ଶୋଭାଯାତ୍ରା କରି ଶ୍ରମିକ ଦିବସ ପାଳିଲେ କର୍ମଚାରୀ

By

Published : May 1, 2023, 3:44 PM IST

thumbnail

କେନ୍ଦୁଝର: ଆଜି ଶ୍ରମିକଙ୍କ ପାଇଁ ଦିନଟିଏ ।  ପ୍ରତିବର୍ଷ ମେ ୧ ତାରିଖକୁ ବିଶ୍ବ ଶ୍ରମିକ ଦିବସ ଭାବେ ପାଳନ କରାଯାଏ । ୧୮୮୬ ମସିହା ମେ ୧ ତାରିଖରେ ଅନ୍ତର୍ଜାତୀୟ ସ୍ତରରେ ଶ୍ରମିକ ଦିବସ ଆରମ୍ଭ ହୋଇଥିଲା । ହିନ୍ଦୁସ୍ଥାନ ଲେବର କିଷାନ ପାର୍ଟି ପ୍ରଥମ ଥର ଏହି ଦିବସ ପାଳନ କରିଥିଲା । ପରେ ଭାରତରେ ୧୯୨୩ରେ ଏହି ଦିବସ ପାଳନ ହୋଇଥିଲା । ୧୯୨୩ ମସିହାରେ ଚେନ୍ନାଇର ମାଡ୍ରାସରେ ପ୍ରଥମ ଥର ଶ୍ରମିକ ଦିବସ ପାଳନ କରାଯାଇଥିବା ବେଳେ ସେବେଠାରୁ ଶ୍ରମିକ ଦିବସ ଦିନ ଛୁଟି ଘୋଷଣା କରାଯାଇଛି । ଏହି ଅବସରରେ କାଳବୈଶାଖୀ ବର୍ଷାକୁ ଖାତିର ନକରି ନିଜ ଦିବସ ପାଳିବାକୁ ଆଗେଇ ଆସିଛି ଶ୍ରମିକ ।  ନେସ୍କୋ ପାୱାର ଏମ୍ପ୍ଲଇଜ ୟୁନିଅନ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଛି । ୟୁନିୟନ ପକ୍ଷରୁ ଶତାଧିକ ଶ୍ରମିକ ସ୍ଥାନୀୟ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ । ସମାନ କାମକୁ ସମାନ ଦରମା, ଶ୍ରମିକ ଏକତା ସ୍ଲୋଗାନ ଦେଇ ସହର ପରିକ୍ରମା କରି ପରେ କାର୍ଯ୍ୟାଳୟ ସଭାଗୃହରେ ସମାବେଶ କରିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.