thumbnail

By ETV Bharat Odisha Team

Published : Nov 16, 2023, 9:51 PM IST

ETV Bharat / Videos

କୋଭିଡ ସମୟରେ ସାମ୍ବାଦିକଙ୍କ ଭୂମିକା ଓ ଦାୟିତ୍ୱ ଅବିସ୍ମରଣୀୟ: ମନ୍ତ୍ରୀ ଅଶୋକ ପଣ୍ଡା

ସମ୍ବଲପୁର: ସମ୍ବଲପୁରରେ ଆଜି ସମ୍ବଲପୁରରେ ଜାତୀୟ ପ୍ରେସ ଦିବସ ପାଳିତ । ସମ୍ବଲପୁର ପ୍ରେସ କ୍ଳବ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଏହା ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗାଣ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ବିଜ୍ଞାନ କାରୀଗରି ଓ ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଯୋଗ ଦେଇଥିଲେ । ଅଇଁଠାପାଲି ସ୍ଥିତ ପ୍ରେସ କ୍ଲବ ସମ୍ମିଳନୀ କକ୍ଷରେ ଏହି ଜିଲ୍ଲାସ୍ତରୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି ।   

ଏହି ଅବସରରେ ଆୟୋଜିତ "କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ" ଶୀର୍ଷକ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ ଯୋଗ ଦେଇଥିଲେ l ଏହି ଅବସରରେ ଉଭୟ ମନ୍ତ୍ରୀ କହିଥିଲେ ଯେ ସେମାନେ ଉଭୟ ପୂର୍ବରୁ ସାମ୍ବାଦିକ ଥିଲେ l ଏଥିପାଇଁ ସେମାନେ ବର୍ତ୍ତମାନ ସାମ୍ବାଦିକତା କ୍ଷେତ୍ରରେ ସାମ୍ବାଦିକମାନଙ୍କ ସମସ୍ୟା ନେଇ ଅବଗତ ଅଛନ୍ତି l ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି,"ବର୍ତ୍ତମାନ ଗଣ ମାଧ୍ୟମରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ହେଉଛି l ତେଣୁ ସାମ୍ବାଦିକମାନେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି l ବର୍ତ୍ତମାନ ସାମ୍ବାଦିକତା ଏକ ଆହ୍ୱାନ ଓ ଚ୍ୟାଲେଞ୍ଚର ଦ୍ୱାରଦେଶରେ ପହଞ୍ଚିଥିବା ବେଳେ ସାମ୍ବାଦିକତା ଯୁଗ ଯୁଗ ପାଇଁ କାଳଜୟୀ ହୋଇ ରହିବ କୋଭିଡ ସମୟରେ ସାମ୍ବାଦିକଙ୍କ ଭୂମିକା ଓ ଦାୟିତ୍ୱ ଅବିସ୍ମରଣୀୟ l"
ଏହା ମଧ୍ୟ ପଢନ୍ତୁ ...ପୁରୀରେ ଜାତୀୟ ପ୍ରେସ ଦିବସ ପାଳିତ, ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋଚନା

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗାଣ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ବିଜ୍ଞାନ କାରୀଗରି ଓ ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସମାଜର ହିତ ପାଇଁ ସାମ୍ବାଦିକତାର ଭୂମିକା ଓ ଦାୟିତ୍ୱ ସଂପର୍କରେ ଆଲୋକପାତ କରିଥିଲେ l 



ଇଟିଭି ଭାରତ, ସମ୍ବଲପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.