Bharat Mandapam: ବିବିଧତା ମଧ୍ୟରେ ଏକତା, ଝଲସୁଛି ଭାରତ ମଣ୍ଡପମ - ଝଲସୁଛି ଭାରତ ମଣ୍ଡପମ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/06-09-2023/640-480-19444073-thumbnail-16x9-vv.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Sep 6, 2023, 3:58 PM IST
ନୂଆଦିଲ୍ଲୀ: ଜି-20 ଶିଖର ସମ୍ମିଳନୀ ପାଇଁ ନୂଆ ରୂପରେ ନୂଆଦିଲ୍ଲୀ । ନବବଧୂ ପରି ସଜେଇ ହୋଇଛି ରାଷ୍ଟ୍ରୀୟ ରାଜଧାନୀ । ଚକାଚକ ରାସ୍ତା, ସୁଦୃଢ ଉନ୍ନତ ଭିତ୍ତିଭୂମି, ସହ ସ୍ବଚ୍ଛ ସୁନ୍ଦର ପରିବେଶ କରାଯାଇଛି । ନୂଆଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଠାରୁ ଆରମ୍ଭ କରି ଭାରତ ମଣ୍ଡପମ ପୁଣି ରାଷ୍ଟ୍ରପତି ଭବନ ଠାରୁ ସଂସଦ ଯାଏଁ ସବୁ ସ୍ଥାନକୁ ନୂଆରୂପ ଦିଆଯାଇଛି । ଯାହାକୁ ନେଇ ଏବେ ନୂଆଦିଲ୍ଲୀ ପୁରା ରଙ୍ଗୀନ ଓ ଭବ୍ୟ ଭାବେ ଝଲସୁଛି । ଆସନ୍ତା 9 ଓ 10 ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଆୟୋଜିତ ହେବ ଜି-20 ଶିଖର ସମ୍ମିଳନୀ । ସମ୍ମିଳନୀରେ ଭାଗ ନେବାକୁ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଓ ଜି-20 ସଦସ୍ୟ ରାଷ୍ଟ୍ରର ମୁଖ୍ୟ । ଏତତ ବ୍ୟତୀତ 50 ରୁ ଅଧିକ ଦେଶର ବିଭିନ୍ନ ପ୍ରତିନିଧି ମଧ୍ୟ ଭାରତ ଆସୁଛନ୍ତି । ଭାରତ ମଣ୍ଡପମରେ ଆୟୋଜିତ ହେବ ଏହି ବିଶ୍ବସ୍ତରୀୟ ସମିଟ । ଏଥିପାଇଁ ଭାରତ ମଣ୍ଡପମକୁ ପୁରା ଅତ୍ୟାଧୁନିକ ରୂପରେ ସଜାଯାଇଛି । ବଡ କଥା ହେଉଛି ଭାରତ ମଣ୍ଡପମରେ ସମସ୍ତ ବାସ୍ତୁଶାସ୍ତ୍ରର ଛାପ ଦିଆଯିବା ସହିତ, ସମସ୍ତ ଭାରତୀୟ ଭାଷାରେ ବିଭିନ୍ନ ପ୍ରସଙ୍ଗ ଲେଖାଯାଇଛି । ଦେଖନ୍ତୁ ରଙ୍ଗୀନ ଆଲୋକରେ କିଭଳି ଝଲସୁଛି ଭାରତ ମଣ୍ଡପମ ।