thumbnail

By

Published : Jun 6, 2023, 9:49 PM IST

ETV Bharat / Videos

Train Tragedy: 'ଅଧିକା ଲୋକ ହେଲେ କାର୍ଯ୍ୟରେ ବାଧା ହୁଏ, ଏହାକୁ ଭୁଲ ପ୍ରମାଣିତ କଲେ ଓଡ଼ିଶାବାସୀ'

ନୂଆଦିଲ୍ଲୀ: ବାଲେଶ୍ବର ବାହାନଗା ନିକଟରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ସାରା ବିଶ୍ବବାସୀଙ୍କୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୮୮ ମୃତ୍ୟୁ ବରଣ କରିଥିବା ବେଳେ ଶହ ଶହ ଆହତ ଏବେ ମଧ୍ୟ ଭୁବନେଶ୍ବର, କଟକ, ବାଲେଶ୍ବର ଓ ସୋର ସମେତ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ପରେ NDRF ଓ ODRAF ସମେତ ସ୍ଥାନୀୟ ଲୋକ ଓ ସ୍ବେଚ୍ଛାସେବୀଙ୍କ ପ୍ରୟାସରେ ତୁରନ୍ତ ଉଦ୍ଧାରକାର୍ଯ୍ୟ ଶେଷ ହୋଇଥିଲା । ତେବେ ସ୍ଥାନୀୟ ଲୋକଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି NDRF ଡିଜି ଅତୁଲ କରୱାଲ । ସେ ODRAF ଟିମ୍‌ର କାର୍ଯ୍ୟକୁ ପ୍ରଶଂସା କରିବା ସହିତ କହିଛନ୍ତି, "ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଦେବାକୁ ଭୁଲିଯିବା ଉଚିତ ହେବନି । ଆମେ ବହୁ ସ୍ଥାନରେ ଦେଖିଛୁ, ଅଧିକ ଲୋକ ଏକାଠି ହେଲେ କାର୍ଯ୍ୟ କରିବାରେ ଅସୁବିଧା ହୋଇଥାଏ । ହେଲେ ଓଡ଼ିଶାର ଲୋକଙ୍କ କାର୍ଯ୍ୟ ଆମକୁ ଶୀଘ୍ର ଉଦ୍ଧାର କାର୍ଯ୍ୟ ସାରିବାରେ ବେଶ ସହାୟକ ହୋଇଥିଲା । ସେମାନେ ଆହତ ଯାତ୍ରୀଙ୍କ ଧ୍ୟାନ ରଖିବା ସହ ଉଦ୍ଧାରକାରୀ ଟିମ୍‌କୁ ବାରମ୍ବାର ପାଣି ପିଇବା ପାଇଁ ଦେଉଥିଲେ । ୧୦୦୦ରୁ ଅଧିକା ଲୋକ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ମୁଁ ଶୁଣିବାକୁ ପାଉଛି । ସବୁ ସ୍ଥାନରେ ସାଧାରଣ ଲୋକଙ୍କର ଏଭଳି ସାହଯୋଗ ରହିବା ଆବଶ୍ୟକ ।"

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.