଣା ବର୍ଷ କ ବିଦାୟ ଦେବା ସହିତ ନୂତନ ବର୍ଷକୁ ସ୍ବାଗତ ପାଇଁ ବିଭିନ୍ନ ସ୍ଥାନରେ ବଣଭୋଜି ପାଇଁ ବେଶ ଭିଡ଼ ଦେଖିବାକୁ ମିଳିଥିଲା । ଜିଲ୍ଲାର ଏକମାତ୍ର ଇକୋ ରିଟ୍ରିଟ୍‌ କ୍ୟାମ୍ପ ଡମ୍ବରୁଗଡ ଠାରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିଥିଲା  । ଏହା ସହ ନନ୍ଦନବନ, କୁମ୍ଭୀଦରହ, ରାମଗଡ଼, ମର୍ଜାକୁଦ, ତାମ୍ବିଦରହରେ ଲୋକଙ୍କ ଭିଡ଼ ଦେଖିବାକୁ ମଳିଥିଲା । 

ଏହା ମଧ୍ୟ ପଢନ୍ତୁ.....ନୂଆବର୍ଷକୁ ସ୍ବାଗତ; ପ୍ରତିଭା ଅନ୍ୱେଷଣକୁ ଗୁରୁତ୍ୱ

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.